ସୁଶାନ୍ତ ସିଂହ ରାଜପୁତ ମାମଲା –ଫେକ୍‌ ନ୍ୟୁଜ୍‌ ପ୍ରଚାର ଅଭିଯୋଗରେ ଦିଲ୍ଲୀର ଜଣେ ବ୍ୟକ୍ତି ଗିରଫ

ମୁମ୍ୱାଇ –ସୁଶାନ୍ତ ସିଂହ ରାଜପୁତ ମାମଲାରେ ମିଛ ଖବର ପ୍ରଚାର କରିବା ନେଇ ମୁମ୍ୱାଇ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ। ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ଗିରଫ କଲା ପୁଲିସ୍‌। ଓକିଲ ବୋଲି ନିଜକୁ ଦାବି କରୁଥିବା ଏହି ବ୍ୟକ୍ତିଙ୍କୁ ମୁମ୍ୱାଇ ପୁଲିସ୍‌ ମୁମ୍ୱାଇ ନେଇ ଆସିଛି । ବିଭୋର ଆନନ୍ଦ ନାମକ ଏହି ବ୍ୟକ୍ତିଙ୍କର ଟ୍ୱିଟ୍‌ର ଆକାଉଣ୍ଟକୁ ମଧ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ଗାଇଡ୍‌ଲାଇନ୍‌ର ଉଲଙ୍ଘନ କରିବା ଅଭିଯୋଗରେ ନିଲମ୍ୱିତ କରିଦିଆଯାଇଛି ।

ବିଭୋର ଆନନ୍ଦଙ୍କ ଉପରେ ଅଭିଯୋଗ ଏୟା ଯେ , ସେ ସୋସିଆଲ ମିଡ଼ିଆରେ ଅନେକ ହିଂସା ପ୍ରଣୋଦିତ ଓ ଅପମାନ ସୂଚକ ଅଭିଯୋଗ କରିଥିଲେ। ପୁଲିସ୍‌ କହିଛି କି ,ସେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ତାଙ୍କର ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁକୁ ନେଇ ଅନେକ ମିଛ କନ୍ସପିରେସି ଥିଓରି ସବୁ ତିଆରି କରି ବହୁତ ଲୋକଙ୍କୁ ନିଜର ପୋଷ୍ଟ ମାଧ୍ୟମରେ ଟାର୍ଗେଟ୍‌ କରିଥିଲେ ।

ଏହି ବ୍ୟକ୍ତିଙ୍କୁ ସଂପୃକ୍ତ କେସ୍‌ ନେଇ ମୁମ୍ୱାଇ ଆଣାଯାଇଛି। ତାଙ୍କ ଉପରେ ଆଇନ୍‌ର କିଛି ଧାରା ସହ ଇନଫର୍ମେସନ ଟେକ୍ନୋଲୋଜି ଆକ୍ଟ ଅନୁସାରେ କେସ୍‌ ଦାଖଲ କରାଯାଇଛି । ପୁଲିସ୍‌ର କହିବା ହେଲା  ସେ ଅନେକ ଲୋକଙ୍କ ଉପରେ ମିଛ  ଦୋଷାରୋପ ଲଗେଇଛନ୍ତି ।

   ସମ୍ବନ୍ଧିତ ଖବର


କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now

ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

ଭଙ୍ଗା ହାତରେ ଚା’ ବିକୁଛନ୍ତି ବୟସ୍କ ଦମ୍ପତି

ଏତେ ଭିଡ଼ରେ କରୋନା ବି ପଶି ପାରିବନି- ଏମିତି କହିଲେ ଆଇପିଏସ୍ ଅଫିସର