ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଦିଲ୍ଲୀ ନିର୍ବାଚନୀ ମୈଦାନରେ ୧୬୪ କୋଟିପତି ପ୍ରାର୍ଥୀ

ନୂଆଦିଲ୍ଲୀ ୨୬/୧: ଦିଲ୍ଲୀ ବିଧାନସଭା ନିର୍ବାଚନୀରେ ୩ ପ୍ରମୁଖ ଦଳ ଆପ୍‌, କଂଗ୍ରେସ ଏବଂ ବିଜେପିରୁ ମୋଟ ୧୬୪ ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ୨୦୧୫ରେ ଏହି ସଂଖ୍ୟା ୧୪୩ ଥିଲା । ଏଭଳି ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୩ ଜଣଙ୍କ ସମ୍ପତ୍ତିର ମୂଲ୍ୟ ୫୦ କୋଟିରୁ ଊଦ୍ଧ୍ୱର୍ ରହିଛି । ଆପ୍‌ ପ୍ରାର୍ଥୀ ଧରମପାଲ ଲାକ୍ରା ୨୯୨ କୋଟି ଟଙ୍କାର ସମ୍ପତ୍ତି ସହ ସବୁଠାରୁ ଧନୀ ପ୍ରାର୍ଥୀ ଭାବେ ବିବେଚିତ ହୋଇଛନ୍ତି । ଆପ୍‌ର ଅନ୍ୟ ୩ ପ୍ରାର୍ଥୀ ପ୍ରମିଳା ଟୋକାସ, ରାମ ସିଂହ ଏବଂ ରାଜ କୁମାର ଆନନ୍ଦ ଯଥାକ୍ରମେ ୮୦.୮ କୋଟି, ୮୦ କୋଟି ଏବଂ ୭୬ କୋଟି ଟଙ୍କାର ସମ୍ପତ୍ତି ସହ ଏହି ତାଲିକାର ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି ।

{"id":84178,"width":689,"height":386,"sizeSlug":"large"}

ନିର୍ବାଚନ ଲଢ଼ୁଥିବା କ୍ଷମତାସୀନ ବିଧାୟକଙ୍କ ମଧ୍ୟରେ ଟୋକାସ ସବୁଠାରୁ ଧନୀ ପ୍ରାର୍ଥୀ । କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ସିଂହ ୭୦ କୋଟି ସମ୍ପତ୍ତି ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ବ୍ରହ୍ମ ସିଂହ ତନୱାରସ, ଅନିଲ ଗୋୟଲ ଏବଂ ସତ ପ୍ରକାଶ ରାଣାତାଲିକାର ଷଷ୍ଠ, ସପ୍ତମ ଏବଂ ଅଷ୍ଠମ ସ୍ଥାନରେ ଅଛନ୍ତି । ସେମାନଙ୍କ ପାଖେ ଯଥାକ୍ରମେ ୬୬.୩ କୋଟି, ୬୪.୧ କୋଟି ଏବଂ ୫୭.୪ କୋଟି ଟଙ୍କାର ସମ୍ପତ୍ତି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.