PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ରାଜଧାନୀ ସମେତ ଦେଶରେ କମୁଛି କରୋନା ସଂକ୍ରମଣ, ମୃତ୍ୟୁହାରରେ ଲାଗୁନି ବ୍ରେକ

pic- ndtv.in

ନୂଆଦିଲ୍ଲୀ,୧୮/୦୧: ଦେଶର ରାଜଧାନୀରେ କମୁଛି କରୋନା। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୧ ହଜାର ୬୮୪ ନୂଆ ମାମଲା ସାମ୍ନାକୁ ଆସିଛି। ସୋମାବର ଅପେକ୍ଷା ପଜିଟିଭ ହାର ୨୭.୯୯ ପ୍ରତିଶତରୁ ଖସି ୨୨.୪୭ ପ୍ରତିଶତ ହୋଇଛି। ଅନ୍ୟପଟେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ। ଗତ ୨୪ ଘଣ୍ଟାକେ ୩୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ଏବେ ସକ୍ରିୟ ମାମଲା ରହିଛି ୭୮ ହଜାର ୧୧୨। ଏମାନଙ୍କ ମଧ୍ୟରୁ ହୋମ ଆଇସୋଲେସନରେ ରହିଛନ୍ତି ୬୩ ହଜାର ୪୩୨ କରୋନା ଆକ୍ରାନ୍ତ।  

ଦିଲ୍ଲୀ ସମେତ ଦେଶରେ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। ଭାରତରେ ମଙ୍ଗଳବାର କରୋନା ଭାଇରସର ନୂଆମାମଲା ୭ ପ୍ରତିଶତ କମିଛି। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୩୮ ହଜାର ୦୧୮ କରୋନା ଆକ୍ରାନ୍ତ ଚିହ୍ନିଟ ହୋଇଛନ୍ତି। ଏହାସହିତ ପଜିଟିଭ ହାର ହ୍ରାସ ପାଇ ୧୪.୩ ପ୍ରତିଶତରେ ରହିଛି।

ଅନ୍ୟପଟେ ଗୋଟିଏ ଦିନରେ କରୋନାରେ ୩୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଦେଶର କରୋନା ସଂକ୍ରମଣର ତୃତୀୟ ଲହର ଭିତରେ ଗତ ୨୪ ଘଣ୍ଟାରେ ୧୬ ଲକ୍ଷ ୪୯ ହଜାର ୧୪୩ ରିଟେଷ୍ଟିଂ ହୋଇଥିଲା। ସେହିଭଳି କରୋନାର ସକ୍ରିୟ ମାମଲାରେ ମଧ୍ୟ ହ୍ରାସ ଘଟିଛି। ବର୍ତ୍ତମାନ ୧୭ ଲକ୍ଷ ୩୬ ହଜାର ୬୨୮ ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର