କରୋନା ଭାଇରସ ଯୋଗୁଁ ଦିଲ୍ଲୀରେ ହେବନି IPL ମ୍ୟାଚ୍, ରଦ୍ଦ ହେଲା ସବୁ ସେମିନାର୍

ନୁଆଦିଲ୍ଲୀ ୧୩/୩: ସାରା ଦୁନିଆ କରୋନା ପାଇଁ ଚିନ୍ତିତ । କରୋନାକୁ ନେଇ ବଢୁଥିବା ଭୟକୁ ଦେଖି ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ଚଳିତ ବର୍ଷ ଆଇପିଏଲ୍ ଖେଳାଯିବନି । କେବଳ ଏତିକି ନୁହେଁ ଦିଲ୍ଲୀରେ କୌଣସି ବି ବଡ ଇଭେଣ୍ଟ ହେବନି । କରୋନା ଭାଇରସରୁ ବଞ୍ଚିବା ପାଇଁ ଏବଂ ଦିଲ୍ଲୀ ଲୋକଙ୍କୁ ସୁସ୍ଥ ରଖିବା ପାଇଁ ଦିଲ୍ଲୀ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି ।

ଦିଲ୍ଲୀ ସରକାର କରୋନାକୁ ବ୍ୟାପିବାରେ ରୋକିବା ପାଇଁ ସମସ୍ତ ସ୍ପୋର୍ଟ୍ସ ଗ୍ୟାଦରିଂ(ଆଇପିଏଲ୍ ମଧ୍ୟ) ବଡ ସେମିନାର, କନଫରେନ୍ସ ଆଦିର ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଇଦେଇଛନ୍ତି । ସମସ୍ତ DM, SDM ନିଜ ନିଜ କ୍ଷେତ୍ରରେ କରୋନା ସମ୍ବନ୍ଧୀୟ ଆଦେଶର ପାଳନ ଉପରେ ନଜର ରଖିବେ ।

କହିରଖୁଛୁ ଶୁକ୍ରବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଘୋଷଣା କରିଛନ୍ତି କି ଦିଲ୍ଲୀରେ କୌଣସି ପ୍ରକାର ବଡ ସମ୍ମିଳନୀ ଓ ଆଇପିଏଲ୍ ମ୍ୟାଚ୍ ହେବନି । ସରକାରଙ୍କ ଆଗାମୀ ଆଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଜାରି ରହିବ । ଦିଲ୍ଲୀ ସହିତ ଜିଲ୍ଲାଧିକାରୀଙ୍କୁ ଏହାର ସୂଚନା ଦିଆଯାଇଛି ।

ଏହି ମାମଲାରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି କି ଯଦି କୌଣସି ବ୍ୟକ୍ତିରେ କରୋନା ଭାଇରସ ଲକ୍ଷଣ ଦେଖାଯାଉଛି ତେବେ ସେ ନିଜକୁ ପବ୍ଲିକରୁ ଦୂରେଇ ରଖନ୍ତୁ । ଯଦି କାହା ପାଖରେ ଲକ୍ଷଣ ଦେଖାଯାଉଛି ତେବେ ସେ ୧୪ ଦିନ ପର୍ଯ୍ୟନ୍ତ ଘରେ ରହୁ ।

ଆପଣଙ୍କୁ କହିରଖୁଛୁ ଦିଲ୍ଲୀରେ କରୋନା ଭାଇରସର ୬ ମାମଲା ପଜେଟିଭ୍ ମିଳିଛି ଯାହା ପରେ ରାଜ୍ୟ ସରକାର ଅନେକ ପ୍ରକାର ସତର୍କତା ଅବଲମ୍ବନ କରୁଛନ୍ତି । ଏହା ସହିତ ଦିଲ୍ଲୀର ସମସ୍ତ ସ୍କୁଲ, ସିନେମାଘର, କଲେଜ, ପବ୍ଲିକ୍ ସ୍ୱିମିଂ ପୁଲକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି ।

   ସମ୍ବନ୍ଧିତ ଖବର


୨୦୨୩ ବିଶ୍ବକପ୍‌କୁ ନେଇ ଏମିତି କହିଲେ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି

ଗ୍ରେଗ୍ ବାର୍କଲେ ଆଇସିସିର ନୂତନ ଅଧ୍ୟକ୍ଷ, ଦ୍ବିତୀୟ ରାଉଣ୍ଡ ଭୋଟିଂରେ ମିଳିଲା ସଂଖ୍ୟା ଗରିଷ୍ଠତା

ରେଡ୍‌ ବୁଲ୍‌ କ୍ୟାମ୍ପସ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ : ଫାଇନାଲ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

କରୋନା କାଳରେ କେତେଥର କୋଭିଡ ଟେଷ୍ଟ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ? ନିଜେ କଲେ ଖୁଲାସା

ICC ବାଛିବ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି: ଭାରତରୁ ଅଛନ୍ତି ୬ ଖେଳାଳି, ବିରାଟ ସର୍ବାଧିକ ୫ଟି ଆଓ୍ବାର୍ଡ ପାଇଁ ମନୋନୀତ

ନୂଆ ଜର୍ସିରେ ପୁରୁଣା ସ୍ମୃତି: ଅଷ୍ଟ୍ରେଲିଆ ଗସ୍ତରେ ଆସିଥିବା ବିରାଟ ବାହିନୀଙ୍କ ନୂଆ ପୋଷାକ ମନେ ପକାଉଛି ୯୦ ଦଶକର କଥା