ଦେଖନ୍ତୁ ଭୟାନକ ଦୃଶ୍ୟ – ପ୍ରକୃତିର ବିଭିଷୀକା , ସମୁଦ୍ରରେ ଭାସିଗଲା ଘର ସହ ବିଶାଳ ଭୂଖଣ୍ଡ

ଅଲଟା- ନରଓ୍ୱେରେ ଭୁସ୍ଖଳନ ହୋଇଥି । ଏଥିଯୋଗୁଁ ଏକ ବିଶାଳ ଭୂଖଣ୍ଡ ସମୁଦ୍ର ମଧ୍ୟରୁ ଭାସିଯାଉଥିବା ଦେଖାଯାଉଛି । କ୍ୟାମେରାରେ ବିଶାଳ ଭୂଖଣ୍ଡ ସମୁଦ୍ର ମଧ୍ୟରେ ଭାସି ହୋଇ ଲୀନ ହୋଇଯାଉଥିବା କଏଦ ହୋଇଛି । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହର ଭିଜୁଆଲ୍‌ କଏଦ୍‌ ହୋଇଛି । ଜୁନ୍‌ ତିନି ତାରିଖରେ ନରଓ୍ୱେରେ ଭୂସ୍ଖଳନ ହୋଇଛି । ଏହା ଏତେ ଶକ୍ତିଶାଳୀ ଥିଲା ଯେ ଏକ ବିଶାଳ ଭୂଖଣ୍ଡ ସମୁଦ୍ର ମଧ୍ୟକୁ ଭାସିଯାଇଛି ।

ଜାନ୍‌ ଇଗିଲ୍‌ ବାକ୍‌ ବେ ନାମକ ଜଣେ ବ୍ୟକ୍ତି ଭୂସ୍ଖଳନ ସମୟରେ ଏବି ବିଶାଳ ଭୂଖଣ୍ଡ ସମୁଦ୍ର ମଧ୍ୟରୁ ଭାସିଯାଉଥିବା ର ଭିଡିଓ ରେକର୍ଡିଂ କରିଛନ୍ତି। ଏହା ଉପରେ ଏନେକ ଘର ରହିଥିବା ଦେଖାଯାଉଛି । ଅନେକ ଘର ସମୁଦ୍ରରେ ଭାସୁଥିବା ଦେଖିବା ପାଇଁ ମିଳୁଛି । ନିଜର ଟ୍ୱିଟର ଆକାଉଣ୍ଟରେ ସେ ଏହାକୁ ସେୟାର କରିଛନ୍ତି। ଏହି ଭିଡିଓେ ଭୂଭାଗ ସହ ଅନେକ ଘର ଭାସି ଯାଉଥିବାର ଭୟାନକ ଦୃଶ୍ୟ ଦେଖିବା ପାଇଁ ମିଳିଛି ।

ନରଓ୍ୱେର ଅଲ୍‌ଟାରେ ଏହି ଦୃଶ୍ୟ ଦେଖିବା ପାଇଁ ମିଳିଛି । ସୋସିଆଲ୍‌ ମିଡିଆରେ ଏହି ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି। ଏହାକୁ ୧୬ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଅନେକ ଏହାକୁ ସେୟାର ଓ ରି ପୋଷ୍ଟ କରୁଛନ୍ତି । ୨୦୨୦ ମସିହାରେ କରୋନା ସହ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଦେଖା ଯାଉଥିବାରୁ ଲୋକ ଏହାକୁ ୨୦୨୦ ସହ ଯୋଡିବା ଆରମ୍ଭ କଲେଣି ।

ଏହାପରେ ନରଓ୍ୱେ ସରକାରଙ୍କ ପକ୍ଷରୁ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ବୋଇଛି । ସେଠାରେ ସମସ୍ତେ ସୁରକ୍ଷିତ ଥିବା କୌଣସି ବ୍ୟକ୍ତି ଆହତ ହୋଇ ନଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ଔଷଧୀୟ ଗଛ ଲଗାଇବାର ସରଳ ଉପାୟ

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ! ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଅଭିଯୋଗ

ବିଶ୍ୱାସୀ ନୁହଁ ଡ୍ରାଗନ୍‌- ତୟାର ରହିଛନ୍ତି ଭରତୀୟ ଜବାନ୍‌: ବାୟୁସେନା ପକ୍ଷରୁ ଲଢୁଆ ବିମାନର ରାତ୍ରୀ କାଳିନ ପାଟ୍ରୋଲିଂ ଜାରି

ଖୁବ୍ ଶୀଘ୍ର ଲଞ୍ଚ୍ ହେବ ଇଲେକ୍ଟ୍ରିକ୍ ଭେଇକିଲ୍ Mahindra Atom, ଜାଣନ୍ତୁ ଦାମ୍ ଓ ଫିଚର୍ସ