କନଷ୍ଟେବଳଙ୍କୁ କରୋନା ପଜିଟିଭ୍ : ୨୬ ଜଣ ପୁଲିସ ରହିଲେ କ୍ୟାରେଣ୍ଟାଇନରେ

ନୂଆଦିଲ୍ଲୀ ୧୭/୪ : ଦିଲ୍ଲୀ ପୁଲିସର ୨୬ ଜଣ ପୁଲିସ କର୍ମଚାରୀଙ୍କୁ କ୍ୟାରେଣ୍ଟାଇନରେ ରଖାଯାଇଛି। ଦିଲ୍ଲୀ ପୁଲିସ ନିଜେ ଏ ସମ୍ପର୍କରେ ସୂଚନା ଦେଇଛି।

ପୁଲିସର ସୂଚନାନୁସାରେ, ସେମାନଙ୍କ କର୍ମଚାରୀ ଦୁଇଜଣ ପୁଲିସ କନଷ୍ଟେବଳଙ୍କ ସଂପର୍କରେ ଆସିଥିଲେ । ଯାହା ପରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।

ସୂଚନା ଯେ ପୂର୍ବରୁ ଦିଲ୍ଲୀ ପୁଲିସର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ASI) କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା। ପୁଲିସ କହିଛି ଯେ ASI ଙ୍କ ପୁଅ ମଧ୍ୟ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି।

ପୁଲିସକର୍ମୀଙ୍କ ପତ୍ନୀ ଏଠାରେ ଥିବା ଲୋକ ନାୟକ ହସ୍ପିଟାଲର ଜଣେ ନର୍ସ ଏବଂ କିଛି ଦିନ ପୂର୍ବରୁ ସେ କରୋନା ଜୀବାଣୁ ସଂକ୍ରମିତ ହୋଇଥିଲେ। ପୁଲିସ କହିଛି ଯେ ଏଏସଆଇ, ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ଲୋକ ନାୟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଉତ୍ତର ପଶ୍ଚିମ ଦିଲ୍ଲୀର ଡେପୁଟି କମିଶନର ବିଜୟନ୍ତା ଆର୍ଯ୍ୟ କହିଛନ୍ତି ଯେ, ମଡେଲ ଟାଉନରେ ଏକ ପୁଲିସ କଲୋନୀରେ ASI ରୁହନ୍ତି। ସେ କହିଛନ୍ତି ଯେ କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀ ଏହି ଜୀବାଣୁ ସଂକ୍ରମିତ ହୋଇଥିଲେ, ଏହା ପରେ ଏଏସଆଇ ଏବଂ ପୁଅକୁ ଅଲଗା ବାସଗୃହକୁ ପଠାଯାଇଥିଲା। ଗୁରୁବାର ଦିନ ଉଭୟ ସଂକ୍ରମିତ ହୋଇଥିବା ସେ କହିଛନ୍ତି।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର