PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଜାମିୟାର କୁଳପତିଙ୍କ ସାମ୍ବାଦିକ ସମ୍ମିଳନୀ: ‘ଆମର ବିନା ଅନୁମତିରେ ପୋଲିସ କ୍ୟାମ୍ପସରେ ପଶି ଭଙ୍ଗାରୁଜା କରିଛି, ୨୦୦ ଛାତ୍ର ଆହତ’

ନୂଆଦିଲ୍ଲୀ,୧୬।୧୨:  ଜାମିଆ ବିଶ୍ବବିଦ୍ୟାଳୟରେ ନାଗରିକତା ଆଇନ ବିରୋଧରେ ହୋଇଥିବା ହିଂସାକାଣ୍ଡ ନେଇ  ଆଜି   କୁଳପତି ନଜମା ଅଖତର ଦେଇଛନ୍ତି ପ୍ରତିକ୍ରିୟା।  ସାମ୍ବାଦିକ ସମ୍ମିଳନୀ କରି ନଜମା ପ୍ରତିକ୍ରିୟା ଦେଇ କହିଛନ୍ତ, ପୋଲିସ ବିନା ଅନୁମତିରେ କ୍ୟାମ୍ପସରେ ପ୍ରବେଶ କରିବା ସହ ଲାଇବ୍ରେରୀରେ ପଶି ଲାଠିଚାର୍ଜ କରିଛି। ଏଥିରେ ୨୦୦ ଜଣ ଛାତ୍ର ଆହତ ହୋଇଛନ୍ତି। ଆ​ମେ ତାଙ୍କ ବିରୋଧରେ ମାମଲା ରୁଜୁ କରିବୁ।

ନଜମା ଆହୁରି କହିଛନ୍ତି ଯେ, ଶୁକ୍ରବାର ପ୍ରଥମ ଥର ପାଇଁ ଜାମିୟାର ଛାତ୍ରମାନେ ନିଜର ଶୋଭାଯାତ୍ରା ବାହାର କରିଥିଲେ,ଏହାପରେ ଅଧ୍ୟାପକମାନେ ଛୁଟିରେ ଯାଇଥିଲେ। ଯେଉଁ ଲୋକମାନେ ବାହାରୁ ଆସୁଥିଲେ, ତାଙ୍କୁ ରୋକିବା ପାଇଁ ପୋଲିସ ଜାମିଆର ଗେଟ୍ ଉପରେ ବ୍ୟାରିକେଡ ଲଗାଇ ଦେଇଥିଲା। ଆମେ ତାଙ୍କୁ ବ୍ୟାରିକେଡ ଲଗାଇବାକୁ ରୋକିଥିଲୁ। କିଛି ବାହାର ଲୋକ କ୍ୟାମ୍ପସ ଭିତରକୁ ପଶି ଆସିଥିଲେ। ତାଙ୍କ ପଛରେ ପୋଲିସ ଲାଠି ନେଇ ଚାଲି ଆସିଥିଲା। ଆପଣ ମୋତେ ପଚାରିଥାନ୍ତେ, ରେଜିଷ୍ଟାରଙ୍କୁ ପଚାରିଥାନ୍ତେ ଆମର ଛାତ୍ର ଲାଇବ୍ରେରୀରେ ଥିଲେ। ପୋଲିସ ସେଠାରେ ଲାଠି ଚାଳନା କରିଥିଲା। ପିଲାମାନଙ୍କୁ ଯେଉଁ ଭଳି ବର୍ବରତାର ସହ ଭୟଭୀତ କରିଥିଲା, ତାହା ଠିକ୍ ନୁହେଁ। ୟୁନିଭର୍ସିଟିର ଖୁବ୍ କ୍ଷତି ହୋଇଥିଲ।

ପୋଡାଜଳା ସହ ଆମର କୌଣସି ସଂପର୍କ ନାହିଁ, ଆମେ କୌଣସି ରାଜନୈତିକ ଦଳକୁ ଡାକିନଥିଲୁ ବୋଲି କୁଳପତି କହିଛନ୍ତି । ଜାମିଆକୁ ଟାର୍ଗେଟ କରାନଯାଉ । ଜାମିଆକୁ ବଦନାମ କରାନଯାଉ ବୋଲି କହିବା ସହ ପୁରା ମାମଲାରେ ଉଚ୍ଚସ୍ତରୀୟ ଯାଞ୍ଚ କରିବାକୁ କୁଳପତି ଦାବି କରିଛନ୍ତି ନଜମା।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ ବିରୋଧରେ ଦକ୍ଷିଣ ଦିଲ୍ଲୀରେ ଗତକାଲି ହିଂସା ଦେଖିବାକୁ ମିଳିଥିଲା। ପ୍ରଦର୍ଶନକାରୀମାନେ  ୩ଟି ବସରେ ନିଆଁ ଲଗାଇ ଦେଇଥିଲେ । ଅଗ୍ନିଶମ ବାହିନୀ ଗାଡି ଉପରକୁ ମଧ୍ୟ ପ୍ରଦର୍ଶନକାରୀମାନେ ଆକ୍ରମଣ କରିଥିଲା। ଏହାପରେ ବିକ୍ଷୋଭରେ ସଂପୃକ୍ତି ଅଭିଯୋଗରେ ପୋଲିସ ୫୦ ଜଣ ଛାତ୍ରଙ୍କୁ ଅଟକ ରଖିଥିଲା। ତେବେ ଆଜି ସମସ୍ତଙ୍କୁ ଛାଡି ଦିଆଯାଇଛି। ତେବେ ପରିସ୍ଥିତିକୁ ଦେଖି ଜାମିଆ ୟୁନିଭର୍ସିଟିରେ ପୋଲିସ ଛାଉଣୀ କରାଯାଇଛି। ଏହାସହିତ ଜାନୁଆରୀ ୫ତାରିଖ ଯାଏଁ ଜାମିଆ ବିଶ୍ବ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି।