କଲରାଜ ହେଲେ ହିମାଚଳ ପ୍ରଦେଶର ନୂତନ ରାଜ୍ୟପାଳ

ନୂଆଦିଲ୍ଲୀ,୧୫ା୭ (ଏଜେନ୍ସି): ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କଲରାଜ ମିଶ୍ରଙ୍କୁ ହିମାଚଳ ପ୍ରଦେଶର ନୂତନ ରାଜ୍ୟପାଳ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ହିମାଚଳର ରାଜ୍ୟପାଳ ଥିବା ଆଚାର୍ଯ୍ୟ ଦେବବ୍ରତଙ୍କୁ ଗୁଜରାଟର ରାଜ୍ୟପାଳ ଭାବେ ବଦଳି କରାଯାଇଛି । ସେମାନେ ଯେଉଁଦିନ ଠାରୁ କାର୍ଯ୍ୟଭାର ଗ୍ରହଣ କରିବେ ସେହିଦିନଠାରୁ ସେମାନଙ୍କ ନିଯୁକ୍ତି ତାରିଖ କାର୍ଯ୍ୟକାରୀ ହେବ ବୋଲି ରାଷ୍ଟ୍ରପତି ଭବନ ସୂତ୍ରରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିର ସରକାରରେ କଲରାଜ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ରହିଥିଲେ ।

୨୦୧୭ରେ ତାଙ୍କୁ ୭୫ ବର୍ଷ ବୟସ ଅତିକ୍ରମ କରିଯିବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ସେ ଉତ୍ତରପ୍ରଦେଶର ଦେଓରିଆ ଲୋକସଭା ଆନସରୁ ପ୍ରତିନିଧିତ୍ୱ କରୁଥିଲେ । କିନ୍ତୁ ଚଳିତବର୍ଷ ସେ ଲୋକସଭା ନିର୍ବାଚନ ଲଢ଼ି ନଥିଲେ । ସେହିଭଳି ୬୦ ବର୍ଷୀୟ ଦେବବ୍ରତଙ୍କୁ ୨୦୧୫ରେ ହିମାଚଳ ପ୍ରଦେଶ ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା । ବର୍ତ୍ତମାନ ଗୁଜରାଟର ରାଜ୍ୟପାଳ ଥିବା ଓମ୍‌ ପ୍ରକାଶ କୋହଲିଙ୍କୁ ୨୦୧୪ ଜୁଲାଇ ୧୬ରେ ନିଯୁକ୍ତ କରାଯାଇଥିଲା । ଆଜି ସେ ଅବସର ଗ୍ରହଣ କରିଥିବାରୁ ତାଙ୍କ ସ୍ଥାନରେ ଦେବବ୍ରତଙ୍କୁ ନିଯୁକ୍ତି ଦିଆଯାଇଛି ।

   ସମ୍ବନ୍ଧିତ ଖବର


୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ