PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

ଦିଲ୍ଲୀରେ ମହିଳାଙ୍କ ପାଇଁ ଖୋଲିବ ବିଶେଷ ମୋହଲ୍ଲା କ୍ଲିନିକ୍‌, ସମସ୍ତଙ୍କୁ ମିଳିବ ହେଲଥ୍‌ କାର୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଆଜି ନିଜର ବଜେଟ୍‌ ଉପସ୍ଥାପନ କରୁଛନ୍ତି । ଡେପୁଟି ସିଏମ୍‌ ଓ ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ଅନେକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତା ବର୍ଷରୁ ଦିଲ୍ଲୀରେ ମହିଳାଙ୍କ ପାଇଁ ବିଶେଷ ମୋହଲ୍ଲା କ୍ଲିନିକ୍‌ ଖୋଲିବ। ଦିଲ୍ଲୀର ସରକାରୀ ହସ୍ପିଟାଲ ଗୁଡ଼ିକରେ ମାଗଣାରେ କରୋନା ଭାକ୍‌ସିନ୍ ଉପଲବ୍ଧ କରାଯିବ । ୫୦କୋଟିର ବଜେଟ୍‌ ପ୍ରସ୍ତାବିତ ହୋଇଛି ।

ଡେପୁଟୀ ସିଏମ୍ ଓ ଅର୍ଥମନ୍ତ୍ରୀ ମନିଷ୍‌ ସିସୋଦିଆ କହିଛନ୍ତି କି ଦିଲ୍ଲୀର ଭିନ୍ନଭିନ୍ନ କଲୋନୀରେ ସରକରାଙ୍କ ତରଫରୁ ଧ୍ୟାନ ଓ ଯୋଗର ପ୍ରଶିକ୍ଷକ ନିଯୁକ୍ତ କରାଯିବ । ଶହୀଦଙ୍କ ପରିବାର ପାଇଁ ୨୬ କୋଟିର ବଜେଟ୍‌ର ପ୍ରସ୍ତାବ କରାଯାଇଛି ।

ଏହାସହ ସେ କହିଛନ୍ତି ୭୫ ବର୍ଷର ଅଧିକ ବୟସର ନାଗରିକଙ୍କୁ ସମ୍ମାନିତ କରିବା ପାଇଁ ସମଗ୍ର ଦିଲ୍ଲୀରେ କାର୍ଯ୍ୟକ୍ରମ ହେବ। ଦିଲ୍ଲୀର ସମସ୍ତ ନାଗରିକଙ୍କୁ ହେଲଥ୍‌ କାର୍ଡ ଦିଆଯିବ ଏବଂ ପ୍ରତି ବ୍ୟକ୍ତିଙ୍କର ଅନ୍‌ଲାଇନ୍‌ ଡାଟା ଉପଲବ୍ଧ ହେବ । ଏହାସହ ହସ୍ପିଟାଲରେ ପୁରୁଣା ଚିକିତ୍ସାର ସବୁ ସୂଚନା ଉପଲବ୍ଧ ହେବ ।   

ଏହାସହ  ଡେପୁଟୀ ସିଏମ୍ ଓ ଅର୍ଥମନ୍ତ୍ରୀ ମନିଷ୍‌ ସିସୋଦିଆ ବଜେଟ୍‌ରେ କହିଛନ୍ତି , ଦିଲ୍ଲୀ ସ୍କୁଲ୍‌ ଏଜୁକେଶନ  ଆକ୍ଟ ଓ ଦିଲ୍ଲୀ ୟୁନିଭର୍ସିଟି ଆକ୍ଟକୁ ପରିବର୍ତ୍ତନ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ନୂଆ ଶିକ୍ଷା ନୀତି ଲାଗୁ କରିବା ପାଇଁ ଏହା ଜରୁରୀ ହେବ । ଟିଚର ଟ୍ରେନିଂ ୟୁନିଭର୍ସିଟ ତିଆରି କରାଯିବ। ଯେଉଁଥିରେ ଦେଶ ଓ ଦୁନିଆର ଉତ୍ତମ ଟିଚରଙ୍କ ସାହାଯ୍ୟରେ ଦିଲ୍ଲୀ ପାଇଁ ଭଲ ଟିଚର ପ୍ରସ୍ତୁକ କରାଯିବ। ଏହାସହ ଦିଲ୍ଲୀ ଆଇନ୍‌ ବିଶ୍ୱବିଦ୍ୟାଳୟ ଖୋଲା ଯିବ ।

ଦିଲ୍ଲୀର ନିଜର ଶିକ୍ଷା ବୋର୍ଡ ଗଠନ ହେବ । ୧୦୦ଟି ସ୍କୁଲ୍‌ ଅଫ୍‌ ଏକ୍ସିଲେନ୍ସ ପ୍ରସ୍ତୁତ କରାଯିବ । ନର୍ସରୀ ରୁ ୮ମ ଶ୍ରେଣୀ ଯାଏ ନୂଆ ପାଠ୍ୟକ୍ରମ  ପ୍ରସ୍ତୁତ ହେବ ।