AAP ବିଧାୟକ ସୋମନାଥ ଭାରତୀଙ୍କୁ ୨ବର୍ଷ ଜେଲ ଦଣ୍ଡ !

https://khabar.ndtv.com/
ନୂଆଦିଲ୍ଲୀ – ଦିଲ୍ଲୀର ଏକ କୋର୍ଟ ଶନିବାର ଦିନ ଆମ୍ ଆଦମୀ ପାର୍ଟିର ବିଧାୟକ ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସୋମନାଥ ଭାରତୀଙ୍କୁ ୨ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି । ତାଙ୍କ ଉପରେ ଏମ୍ସର ସୁରକ୍ଷା କର୍ମୀଙ୍କ ସହ ୨୦୧୬ ମସିହାରେ ମାରପିଟ୍ କରିବାର ଅଭିଯୋଗ ଥିଲା । ଅତିରିକ୍ତ ମୁଖ୍ୟ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ ରବିନ୍ଦ୍ର କୁମାର ପାଣ୍ଡେ ଆପ୍ ନେତାଙ୍କୁ ଦୋଷୀ ଘୋଷିତ କରି ଦଣ୍ଡ ଶୁଣାଇଛନ୍ତି । କୋର୍ଟ ତାଙ୍କ ଉପରେ ୧ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି ।
ଭାରତୀଙ୍କୁ ଏ ଭିତରେ ବେଲ୍ ବି ମିଳିଯାଇଛି , ଏଥିପାଇଁକି ସେ ମାମଲାରେ ଦୋଷୀ କରାଯିବା ଓ ଜେଲ ଦଣ୍ଡ ବିରୋଧରେ ଉଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରିପାରିବେ ।
ଅଭିଯୋଜନ ପକ୍ଷ ମୁତାବକ , ୯ ଡିସେମ୍ୱର , ୨୦୧୬ରେ ଭାରତୀ ପାଖାପାଖି ୩୦୦ ଲୋକଙ୍କ ସହ , ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ( ଏମ୍ସ)ରେ ଏକ ଜେସିବିରେ ଏକ ଘରର ବାଉଣ୍ଡରୀ କାନ୍ଥକୁ ଭାଙ୍ଗି ଦେଇଥିଲେ। ମାଜିଷ୍ଟ୍ରେଟ୍ କହିଥିଲେ – କୋର୍ଟଙ୍କ ମତରେ ଅଭିଯୋଜନା ପକ୍ଷ ଅଭିଯୁକ୍ତ ସୋମନାଥ ଭାରତୀଙ୍କ ବିରୋଧରେ ନିଜର ମାମଲା ସାବ୍ୟସ୍ତ କରିଦେଇଛନ୍ତି ।
କୋର୍ଟ ଭାରତୀଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଅନୁସାରେ ବିଭିନ୍ନ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରି ଥିଲେ , ଯେଉଁଥିରେ ଧାରା ୩୨୩ ( ସ୍ୱେଚ୍ଛାରେ ଆଘାତ ହେବା ) , ୩୫୩ ସରକାରୀ କର୍ମଚାରୀଙ୍କୁ ତାଙ୍କର କର୍ତ୍ତବ୍ୟ ନିର୍ବାହ କରିବାରେ ରୋକିବା ପାଇଁ ଆକ୍ରଣଣ କରିବା ବା ଅପରାଧିକ ବଳ ପ୍ରୟୋଗ କରିବା ) ଓ ୧୪୭ ଦଙ୍ଗାହଙ୍ଗାନା କରିବା ) ସଂପୃକ୍ତ ରହିଛି । ଏହି ଅପରାଧରେ ଅଧିକତମ ଭାବେ ୫ବର୍ଷ ଯାଏ ଜେଲ ଦଣ୍ଡର ପ୍ରାବଧାନ ରହିଛି ।
କୋର୍ଟ ଭାରତୀଙ୍କ ସହଯୋଗୀଙ୍କୁ ଓ ସହ – ଅଭିଯୁକ୍ତମାନେ – ଜଗତ ସୈନୀ , ଦିଲୀପ ଝା , ସନ୍ଦୀପ ସୋନୁ ଓ ରାକେଶ ପାଣ୍ଡେଙ୍କୁ ମୁକ୍ତ କରିଦେଇଛି । ଏହି ମାମଲା ଏମ୍ସର ମୁଖ୍ୟ ସୁରକ୍ଷା ଅଧିକାରୀ ଆର୍ ଏସ୍ ରାୱତଙ୍କର ଅଭିଯୋଗ ଆଧାରରେ ଦାଖଲ କରାଯାଇଥିଲା ।