ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ନୂଆଦିଲ୍ଲୀ,୨୬।୧୦: ରକ୍ଷକ ହୋଇ ଭକ୍ଷକ। ଜଣେ ପୋଲିସ ଅଧିକାରୀ ଆଇନ ଶୃଙ୍ଖଳାକୁ ରକ୍ଷା କରିବା ସ୍ଥାନରେ ଝିଅମାନଙ୍କୁ ପିଛା କରିବା ସହ  ଅଶ୍ଲୀକ କମେଣ୍ଟ ମାରୁଥିଲେ। ଦିଲ୍ଲୀର ଦ୍ବାରିକାରେ ଏଭଳି ଏକ ଘଟଣା ଘଟିଛି। ଏହି ପୋଲିସ ଅଧିକାରୀଙ୍କ ନାମରେ ୪ଟି ମାମଲା ରୁଜୁ ହୋଇଛି। ସବ୍- ଇନ୍ସପେକ୍ଟରଙ୍କ ଏହି କାର୍ଯ୍ୟକଳାପରେ କିଛି ଝିଅ ଖୁବ୍ ଭୟଭୀତ ହୋଇଯାଇଛନ୍ତି। ସବ୍- ଇନ୍ସପେକ୍ଟର ଜଣ ବହୁ ଝିଅ ଏବଂ ମହିଳାଙ୍କୁ ଅସଦାଚରଣ କରିଛନ୍ତି, କିନ୍ତୁ ଭୟରେ କେହି ମାମଲା ରୁଜୁ କରୁନଥିଲେ।

ଗ୍ରେ କଲରର ବିନା ନମ୍ବର ଥିବା ବାଲେନୋ କାରରେ ସବ୍-ଇନ୍ସପେକ୍ଟର ଜଣକ ବିନା ୟୁନିଫର୍ମରେ ସକାଳୁ ସକାଳୁ ଏଭଳି କାର୍ଯ୍ୟକଳାପ କରୁଥିଲେ। ଅକ୍ଟୋବର ମାସରେ ଦ୍ବାରିକା ଅଞ୍ଚଳରେ ସକାଳ ୮ଟାରୁ ୯ଟା ଭିତରେ ସବ୍-ଇନ୍ସପେକ୍ଟର ଜଣକ ରାସ୍ତାରେ ଯେଉଁ ଝିଅ କିମ୍ବା ମହିଳା ଦେଖୁଥିଲେ ତାଙ୍କୁ ପିଛା କରିବା ସହ ଅସଦାଚରଣ କରୁଥିଲେ।

ଏହି ମାମଲା ନେଇ ଅଭିଯୋଗ ଆସିବା ପରେ ସବ୍-ଇନ୍ସପେକ୍ଟରଙ୍କ ସନ୍ଧାନରେ ଦିଲ୍ଲୀ ପୋଲିସ ୨୦୦ରୁ ଅଧିକ ସିସିଟିଭି କ୍ୟାମେରା ଫୁଟେଜ୍ ଏକାଠି କରିଥିଲା। ଦିଲ୍ଲୀରେ ୨୮୬ଟି ବ ବାଲେନୋ କାର୍ ରହିଛି। ସମସ୍ତ କାରର ତଲାସୀ ନିଆଯାଇଥିଲା ଓ ମାଲିକଙ୍କ ଡୋଜିୟର ତିଆରି କରାଯାଇଥିଲା। ଦିଲ୍ଲୀ ପୋଲିସର ପ୍ରାୟ ୨୦୦ ପୋଲିସ କର୍ମଚାରୀଙ୍କୁ ଯେଉଁଥିରେ SHO, ACPଥିଲେ, ଅଭିଯୁକ୍ତକୁ ଧରିବା କାମରେ ଲାଗିପଡିଥଲେ। ଶେଷରେ ଅଭିଯୁକ୍ତକୁ ଯେତେବେଳେ ଗିରଫ କରାଯାଇଥିଲା ଜଣାପଡିଥିଲା ସେ, ଦିଲ୍ଲୀ ପୋଲିସର ସବ୍-ଇନ୍ସପେକ୍ଟର ବାହାରିଥିଲେ। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଆହୁରି ମଧ୍ୟ କିଛି ମାମଲା ସବ୍-ଇନ୍ସପେକ୍ଟରଙ୍କ ବିରୋଧରେ ରୁଜୁ ହୋଇପାରେ, ଯାହାର ହିଷ୍ଟ୍ରି ଖୋଜାଯାଉଛି।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ