ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଖୁଣ୍ଟା ନପୋଡ଼ିଲେ ଚାଷୀଙ୍କୁ ମିଳିବ ସହାୟତା

ନୂଆଦିଲ୍ଲୀ ୭/୧୧: ଦିଲ୍ଲୀରେ ବାୟୁପ୍ରଦୂଷଣ ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ସୁପ୍ରିମକୋର୍ଟ ଦିଲ୍ଲୀ, ପଞ୍ଜାବ, ହରିଆଣା ଏବଂ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି । କୋଟି-କୋଟି ଲୋକଙ୍କର ଜୀବନ -ମୃତ୍ୟୁକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା କୋର୍ଟ ମତ ଦେଇଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ବାବଦରେ ସରକାରଙ୍କର ଯଦି ଚିନ୍ତା ନାହିଁ ତେବେ କ୍ଷମତାରେ ରହିବା ପାଇଁ ସେମାନଙ୍କର କୌଣସି ଅଧିକାର ନାହିଁ ବୋଲି କୋର୍ଟ କ୍ଷୋଭୋକ୍ତି ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ଖୁଣ୍ଟା ଜଳାଇବା ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ହୋଇଥିବାରୁ ଏହାକୁ ରୋକିବା ପାଇଁ ଅଦାଲତ ଆଜି କିଛି ନିର୍ଦ୍ଦେଶ ଜାରି କରିଛନ୍ତି । ଅଦାଲତ କହିଛନ୍ତି ଯେ ୟୁପି, ହରିଆଣା ଓ ପଞ୍ଜାବରେ ଯେଉଁ ଚାଷୀମାନେ ଖୁଣ୍ଟା ଜାଳିନଥିବେ ସେମାନଙ୍କୁ ରାଜ୍ୟ ସରକାରମାନେ ତୁରନ୍ତ ଖୁଣ୍ଟା କ୍ୱିଣ୍ଟାଲ ପିଛା ୧୦୦ ଟଙ୍କାର ସହାୟତା ପ୍ରଦାନ କରିବେ । ସେହିପରି ଖୁଣ୍ଟା କାଟିବା ପାଇଁ ରାଜ୍ୟ ସରକାର ମେସିନ୍‌ ଉପଲବ୍ଧ କରାଇବେ ।

ଜଷ୍ଟିସ ଅରୁଣ ମିଶ୍ର ଏବଂ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଦିଲ୍ଲୀ, ହରିଆଣା ଏବଂ ପଞ୍ଜାବର ମୁଖ୍ୟ ସଚିବମାନଙ୍କୁ ବାୟୁ ପ୍ରଦୂଷଣ ବାବଦରେ ସବିଶେଷ ରିପୋର୍ଟ ମାଗିଥିଲେ । ମୁଖ୍ୟ ସଚିବମାନେ ଆବଶ୍ୟକ ତଥ୍ୟ ଦାଖଲ କରିବାରେ ଅସାମର୍ଥ୍ୟତା ପ୍ରକାଶ କରିବାରୁ କୋର୍ଟ କହିଥିଲେ, ‘କ’ଣ ଆପଣମାନେ ଲୋକଙ୍କୁ ଏଭଳି ମରିବାକୁ ଛାଡ଼ିଦେଇ ଦେଶକୁ ୧୦୦ ବର୍ଷ ପଛକୁ ନେଇଯିବା ପାଇଁ ଚାହୁଁଛନ୍ତି’? ରାଜ୍ୟ ସରକାରମାନେ ଗରିବଙ୍କ ପାଇଁ ଚିନ୍ତିତ ନୁହଁନ୍ତି । ସରକାରୀ ଅଧିକାରୀ ତଥା ରାଜନେତାମାନେ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ ବିଫଳ ହୋଇଛନ୍ତି । ଏହା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ।

ଖୁଣ୍ଟା ଜଳା ବନ୍ଦ କରିବା ପାଇଁ କେହି ବି ଚିନ୍ତିତ ନଥିବା ପ୍ରକାଶ କରି କୋର୍ଟ କହିଛନ୍ତି, ଏହି ସମସ୍ୟାର ସମାଧାନ ପାଇଁ ସରକାର ଏବଂ ଅଧିକାରୀଙ୍କ ମଧ୍ୟରେ କୌଣସି ସମନ୍ୱୟ ନାହିଁ । ସମସ୍ତେ ଜାଣନ୍ତି ଖୁଣ୍ଟା ଜଳା ଯାଉଛି । କିନ୍ତୁ କେହି ବି କୃଷକମାନଙ୍କୁ ଆବଶ୍ୟକ ଉପକରଣ ଯୋଗାଉନାହାନ୍ତି । ପଞ୍ଜାବ ମୁଖ୍ୟସଚିବଙ୍କୁ ପ୍ରଶ୍ନ କରି କୋର୍ଟ କହିଥିଲେ, ଖୁଣ୍ଟା ଜଳା ବନ୍ଦ ନିମନ୍ତେ କ’ଣ ଆପଣଙ୍କ ପାଖେ ଯଥେଷ୍ଟ ଅର୍ଥ ନାହିଁ? ଯଦି ନାହିଁ ତେବେ କୁହନ୍ତୁ ଆପଣଙ୍କୁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ।

   ସମ୍ବନ୍ଧିତ ଖବର


ବ୍ରହ୍ମପୁତ୍ର ନଦୀରେ ଡ୍ୟାମ୍‌ ନିର୍ମାଣ କରିବ ଚୀନ୍‌ : ଭାରତ ଓ ବାଂଲାଦେଶର ବଢ଼ିଲା ଚିନ୍ତା

ଜାପାନରେ କରୋନାଠୁ ବି ବଡ ବିପଦ, ଲଗାତର ମରୁଛନ୍ତି ଲୋକ

ବିବାହରେ ଲୋକଙ୍କୁ ଏମିତି କରାଗଲା ସାନିଟାଇଜ୍‌ , ଆଇଏଏସ୍‌ ଅଫିସର କହିଲେ …

ଆଉ ଦୁଇ ଦିନ – ବୁଧବାରଠାରୁ ଏନ୍‌ଏଚ୍‌ଏସ୍‌ ହସ୍ପିଟାଲମାନଙ୍କରେ ଦିଆଯିବ କରୋନା ଟିକା

ଡିସେମ୍ବର ମାସରେ ପ୍ରାୟ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

୧୩ ବର୍ଷିୟା ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ – ୨ ଗିରଫ