ସୁପ୍ରିମକୋର୍ଟଙ୍କ କମିଟିରୁ ଅଲଗା ହେଲେ ବିକେୟୁ ନେତା ଭୂପିନ୍ଦର ସିଂ ମାନ୍, କହିଲେ- ପଞ୍ଜାବ ଓ କୃଷକଙ୍କ ସହିତ ସବୁବେଳେ ଅଛି

ନୂଆଦିଲ୍ଲୀ, ୧୪।୧: କୃଷକ ଆନ୍ଦୋଳନକୁ ନେଇ ଗଠନ କରାଯାଇଥିଲା ସୁପ୍ରିମକୋର୍ଟଙ୍କ ୪ ସଦସ୍ୟ ବିଶିଷ୍ଟ କମିଟି। ଏବେ ଏହି କମିଟିରୁ ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅଖିଳ ଭାରତୀୟ କୃଷକ ସମନ୍ବୟ କମିଟିର ଅଧ୍ୟଧ ଭୂପିନ୍ଦର ସିଂ ମାନ ନିଜକୁ ଅଲଗା କରିଛନ୍ତି। ଭୂପିନ୍ଦରଙ୍କ ନାଁରେ ଆରମ୍ଭରୁ ହିଁ ବିବାଦ ଆରମ୍ଭ ହୋଇଥିଲା। ଆନ୍ଦୋଳନ କରୁଥିବା କୃଷକଙ୍କ କହିବା ଅନୁସାରେ, ଭୂପିନ୍ଦର ସିଂ ମାନ ପୂର୍ବରୁ ତିନୋଟି କୃଷି ଆଇନକୁ ସମର୍ଥନ କରିସାରିଛନ୍ତି।

ଭୂପିନ୍ଦର ସିଂ ମାନ କମିଟିରେ ସାମିଲ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ କୃତଜ୍ଞତା ଜଣାଇଥିଲେ, କିନ୍ତୁ ଆଗକୁ ଳେଖିଥିଲେ ଜଣେ କୃଷକ ଓ ସଂଗଠନର ନେତା ହେବା କାରଣରୁ କୃଷକଙ୍କ ଭାବନା ଜାଣିଛି। ମୁଁ ନିଜର କୃଷକ ଓ ପଞ୍ଜାବ ପ୍ରତି ବିଶ୍ବସ୍ଥ ଅଛି। ଏମାନଙ୍କ ହିତ ଛଡା କୌଣସି ବୁଝାମଣା କରିପାରିବିନି। ମୁଁ ଏଥିପାଇଁ ଯେତେ ବଡ ପଦ କିମ୍ବା ସମ୍ମାନକୁ ମଧ୍ୟ ବଳି ଚଢାଇପାରେ। ମୁଁ କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ଦାୟିତ୍ବକୁ ତୁଲାଇ ପାରିବି ନାହିଁ। ମୁଁ ନିଜକୁ ଏହି କମିଟି ନିକଟରୁ ଅଲଗା କରୁଛି।

ଉଲ୍ଲେଖନୀୟ ଯେ, ସୁପ୍ରିମକୋର୍ଟ କୃଷକ ଓ ସରକାରଙ୍କ ଭିତରେ ଗତିରୋଧକୁ ଶେଷ କରିବାର ସମାଧନ ବାହାର କରିବା ପାଇଁ ୪ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ଏହି କମିଟିରେ ଅଲ୍ ଇଣ୍ଡିଆା କୃଷକ କୋ-ଅର୍ଡିନାନ୍ସ କମିଟିର ମୁଖ୍ୟ ଓ ପୂର୍ବତନ ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂ ମାନଙ୍କୁ ମଧ୍ୟ ସାମିଲ କରାଯାଇଥିଲ। ତାଙ୍କ ସଂଗଠନ ଅନୁଯାୟୀ ବହୁ କୃଷକ ସଂଗଠନ ଆସନ୍ତୁ, ତେଣୁ କୃଷକଙ୍କ ଉପରେ ତାଙ୍କର ପ୍ରଭାବ ଖୁବ୍ ଅଧିକ ରହିଛି।