ସ୍ପା ସେଣ୍ଟରରେ ଚାଲିଥିଲା ଦେହ ବେପାର, ଆସାମ ଓ ପଶ୍ଚିମବଙ୍ଗରୁ ଆସୁଥିଲେ ଯୁବତୀ

ନୂଆଦିଲ୍ଲୀ ୧୮/୧୦: ସ୍ପା ଆଳରେ ଚାଲିଥିଲା ଦେହ ବେପାର । ଅଲବର ଜିଲ୍ଲାର ଭିବାଡିରେ ଅବୈଧ ରୂପେ ସ୍ପା ନାଁରେ ଦେହ ବେପାର ଚାଲିଥିବାବେଳେ ପର୍ଦ୍ଦାଫାଶ କଲା ପୋଲିସ । ୯ ଜଣ ଯୁବତୀ ଓ ଯୁବକଙ୍କ ସମେତ ମୋଟ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କୁ ଫୁଲବାଗ ଥାନା ନେଇ ପଚରାଉଚରା ଜାରି ରଖିଛି ପୋଲିସ । ଦେହ ବେପାର ପାଇଁ ଯୁବତୀମାନଙ୍କୁ ଦିଲ୍ଲୀ, ଆସାମ, ପଶ୍ଚିମବଙ୍ଗରୁ ଅଣାଯାଉଛି । ପୋଲିସ ଏହି ପୂରା ନେଟୱର୍କ ନେଇ ଯାଞ୍ଚ କରୁଛି ।

image courtesy:https://www.aajtak.in/

ଭିବାଡିରେ ଅନେକ ସମୟ ଧରି ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ସୂଚନା ମିଳିବା ପରେ ଶନିବାର ସ୍ପା ସେଣ୍ଟର ଉପରେ ଚଢାଉ କରି ୯ ଯୁବତୀ ଓ ୩ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ପୋଲିସ ଏ କାର୍ଯ୍ୟକଳାପ ସମ୍ପର୍କରେ ଜାଣିବା ପରେ ଗ୍ରାହକ ଭାବେ ଆସିଥିଲା । ସ୍ପଷ୍ଟ ହେବା ପରେ ଟିମ୍ ସମସ୍ତଙ୍କୁ ଗିରଫ କରିଥିଲା । ପୋଲିସକୁ ଖବର ମିଳିଥିଲା ଯେ ସେଠାରେ ସ୍ପା ସେଣ୍ଟରରେ ମସାଜ ନାଁରେ ଅନୈତିକ କାର୍ଯ୍ୟ ଚାଲୁଛି । ତେବେ ଏନେଇ ପୋଲିସ ମାମଲାର ଅଧିକ ଯାଞ୍ଚ ଜାରି ରଖିଛି ।

   ସମ୍ବନ୍ଧିତ ଖବର


ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ