PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ପୁଣି ସ୍ପା ସେଣ୍ଟର ଉପରେ ମହିଳା କମିଶନ୍ ଅଧ୍ୟକ୍ଷାଙ୍କ ଚଢାଉ,ଯୁବତୀଙ୍କ ସହିତ ବିବସ୍ତ୍ର ଅବସ୍ଥାରେ ଧରା ପଡିଲେ ମ୍ୟାନେଜର ଏବଂ ଗ୍ରାହକ

ନୂଆଦିଲ୍ଲୀ,୬।୯: ଦିଲ୍ଳୀ ମହିଳା କମିଶନଙ୍କ ଅଧ୍ୟକ୍ଷା ସ୍ବାତି ମାଲିଓ୍ବାଲ ସ୍ପା ସେଣ୍ଟର ବିରୋଧରେ ଅଭିଯାନ ଜାରି ରଖିଛନ୍ତି।ଦେହ ବ୍ୟବସାୟ ଧନ୍ଦାରେ ସାମିଲ ଏହି ସ୍ପା ସେଣ୍ଟର ଗୁଡିକ ଉପରେ ଲଗାତାର ଭାବରେ ରେଡ୍ ଜାରି ରହିଛି ଓ ତାଙ୍କର ପର୍ଦାଫାଶ କରାଯାଉଛି। ବୁଧବାର ଦିଲ୍ଲୀର ନଓ୍ବାଦର ଦୁଇଟି ସ୍ପା ସେଣ୍ଟରେ ଚଢାଉ କରିବା ପରେ ଗୁରୁବାର ସନ୍ଧ୍ୟାରେ ମାଲିଓ୍ବାଲ ଉତ୍ତମ ନଗରରେ ଥିବା ସ୍ପ ସେଣ୍ଟରରେ ଚଢାଉ କରିଥିଲେ। ସୋସିଆଲ ମିଡିଆରେ ସେ ଏକ ଭିଡିଓ ଜାରି କରିଛନ୍ତି ଯେ, ମୁଖ୍ୟ ମାର୍ଗରେ ବହୁ ସଂଖ୍ୟାରେ ସ୍ପା ସେଣ୍ଟର ଚାଲୁଛି।   ସେଠାରେ ଥିବା କ୍ରାଉନ ସ୍ପା ଉପରେ ସେ ଚଢାଉ କରିଥିଲେ, ଏହା ସ୍ପା ସେଣ୍ଟରରେ ମଧ୍ୟ ପୂର୍ବ ଦୁଇଟି ଭଳି ସେକ୍ସ ରାକେଟ୍ ଚାଲିଥିଲା।

ଟିମ୍ ଯେତେବେଳେ କ୍ରାଉନ୍ ସ୍ପା ସେଣ୍ଟର ଭିତରକୁ ପଶିଥିଲା ସେଠାରେ ହଇଚର ସୃଷ୍ଟି ହୋଇତିଲା। ସ୍ବାତି ଯେତେବେଳେ ଏକ ରୁମର କବାଟ ଖୋଲିଥିଳେ ସେଠାରେ ବିବସ୍ତ୍ର ଅବସ୍ଥାରେ ଜରେ ଯୁବକ ଓ ଯୁବତୀଙ୍କୁ ଦେଖିବାକୁ ମିଳିଥିଲା। ଭୟରେ ଯୁବତୀ ଜଣକ ସେଠାରୁ ପଳାଇ ଯିବାକୁ ଚେଷ୍ଟା କଲାବେଳେ ଯୁବକ ଜଣକ ସେଠାରେ ବିବସ୍ତ୍ର ଅବସ୍ଥାରେ ଠିଆ ହୋଇ ରହିଥିଲା। ପରେ ତାକୁ ଗାଳି କରାଯିବା ପରେ ସେ ପୋଷାକ ପିନ୍ଦିଥିଲା। ଚଢାଉ ବେଳେ  ବହୁତ ଆପତ୍ତିଜନକ ଜିନିଷ ଜବତ କରାଯାଇଥିଲା।

କ୍ରାଉନ ସ୍ପାରେ ଚଢାଉ ବେଳେ ସେଠାର ମ୍ୟାନେଜର ନିଜେ ମଧ୍ୟ ଏକ ରୁମ୍ ଭିତରୁ ବିବସ୍ତ୍ର ଅବସ୍ଥାରେ ଜଣେ ଯୁବତୀଙ୍କ ସହିତ ଉଦ୍ଧାର କରାଯାଇଥିଲା। ଏହି ସମୟରେ ପ୍ରଥମେ ସେ  କହିଥିଲା, ସେମାନେ କୌଣସି ଭୁଲ କାମ କରୁନାହାନ୍ତି ଓ କେବଳ ଥେରାପି ନେଉଥିଲେ। କିନ୍ତୁ କଡା ଭାବରେ ପଚରାଉଚରା ପରେ କରିଥିଲେ ସ୍ପା ସେଣ୍ଟରରେ ସେକ୍ସ ରାକେଟ୍ ଚାଲିଛି। ଲୋକଙ୍କ ସହିତ ସେକ୍ସ କରିବା ପାଇଁ ଯୁବତୀଙ୍କୁ ୧ ହଜାର ଟଙ୍କା ମିଳିଥାଏ। ଏହି ସମୟରେ କ୍ରାଉନ ସ୍ପା’ର ମ୍ୟାନେଜର ଏମସିଡି ପକ୍ଷରୁ ଦିଆଯାଇଥିବା ଲାଇସେନ୍ସ ମଧ୍ୟ ନିଜର ମୋବାଇଲରେ ଦେଖାଇଥିଲେ।

ସ୍ବାତି ମାଲିଓ୍ବାଲ ଆଉ ଏକ ଟ୍ବିଟରେ ସୂଚନା ଦେଇଛନ୍ତି କ୍ରସ୍ ରିଭର ମଲରେ ୧୨ରୁ ୧୨ ସ୍ପା ସେଣ୍ଟର ଚାଲୁଛି। ଏହା ଖୁବ୍ ଲଜ୍ୟାଜନକ କଥା। ଏଠାରେ ଥିବା ଡେ ଓ୍ବାନ ନାମକ ଏକ ସ୍ପା ସେଣ୍ଟରରେ ଯିବା ବେଳେ ମଧ୍ୟ ଏଭଳି ଦେଖିବାକୁ ମିଳିଥିଲା। ଉଲଘ୍ନ ଅବସ୍ଥାରେ ଯୁବକ-ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା।

ମହିଳା କମିଶନ ଟିମ୍ ଯେତେବେଳେ ଉତ୍ତମ ନଗର ଅଞ୍ଚଳରେ ପହଁଞ୍ଚିଥିଲେ ସେତେବେଳେ ସ୍ପା ସେଣ୍ଟର ମାଲିକ ନିଜ ନିଜ ସ୍ପା ସେଣ୍ଟରରେ ତାଲା ପକାଇ ଦୌଡିବାକୁ ଲାଗିଥିଲେ। ଏହି ସମୟରେ ସେଠାରେ ଥିବା ବହୁ ସଂଖ୍ୟାରେ ଗ୍ରାହକ ଚଢାଉ ଭୟରେ ଦୌଡିକି ପଳାଇଥିଲେ। ଚଢାଉ ବେଳେ ସେଣ୍ଟରକୁ ଭିତରୁ ବନ୍ଦ କରିଦିଆଯାଇଥିଲା, ଯାହାଫଳରେ କେହି ଯେପରି ଭିତରକୁ ପଶି ପାରିବେ ନାହିଁ।

ଏହି ଘଟଣା ପରେ ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷ କହିଛନ୍ତି, ସେ ଏସମ୍ପର୍କରେ ଡିସିପି ଦ୍ବାରକା ଓ ୩ ଏମସିଡି କମିଶନରଙ୍କ ନିକଟକୁ ସମନ ପଠାଇ ସ୍ପା ସେଣ୍ଟରକୁ ବନ୍ଦ କରିବାକୁ ଦାବି କରିଛନ୍ତି। ସେ ପଚାରିଛନ୍ତି ଏଭଳି ସେଣ୍ଟରକୁ ଏମସିଡି କିଭଳି ନଦେଖି ଲାଇସେନ୍ସ ଦେଉଛି। ଦିଲ୍ଲୀକୁ ବ୍ୟାଙ୍କକ କରିଦିଆଯାଉଛି। ରାଜଧାନୀର ପ୍ରତି କୋଣରେ ସ୍ପା ସେଣ୍ଟର ଆଳରେ ସେକ୍ସ ରାକେଟ୍ ଚଲାଯାଉଛି। ଲୋକମାନଙ୍କୁ ଆବେଦନ କରାଯାଉଛି ସେମାନେ ୧୮୧ ନମ୍ବରରେ ଏଭଳି ସ୍ପା ସେଣ୍ଟର ବିରୋଧରେ ଅଭିଯୋଗ କରନ୍ତୁ।