PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ରାଜଧାନୀରେ ପ୍ରଦୂଷଣ କମ୍ କରିବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଇଲେକ୍ଟ୍ରିକ୍ ଗାଡି ଚାଲିବା ପଲିସି ଲଞ୍ଚ

https://zeenews.india.com/

ନୂଆଦିଲ୍ଲୀ,୭।୮: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସହ ଲଢେଇ କରିବା ପାଇଁ ରାଜ୍ୟ   ସରକାର ଶୁକ୍ରବାର ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଦିଲ୍ଲୀରେ ଇଲେକ୍ଟ୍ରିକ ଭେଇକିଲ ପଲିସି ଲଞ୍ଚ କରିଦିଆଯାଇଛି। ଏହାର ସୂଚନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦେଇଛନ୍ତି। ନୂଆ ପଲିସିକୁ ପ୍ରଗତିଶୀଳ ବୋଲି କହି କେଜ୍ରିଓ୍ବାଲ ଦାବି କରିଛନ୍ତି ଯେ, ଏହାଦ୍ବାରା ପ୍ରଦୂଷଣ କମ୍ ହେବ, ରୋଜଗାର ବଡିବ ଓ ୫ ବର୍ଷରେ ୫ ଲକ୍ଷ ଗାଡିର ରେଜିଷ୍ଟେ୍ରସନ୍ ହେବ। ଏହାଦ୍ବାରା ଦିଲ୍ଲୀର ଇକୋନୋମି ଆହୁରି ଭଲ ଓ ସୁଦୃଢ ହେବାର ଆଶା କରାଯାଉଛି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଆଜି ଇଲେକ୍ଟ୍ରିକ୍ ବାହାନ ନୀତି ଜାରି କରିଦେଇଛୁ। ଏହି ନୀତି ଜରିଆରେ ଆମର ଉଦେଶ୍ୟ ଦିଲ୍ଲୀର ଅର୍ଥବ୍ୟବସ୍ଥାକୁ ବଢାଇବା, ରୋଜଗାର ବଢାଇବା ଓ ରାଷ୍ଟ୍ରୀୟ ରାଜଧାନୀରେ ପ୍ରଦୂଷଣର ସ୍ତରକୁ କମ୍ କରିବା। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଇଲେକ୍ଟ୍ରିକ୍ ବାହନ ନୀତି ଦେଶର ସବୁଠାରୁ ପ୍ରଗତିଶୀଳ ନୀତି ଅଟେ।

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଆହୁରି କହିଛନ୍ତି ଯେ, ୫ ବର୍ଷରେ ୫ ଲକ୍ଷ ନୂଆ ଗାଡିର ରେଜିଷ୍ଟେ୍ରସନ୍ ହେବ। ଆମକୁ ଆଶା ରହିଛି ଆଗାମୀ ୫ ବର୍ଷରେ ୫ ଲକ୍ଷ ନୂଆ ଇଲେକ୍ଟ୍ରିକ୍ ବାହାନର ପଞ୍ଜିକରଣ ହେବ। ଇଲେକ୍ଟ୍ରିକ୍ ବାହାନ ନୀତିକୁ ଲାଗୁ କରିବା ପାଇଁ ‘ଇଭି ସେଲ୍’ ସ୍ଥାପିତ କରାଯିବ। ୧ ବର୍ଷ ଭିତରେ ୨୦୦ ଚାର୍ଜିଂ ଷ୍ଟେସନ୍ ହୋଇଯିବ, ଯାହାଫଳରେ ୩ କିଲୋମିଟର ଆଖପାଖରେ ଆପଣଙ୍କ ଗାଡିକୁ ଚାର୍ଜିଂ କରିବା ସହଜ ହେବ।  ଏକ ଷ୍ଟେଠ୍ ଇଭି ଫଣ୍ଡ ଜରିଆରେ ଏହାର ଖର୍ଚ୍ଚ କରାଯିବ।  ଏହା ସହିତ ଷ୍ଟେଟ୍ ଇଲେକଟ୍ରିନ୍ ଭେଇକିଲ ବୋର୍ଡ ଗଠନ କରାଯିବ, ଯାହାର ଅଧ୍ୟକ୍ଷ ରାଜ୍ୟର ଟ୍ରାନ୍ସପୋର୍ଟ ମିନିଷ୍ଟର ହେବେ ଓ ଏକ ସମର୍ପିତ ଇଭିସେଲ୍ ଗଠନ କରାଯିବ ଯଦି ତେବେ ସମ୍ପୂର୍ଣ୍ଣ ନୀତିକୁ ଲାଗୁ କରିବାରେ ସହାୟକ ହେବ।

ସମ୍ବନ୍ଧିତ ଖବର