ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍

ନୂଆଦିଲ୍ଲୀ –  ସେକ୍ସ ୱାର୍କରଙ୍କୁ ଏବେ ମିଳିଲା ସୁଯୋଗ । କଟକଣା ହେଲା କୋହଳ ।  ସୁଇଜରଲ୍ୟାଣ୍ଡ ସରକାର କରୋନା ଭାଇରସ୍‌ ଯୋଗୁଁ ଲାଗିଥିବା କଟକଣାରେ କୋହଳ କରିବା ପରେ ସେକ୍ସ ୱାର୍କରଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଅନୁମତି ମିଳିଛି। ଏଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି । କିନ୍ତୁ ସ୍ପୋର୍ଟ୍ସ ଭିତରେ ବକ୍ସିଂ , ବଲରୁମ୍‌ ଡ୍ୟାନ୍ସିଂ ବନ୍ଦ ରହିବ ।

ସୁଇଜରଲ୍ୟାଣ୍ଡରେ ସେକ୍ସ ୱାର୍କକୁ ଆଇନତଃ ଅନୁମତି ରହିଛି । ଯେଉଁଠାରେ ପାଖାପାଖି ୨୦ହଜାର ଏମିତି ସେକ୍ସ ୱର୍କର ମାନେ ପଞ୍ଜିକରଣ କରିଛନ୍ତି। ରେଡ୍‌ ଲାଇଟ୍ ଜିଲ୍ଲାଗୁଡ଼ିକ ଜେନିଭା ଓ ଜୁରିଚ୍‌ରେ ରହିଛି । ହେଲେ କମ୍‌ ପ୍ରସିଦ୍ଧ ଅମଷ୍ଟେରଡାମର ଡେ ୱାଲେନ୍‌ ବନ୍ଦ ରହିଛି ।  

ଏହାସହ ମଧ୍ୟ ପଢ଼ନ୍ତୁ – ଲକ୍‌ ଡାଉନ୍‌ରେ ଅନ୍‌ଲାଇନ୍‌ରେ ଏହିପରି ଚାଲିଛି ସେକ୍ସ ! ମାଲାମାଲ୍‌ ଦେହଜୀବୀ

ସ୍ୱିସ୍‌ ସରକାର ଗତ ମାସ ବୁଧବାର ୨୭ ମେ ରେ ଘୋଷଣା କରିଥିଲା କି , ଜୁନ୍‌ ୬ ତାରିଖରୁ ଷ୍ଟ୍ରିଜ୍‌କ୍ଲବ୍‌ ମଧ୍ୟ ପୁଣି ଖୋଜିବ ଓ ସେକ୍ସ ୱାର୍କରଙ୍କର ସର୍ଭିସ୍‌ ମଧ୍ୟ ଚାଲି ରହିବ ।ଏହାସହ କରୋନା ଭାଇରସ ସମସ୍ୟା ଭିତରେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିବାକୁ ବେଶ୍ୟାଳୟଗୁଡ଼ିକୁ ମଧ୍ୟ ସ୍ୱତନ୍ତ୍ର ସୂଚନା ମିଳିଛି ।

ସୁଇଜରଲ୍ୟାଣ୍ଡରେ କୁହାଯାଇଛି ଯେ,  ଯଦି ସମ୍ଭବ ହୁଏ ଡୋର୍‌କୁ ନଛୁଇଁ ସେମିତି ଖୋଲା ଛାଡ଼ି ଦିଅ ଦିଅନ୍ତୁ ।  କିନ୍ତୁ ସେକ୍ସ ୱାର୍କର ଓ ଗ୍ରାହକଙ୍କ ଗୋପନୀୟତା ରକ୍ଷା ପାଇଁ ବେଶ୍ୟାଳୟ ବା ଘରର କବାଟ ବନ୍ଦ ରଖିବାକୁ କୁହାଯାଇଛି । ଯଦି ଏହି ସେକ୍ସ ସର୍ଭିସ୍‌ କୌଣସି ଗାଡ଼ି ଭିତରେ ଦିଆଯାଏ ତ ବେଶ୍ୟାଳୟର ସତ୍ତ୍ୱାବଧ୍ୟାନରେ ସବୁ କାର୍ଯ୍ୟ ହେବ । କେହି ମନ ଇଚ୍ଛା କେଉଁଆଡ଼େ ଯାଇ କିମ୍ୱା ସୀମା ଡେଇଁ କୌଣସି କା କରିପାରିବେ ନାହିଁ ।  ଗାଡ଼ି ପଞ୍ଜିକରଣ ହେବା ସହ , ୧୦ ମିନିଟ୍‌ ଯାଏ ଭେଣ୍ଟିଲେଟେଡ୍‌  ହେଇଥିବାର ସେକ୍ସ ୱାର୍କରକୁ ସୁନିଶ୍ଚିତ କରିବେ ।

ହେଲେ ବିଚିତ୍ର କଥା ଏୟା ଯେ, ସବୁଥିରେ ସୁବିଧା ମିଳିବା ସତ୍ତ୍ୱେ ସେମାନେ ସାମାଜିକ ଦୂରତା ବଜାୟ ରଖିବେ ।  ଗାଇଡ୍‌ଲାଇନ୍‌ ମୁତାବକ , ସେକ୍ସ, କାର୍ଯ୍ୟ ବେଳେ ଦୁଇ ବ୍ୟକ୍ତିଙ୍କ ମୁଣ୍ଡ ମଧ୍ୟରେ ଗୋଟେ ହାତର ବ୍ୟବଧାନ ରହିବ ।  ଦୁଇରୁ ଅଧିକ ଗ୍ରାହକଙ୍କ ସହ ସେକ୍ସ କରାଯିବ ନାହିଁ, ଯାହାକୁ ନେଇ ଦେହଜୀବୀ ଓ  କିଛି ଗ୍ରାହକ  ଅସନ୍ତୁଷ୍ଟ ହୋଇଛନ୍ତି ।

ସୂଚନା ଯେ,ଖୁବ୍‌ ଇଫେକ୍ଟିଭ୍‌ ଢଙ୍ଗରେ ସୁଇଜରଲ୍ୟାଣ୍ଡ ତାର ପଡ଼ୋଶୀ  ଫ୍ରାନ୍ସ ଓ ଇଟାଲୀ ଅପେକ୍ଷା କରୋନାକୁ ସରୁକ୍ଷାକୁ ଦେଖୁଛି। ଦୋକାନ , ରେଷ୍ଟ୍ୟୁରାଣ୍ଟ ଓ ସ୍କୁଲ୍‌ ଆଦି ଅନେକ ସପ୍ତାହରୁ ଖୋଲାଯିବାପରେ ବି କିଛି ସପ୍ତାହ ହେଲା ନୂଆ ସଂକ୍ରମିତଙ୍କ ସଂଖ୍ୟା  ହ୍ରାସ ପାଇଛି।

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ଔଷଧୀୟ ଗଛ ଲଗାଇବାର ସରଳ ଉପାୟ

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ! ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଅଭିଯୋଗ

ବିଶ୍ୱାସୀ ନୁହଁ ଡ୍ରାଗନ୍‌- ତୟାର ରହିଛନ୍ତି ଭରତୀୟ ଜବାନ୍‌: ବାୟୁସେନା ପକ୍ଷରୁ ଲଢୁଆ ବିମାନର ରାତ୍ରୀ କାଳିନ ପାଟ୍ରୋଲିଂ ଜାରି