ପ୍ରମୁଖ ଖବର
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||
  • ଆଗକୁ ଆହୁରି ବଢ଼ିବ ତାତି, ଆଜି ୪୦ ଡିଗ୍ରୀ ଛୁଇଁବ ପାରଦ ! ଦିନ, ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ
  • ||

IPL ୨୦୨୦: ଶାରଜାରେ ରାଜସ୍ଥାନ ରୟାଲ୍ସକୁ ୪୬ ରନରେ ମାତ୍‌ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ, ୧୦/ ୧୦: ଦିଲ୍ଲୀ କ୍ୟାପିଟାଲସ୍‌ର ଶାଣିତ ବୋଲିଂ ଆଗରେ ହାର ମାନିଲା ରାଜସ୍ଥାନ ରୟାଲର୍ସର ବ୍ୟାଟିଂ ଅଡର। ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲର୍ସ ମଧ୍ୟରେ ହୋଇଥିବା ମୁକାବିଲାରେ ବିଜୟ ଲାଭ କରିଛି ଦିଲ୍ଲୀ ଟିମ୍। ରାଜସ୍ଥାନ ରୟାଲସ୍‌ଠୁ ୪୬ ରନରେ ବିଜୟ ଲାଭ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ୧୩୮ ରନରେ ଅଟକି ଯାଇଥିଲା। କ୍ରମାଗତ ତିନୋଟି ମ୍ୟାଚ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ ଟିମ୍‌ ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା। ଖରାପ ଫର୍ମ ଦେଇ ଚାଲିଥିବା ଶିଖର ଧାଓ୍ବନ ମାତ୍ର ୫ ରନ୍‌ କରି ସଅଳ ପ୍ୟାଭିଲିଅନ୍‌ ଫେରିଥିଲେ। ପରେ ଦଳୀୟ ସ୍କୋର ୪୨ ହୋଇଥିବା ବେଳେ ଅପନର ବ୍ୟାଟସମ୍ୟାନ୍‌ ପୃଥ୍ବୀ ସ ୧୯ ରନ୍‌ କରି ଆଉଟ ହୋଇଯାିଥିଲୋ। ପରେ ଅଧିନାୟକ ଶ୍ରେୟସ ଆୟର ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହେବା ଦଳକୁ ବଡ ଝଟକା ଲାଗିଥିଲା। ଆୟର ୧୮ ବଲରୁ ୪ ଚୌକା ସହ ୨୨ ରନ କରି ପାଭିଲିୟନ ଫେରିଥିଲେ। ଋଷଭ ପନ୍ତ(୫) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସେ ମଧ୍ୟ ଆୟରଙ୍କ ପରି ରନ ଆଉଟ୍ ପ୍ୟାଭିଲିଅନ୍‌ ଫେରିଥିଲେ।

ଚଳିତ ସିଜିନରେ ଦମଦାର ଫର୍ମରେ ଥିବା ମାର୍କସ୍ ଷ୍ଟୋଇନିସ୍ ଓ ସିମରନ ହେଟମାୟର ଦଳର ଇନିଂସକୁ ଆଗକୁ ବଢାଇଥିଲେ। ୧୦୯ ରନ ସ୍କୋରରେ ମାର୍କସ ଷ୍ଟୋଇନିସ ପଞ୍ଚମ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ସେ ୩୦ ବଲରୁ ୪ ଛକା ସହ ୩୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଏହା ପରେ ସିମରନ ହେଟମାୟର ଦଳର ସ୍କୋରକୁ ୧୫୦ ପହଞ୍ଚାଇଥିଲେ। ହେଟ୍ ମାୟର ଦ୍ରୁତ ବ୍ୟାଟିଂ କରି ୨୪ ବଲରୁ ୧ ଚୌକା ଓ ୫ ଛକା ସହ ୪୫ ରନ କରିଥିଲେ। ଶେଷ ଆଡକୁ ହର୍ଷଲ ପଟେଲ ୧୬ ଓ ଅକ୍ଷର ପଟେଲ ୧୭ ରନ କରି ଆଉଟ୍ ହୋଇଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୮୪ ରନ କରିଛି। ରାଜସ୍ଥାନ ରୟାଲ୍ସ ତରଫରୁ ଜୋଫ୍ରା ଆର୍ଚର ୨୩ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି। କାର୍ତ୍ତିକ ତ୍ୟାଗୀ, ରାହୁଲ ତେଓ୍ଵତିଆ ଓ ଆଣ୍ଡ୍ର‌୍ୟୁ ଟାଇ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ସଅଳ ଓ୍ୱିକେଟ୍ ହରାଇଥିଲା। ଜୋସ ବଟଲର୍ ୧୩ ରନ୍ କିର ଆଉଟ ହୋଇଥିଲେ। ଏହାପରେ ଷ୍ଟିଭ୍ ସ୍ମିଥ୍ ଓ ସଞ୍ଜୁ ସାମସନ୍ ଆଉଟ ହୋଇଥିଲେ। ଷ୍ଟିଭ୍ ୨୪ ରନ୍ କରିଥିଲେ। ଓପନର୍ କିନ୍ତୁ ଜଶସ୍ୱୀ ଜୈଶ୍ୱାଲ ଭଲ ଆରମ୍ଭ କରିଥିଲେ। ତେବେ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ସେ ୩୪ ରନରେ ଆଉଟ ହୋଇଥିଲେ। ଏହାପରେ ଦଳ କ୍ରମାଗ୍ରତ ଭାବେ ଓ୍ୱିକେଟ୍ ହରାଇଥିଲା। ଫଳରେ ଦଳ ୧୯.୪ ଓଭରରେ ୧୩୮ ରନ୍ କରି ଅଟକି ଯାଇଥିଲା। ଦିଲ୍ଲୀ ପକ୍ଷରୁ କାଗିସୋ ରାବଡା ୩ଟି ଓ୍ୱିକେଟ୍ ନେଇଥିବା ବେଳେ ମାର୍କସ ଷ୍ଟୋଇନ୍ସ ଓ ଆର ଅଶ୍ୱିନୀ ୨ଟି ଓ୍ୱିକେଟ୍ ଓ ଆନରିଚ୍ ନୋର୍ଟଜେ ଓ ଅକ୍ସର ପଟେଲ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.