PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ମାଲିକର ବ୍ୟବହାରରେ ଅସନ୍ତୁଷ୍ଟ ଥିଲା ଚାକର,ଏବେ ଫ୍ରିଜରେ ପୁରାଇ ଅପହରଣ କରି ନେଇଗଲା

ନୂଆଦିଲ୍ଲୀ, ୨।୯: ଦିଲ୍ଲୀ ସବୁଠାରୁ ଭିଆଇପି ଏରିଆ ଗ୍ରେଟର କୈଳାଶ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛଇ। ଜଣେ ଚାକର ଫିଲ୍ମ ଷ୍ଟାଇଲରେ ନିଜର ମାଲିକଙ୍କୁ ଅପହରଣ କରିଛି। ଯାହାକୁ ନେଇ ଏବେ ଚାରିଆଡେ ଯୋରଦାର ଚର୍ଚ୍ଚା ହେଉଛି। ଚାକର ନିଜର ମାଲିକଙ୍କୁ ବେହୋଶ କରି ଫ୍ରିଜରେ ରଖି ଅପହରଣ କରିଥିଲା। ଘରେ କାମ କରୁଥିବା ଚାକର ଯେ, ଏଭଳି ହାଇପ୍ରୋଫାଇଲ ଅପହରଣ କରିବ ତାହା କେହି ଭାବି ପାରିନଥିଲେ।

୯୧ ବର୍ଷୀୟ କୃଷ୍ଣ ଖୋସଲାଙ୍କୁ ତାଙ୍କ ଚାକର ଗତକାଲି ସକାଳେ ଅପହରଣ କରିନେଇଥିଲ। ଅପହରଣ ପରେ ଚାକରର ତଲାସୀ ଆରମ୍ଭ କରାଯାଇଥିଲା। ଗତ ଦେଢ ବର୍ଷ ଧରି ଚାକର ଜଣକ କୃଷ୍ଣ ଖୋସଲାଙ୍କ ଘରେ କାମ କରୁଥିଲେ। ତେବେ ମାଲିକଙ୍କର  ବ୍ୟବହାରରେ ଚାକର ଅସନ୍ତୁଷ୍ଟ ଥିଲା। ତେଣୁ ଶନିବାର ସନ୍ଧ୍ୟାରେ  ଟେମ୍ବୋ ନେଇ ନିଜର ୫ ଜଣ ସାଥୀଙ୍କ ସହିତ ୯୧ ବର୍ଷୀୟ କୃଷ୍ଣ ଖୋସଲାଙ୍କ ଘରକୁ ଆସିଥିଲା। ଏହି ସମୟରେ କୃଷ୍ଣଙ୍କ ସହିତ ତାଙ୍କ ପତ୍ନୀ ଥିଲେ। ତେବେ ଚାକର ଜଣକ ନିଜ ମାଲିକାଣିକୁ ବେହୋଶ କରି ମାଲିକକୁ ଫ୍ରିଜରେ ପକାଇ ବେହୋଶ କରି ନେଇଯାଇଥିଲା। ଅଭିଯୁକ୍ତ ଚାକରର ନାମ କିଷନ, ଯିଏକି ବିହାରର ବୋଲି ଜଣାପଡିଛି। ପୋଲିସ ଅଭିଯୁକ୍ତଗୁ ଗିରଫ କରିବା ପାଇଁ ବହୁ ଟିମ୍ ଗଠନ କରିଛି। ତେବେ ଏପର୍ଯ୍ୟନ୍ତ ବୃଦ୍ଧଙ୍କର କୌଣସି ଖୋଜଖବର ମିଳିନାହିଁ।

ସମ୍ବନ୍ଧିତ ଖବର