PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ପ୍ରବଳ ଥଣ୍ଡାରେ ଥରୁଛି ଉତ୍ତର ଭାରତ; ସ୍କୁଲ ଓ କଲେଜ ଛୁଟି, ରେଳ ଓ ବିମାନ ସେବା ପ୍ରଭାବିତ

ନୂଆଦିଲ୍ଲୀ ୩୦/୧୨: ପ୍ରବଳ ଥଣ୍ଡାରେ ଥରୁଛି ସମଗ୍ର ଉତ୍ତର ଭାରତ । ହରିଆଣାରେ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଥିଲା ବେଳେ ବିଭିନ୍ନ ରାଜ୍ୟରେ ଟ୍ରେନ୍‌ ଓ ବିମାନସେବା ମଧ୍ୟ ପ୍ରଭାବିତ ହୋଇଛି । ଗତ ୧୪ ତାରିଖରୁ ରାଜଧାନୀ ଦିଲ୍ଲୀରେ ଥଣ୍ଡା ଲହରୀ ଜାରି ରହିଛି । ରବିବାର ସକାଳେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି । ଯାହାକି ଏହି ସମୟର ସ୍ୱାଭାବିକ ତାପମାତ୍ରା ଠାରୁ ୪ ଡିଗ୍ରୀ କମ୍‌ । ଏପରିକି ଦିଲ୍ଲୀର ଆୟାନଗର ଅଞ୍ଚଳରେ ତାପମାତ୍ରା ୨.୫ ଡିଗ୍ରୀ ହୋଇଛି । ୨୨ ବର୍ଷ ପରେ ଦିଲ୍ଲୀରେ ଏଭଳି ଦୀର୍ଘକାଳନୀ ଥଣ୍ଡା ଲାଗି ରହିଛି । ୧୯୯୭ରେ ଦିଲ୍ଲୀରେ କ୍ରମାଗତ ୧୭ ଦିନ ଧରି ଥଣ୍ଡା ଲାଗିରହିଥିଲା । ଜାନୁଆରୀ ୧ରୁ ୩ପର୍ଯ୍ୟନ୍ତ ଦିଲ୍ଲୀରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି ।

ସେପଟେ ହରିଆଣାରେ କେତେକ ସ୍ଥାନରେ ତାପମାତ୍ରା ୦ ଡିଗ୍ରୀ ସେଲ୍‌ସିୟସକୁ ହ୍ରାସ ପାଇଛି । ଫଳରେ ରାଜ୍ୟ ସରକାର ସେସବୁ ଅଞ୍ଚଳରେ ସ୍କୁଲ ଓ କଲେଜକୁ ଆସନ୍ତା ୩୦ ଓ ୩୧ ତାରିଖ ଛୁଟି ଘୋଷଣା କରିଛନ୍ତି । ଦିନ ତାପମାତ୍ରା ୧୦ରୁ ୧୩ ଡିଗ୍ରୀ ରହୁଛି । ଆଗାମୀ କିଛିଦିନ ହରିଆଣା ଓ ପଞ୍ଜାବରେ ଶୀତ ଲହରି ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି । ଜମ୍ମୁ-କାଶ୍ମୀରରେ ଡାଲ ହ୍ରଦ ବରଫ ପାଲଟିଯାଇଛି । ଶ୍ରୀନଗରର ତାପମାତ୍ରା ଚଳିତ ଋତୁରୁ ସବୁଠାରୁ କମ୍‌ ମାଇନସ ୬.୨ ଡିଗ୍ରୀ ସେଲ୍‌ସିୟସ ରହିଛି । ଲେହ ଓ ଲଦାଖର ତାପମାତ୍ରା ମାଇନସ ୧୯ ଡିଗ୍ରୀ ସେଲ୍‌ସିୟ ହୋଇଥିଲା ବେଳେ ଦ୍ରାସର ତାପମାତ୍ରା ମାଇନସ ୨୮.୭ ଡିଗ୍ରୀ ସେଲ୍‌ସିୟସ ହୋଇଛି । ହିମାଚଳ ପ୍ରଦେଶର ମନାଲି, ସୋଲନ, ଭୁଣ୍ଟର, ସୁନ୍ଦରନଗର ଓ କଳପା ଅଞ୍ଚଳରେ ତାପମାତ୍ର ୦ରୁ ଆହୁରି ତଳକୁ ଖସିଯାଇଛି ।

ରାଜସ୍ଥାନର ଜୟପୁର ସହରର ତାପମାତ୍ରା ୧.୪ ଡିଗ୍ରୀ ରହିଛି । ଯାହାକି ୧୯୬୪ ଡିସେମ୍ବର ୧୩ ପରେ ସର୍ବନିମ୍ନ । ରାଜ୍ୟର ଚୁରୁ, ବିକାନେର, ଜୟସାଲେମର ସମେତ ଅନ୍ୟ କେତେକ ସହରରେ ଶୀତ ଲହରୀ ଲାଗି ରହିଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଘନକୁହୁଡି ଯୋଗୁ ଜୟପୁର, କୋଟା, ପିଲାନୀ, ଟଙ୍କ, ବିକାନେର, ସାୱାଇ ମାଧୋପୁର, ବୁନ୍ଦି, ଶ୍ରୀଗଙ୍ଗାନଗର ଓ ଜୟସାଲେମର ଆଦି ଅଞ୍ଚଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ସେହିଭଳି ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଶୀତଲହରୀ ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜ୍ୟରେ ଆହୁରି ଦିନେ କିମ୍ବା ଦୁଇଦିନ ଏଭଳି ଶୀତଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।