PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଦୁଇ-ତିନି ଦିନ ଧରି ଭଉଣୀକୁ ରାସ୍ତାରେ ଥଟ୍ଟା ମଜା କରୁଥିଲେ ୩ ଅଭିଯୁକ୍ତ, ଭାଇ ବିରୋଧ କରିବାରୁ ଛୁରୀରେ କଲେ ଗୁରୁତର ଆହତ…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ୩ ଜଣ ଯୁବକ ସର୍ବସାଧାରଣ ସ୍ଥାନରେ ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରି ଗୁରୁତର ଆହତ କରିଛନ୍ତି । ଅଭିଯୁକ୍ତମାନେ ଆହତ ଯୁବକଙ୍କ ଭଉଣୀକୁ ଥଟ୍ଟା କରୁଥିଲେ, ଯାହାକୁ ଯୁବକ ଜଣକ ବିରୋଧ କରିଥିଲେ । ଏହା ପରେ ଅଭିଯୁକ୍ତମାନେ ଯୁବକଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିଲେ ।

ଏଠାରେ ସୂଚନା ଥାଉକି ଦିଲ୍ଲୀର କାଲକାଜୀ ଅଞ୍ଚଳ ପାଖରେ ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ ହୋଇଛି ।  ଏହି ଘଟଣା ପରେ ଆହତ ଯୁବକଙ୍କୁ ଶୀଘ୍ର AIIMS ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଚିକିତ୍ସା କରାଯାଉଛି ।

ସୂଚନାନୁସାରେ, ଯେତେବେଳେ ଆହତ ଯୁବକଙ୍କର ଭଉଣୀ ସେହି ବାଟ ଦେଇ ଯାଉଥିଲେ, ଅଭିଯୁକ୍ତ ମାନେ ଝିଅଟିକୁ ଥଟ୍ଟା କରି ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ । ଏହା ଦେଖି ଝିଅର ଭାଇ ବିରୋଧ କରିଥିଲେ ଏବଂ ଅଭିଯୁକ୍ତମାନେ  ତାଙ୍କ ଉପରେ କ୍ରୋଧିତ ହୋଇଥିଲେ । ଝଗଡା ବେଳେ ଅଭିଯୁକ୍ତମାନେ ଛୁରୀ ବାହାର କରି ଯୁବକଙ୍କ(ଭାଇ) ଉପରେ ଆକ୍ରମଣ ଆରମ୍ଭ କରିଥିଲେ ।

ଅଭିଯୁକ୍ତ ମାନେ ଜଣକ ପରେ ଜଣେ  ଝିଅର ଭାଇଙ୍କ ଦେହ ଉପରେ ବହୁତ ଆକ୍ରମଣ କରିଥିଲେ । ଏହି ସମୟରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ । ଏହି ଅପରାଧ କରିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଏହା ପରେ ଆହତ ଯୁବକଙ୍କୁ AIIMS ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଆହତ ଯୁବକଙ୍କର ଭଉଣୀ କହିଛନ୍ତି ଯେ ସେହି ପୁଅମାନେ ମୋତେ ଦୁଇ ତିନି ଦିନ ଧରି ଥଟ୍ଟା କରୁଥିଲେ । ଯେତେବେଳେ ମୋ ଭାଇ ବିରୋଧ କଲେ, ସେ ମୋ ଭାଇକୁ ଆକ୍ରମଣ କରିଥିଲେ । ମୁଁ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛି ।