ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ରାକେଟ,ବଟନ ମାରିଲେ ଖୋଲିଯାଉଥିଲା ଅଣ୍ଡରଗ୍ରାଉଣ୍ଡ ଓ ଦେଖାଯାଉଥିଲା ଝିଅଙ୍କର ମେନ୍ୟୁକାର୍ଡ

ନୂଆଦିଲ୍ଲୀ,୧୨।୯: ଦିଲ୍ଲୀ ମହିଳା କମିଶନ୍(ଡିସିଡବ୍ଲୁ) ଦିଲ୍ଲୀ ପୋଲିସର ସହଯୋଗରେ ବୁରାଡି ଅଞ୍ଚଳରେ ଥିବା  ସ୍ପା ସେଣ୍ଟର ୧୮ ପ୍ଲସ ବ୍ୟୁଟି ଟେମ୍ପଲରେ ଚାଲୁଥିବା ଅନଲାଇା ସେକ୍ସ ରାକେଟର ପର୍ଦାଫାଶ କରିଛି। ଏହି ସ୍ପା ସେଣ୍ଟରରେ ଚଢାଉ ପରେ ଏଭଳି କିଛି ଘଟଣାର ଖୁଲାସା ହୋଇଥିଲା ଯାହାକୁ ଦେଖି ମହିଳା କମିଶନ୍ ଟିମ୍ ଓ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏଠାରେ ଯେଉଁଭଳି ଭାବରେ ମେନ୍ୟୁ କାର୍ଡ ଜବତ ହୋଇଛି ସେଥିରୁ ସ୍ପଷ୍ଟ ଭାବରେ ଜଣାପଡିଛି ଯେ, ସେଠାରେ ହାଇପ୍ରୋଫାଇଲ ସେକ୍ସ ରାକେଟ ଚାଲିଥିଲା।

ଏହି ସ୍ପା ସେଣ୍ଟର ଭିତରେ ଡିସିଡବଲୁର ଟିମକୁ ବାଉନ୍ସର ଓ ଅଣ୍ଡରଗ୍ରାଉଣ୍ଡ ଭିତରେ ଛୋଟ ଛୋଟ ରୁମ୍ ଦେଖିବାକୁ ମିଳିଥିଲା। ଏହି ସମୟରେ ସେଠାରୁ ୪ ଜଣ ଝିଅଙ୍କୁ ଉଦ୍ଧାର କରାଯାଇଥିଲା। ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ସ୍ବାତି ମାଲିଓ୍ବାଲ ଏହି ସ୍ପା ସେଣ୍ଟର ସମ୍ପର୍କରେ ଲେଖିଛନ୍ତି, ବୁରାଡିରେ ଏକ ସ୍ପା ସେଣ୍ଟର ଥିବା ନେଇ ଅଭିଯୋଗ ମିଳିଥିଲା। ହାଇପ୍ରୋଫାଇଲ ସେକ୍ସ ରାକେଟ ସେଠାରେ ଚାଲିଥିଲା। ଓ୍ବେବସାଇଟରେ ଝିଅଙ୍କ ଫଟୋ, ରେଟ୍ ଦିଆଯାଉଥିଲା।କେବଳ ସେତିକି ନୁହେଁ ତଳ ଫ୍ଲୋରରେ ଥିବା ଏକ ବଟନ ଚାପିବାଦ୍ବାରା ଅଣ୍ଡରଗ୍ରାଉଣ୍ଡର କବାଟ ଖୋଲି ଯାଉଥିଲା। ଝିଅଙ୍କ ‘ମେନ୍ୟୁ କାର୍ଡ’ସେଠାରେ ଥିଲା। ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ସହିତ ଏହାକୁ ପର୍ଦଫାଶ କରିଛୁ। ଆମେ ଏସବୁର ପରିବର୍ତ୍ତନ କରିବୁ।’

ଉଲ୍ଲେଖନୀୟ ଯେ, ସେଠାରେ ଚଢାଉ ବେଳେ ଯେଉଁ ମେନ୍ୟୁକାର୍ଡ ମିଳିଥିଲା ତାହା ଏତେ ଉତ୍ତେଜକ ଯେ, ଏହାକୁ ପଢି ଜାଣିହେବ ସେଠାରେ କିଭଳି ଗୋରଖଧନ୍ଦା ଚାଲିଥିଲା। ସେଠାରେ ଝିଅଙ୍କର ଫଟୋ ଏବଂ ତାଙ୍କ ଦ୍ବାରା ଦିଆଯାଉଥିବା ସେବା ସମ୍ପର୍କରେ କାର୍ଡ ତିଆରି କରାଯାଇଥିଲା। ମହିଳା କମିଶନ୍ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କ କହିବା ଅନୁସାରେ, ଅଭିଯୋଗକୁ ଆଧାର କରି ସେଠାରେ ଚଢାଉ କରାଯାଇଥିଲା। ଦିଲ୍ଲୀ ପୋଲିସ ସହିତ କଥା ହୋଇ ତାଙ୍କର ଟିମ୍ ସଦସ୍ୟ ବୁରାଡିରେ ଏହି ସ୍ପା ସେଣ୍ଟର ଉପରେ ଚଢାଉ କରିଥିଲେ। ପୋଲିସ ଅଧିକାରୀଙ୍କ ସହିତ କମିଶନର ଜଣେ ସଦସ୍ୟ ଗ୍ରାହକ ହୋଇ ତା ଭିତରେ ପ୍ରବେଶ କରିଥିଲେ। ସେଠାରେ ତାଙ୍କୁ ଝିଅଙ୍କର ଫଟୋ ଓ ରେଟ୍ ସ୍କ୍ରିନରେ ଦେଖିବାକୁ ମିଳିଥିଲା।

ଏହାପରେ ରୁମ ଭିତରେ ଟିମ୍ ନୀରିକ୍ଷଣ କରିଥିଲା। ସେଠାରେ ଥିବା ଅଣ୍ଡର ଗ୍ରାଉଣ୍ଡରେ ଛୋଟ ଛୋଟ ରୁମ୍ ଥିଲା। ସେଠାରୁ ଆପତ୍ତିଜନକ ଓ ଅଶ୍ଲୀଳ ମେନ୍ୟୁ କାର୍ଡ ମିଳିଥିଲା। ୩ ଜଣ ପୁଅ କହିଥିଲେ ସେମାନେ ଗ୍ରାହକ ଓ ସେଠାରେ ସେକ୍ସ ରାକେଟ ଚାଲୁଛି। ଏହା ଭିତରେ ଏକ ବଡ ଲୁହାର ଗେଟ୍ ମିଳିଥିଲା। କମିଶନଙ୍କ କହିବା ଅନୁସାରେ, ସ୍ଥାନୀୟ ପୋଲିସ ୪ ଜଣ ଝିଅ, ୩ ଗ୍ରାହକ ଓ ରାକେଟ ଚଳାଉଥିବା ୩ ଜଣ ଲୋକଙ୍କୁ ସାଙ୍ଗରେ ନେଇଯାଇଥିଲେ। ପୋଲିସ ସିସିଟିଭିର କିଛି ଜିନିଷକୁ ଜବତ କରିଛି। ସ୍ଥାନୀୟ ପୋଲିସ ଏହି ମାମଲାରେ ଏଫଆଇଆର ରୁଜୁ କରିଛି।

ସ୍ବାତି ନିଜର ଏକ ଟ୍ବିଟରେ ଲେଖିଛନ୍ତି, ଡିସିଡବ୍ଲୁ ଲଗାତାର ଭାବରେ ସ୍ପା ବିରୋଧରେ ଅଭିଯୋଗ ଆସୁଛି। ଓ୍ବେବସାଇଟରେ ଝିଅଙ୍କର ଫଟୋ ଓ ରେଟ୍ ଦେଖିକି ମୁଁ ଆଶ୍ଚର୍ଯ୍ୟ ଥିଲି! କ୍ରାଇମ ବ୍ରାଞ୍ଚକୁ ଧନ୍ୟବାଦ। ତୁରନ୍ତ ଆମର ସାହାର୍ଯ୍ୟ କରି ଏଭଳି ଏକ ସେକ୍ସ ରାକେଟର ପର୍ଦାଫାଶ କରିଛି।  

   ସମ୍ବନ୍ଧିତ ଖବର


ପୁଲିସ୍ ମାଡ଼ରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା, ୬ଘଣ୍ଟା ଧରି ପିଟିଥିଲେ–ସିବିଆଇ ଚାର୍ଜସିଟିରେ ଆଶ୍ଚର୍ଯ୍ୟକର ତଥ୍ୟ

ପରିବା ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା:ଗଛରେ ବାନ୍ଧିଦେଲେ ଗାଁଲୋକେ, ବସିଲା କଙ୍ଗାରୁ କୋର୍ଟ

ସ୍ତ୍ରୀର ଚରିତ୍ର ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଫେରାର

ରାସ୍ତାରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଚୋରା ଦେଶୀ ମଦ ଆଡ୍ଡାରେ ଅବକାରୀ ବିଭାଗର ଚଢାଉ: ୨୫୦ଲିଟରରୁ ଅଧିକ ମଦ ଜବତ, ୩ ଗିରଫ

ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର କମ୍ବିଂ ଅପରେସନ ବେଳେ ଗୁଳି ବିନିମୟ, ପୋଲିସ-ମାଓବାଦୀ ମୁହାଁମୁହିଁ ଜାରି