ପ୍ରମୁଖ ଖବର
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ସ୍ବାତୀ ମାଲିଓ୍ବାଲା ମାମଲା,ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ସିସିଟିଭିର ଡିଭିଆର ଜବତ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୧୯।୫:  ସାଂସଦ ସ୍ବାତୀ ମାଲିଓ୍ବାଲଙ୍କୁ ମାଡ଼ ମାରିବା ଘଟଣାରେ ଦିଲ୍ଲୀର ପୋଲିସ ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କରେ ଘରେ ତଦନ୍ତ ଆରମ୍ଭ କରିଛି। ପୋଲିସ ଟିମ୍ ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭିତରେ ଥିବା ପ୍ରିଣ୍ଟର, ଲାପଟପ୍‌ ନେଇ ପହଁଞ୍ଚିଥିଲା। କିଛି ସମୟ ପରେ ଦିଲ୍ଲୀର ପୋଲିସର ଟିମ୍‌ ସେଠାରୁ ସିସିଟିଭିର ଡିଭିଆର ନିଜ ସହିତ ନେଇ ବାହାରି ଥିଲା।

ଗତକାଲି ପୋଲିସକୁ ସିସିଟିଭି ଫୁଟେଜ୍ ନେଇଯାଇଥିଲା। ପୋଲିସର ସୂଚନା ଅନୁସାରେ, ଘଟଣା ସମୟର ଫୁଟେଜ୍ ମିଳିପାରିନି। ପୋଲିସ ଏହା ମଧ୍ୟ କହିଛି ଯେ, ବିଭବ କୁମାର ଯାଞ୍ଚରେ ସହଯୋଗ କରୁନାହାନ୍ତି। ଏହା ପୂର୍ବରୁ ଶନିବାର ଦିଲ୍ଲୀର ପୋଲିସ ପକ୍ଷରୁ ହାଜର ହୋଇଥିବା ଆଡିସନାଲ ପବ୍ଲିକ୍ ପ୍ରସିକ୍ୟୁଟର କହିଛନ୍ତି, ଅଭିଯୁକ୍ତ ଘଟଣାସ୍ଥଳରେ ଥିଲା। ଦିଲ୍ଲୀ ପୋଲିସକୁ ଆଶଙ୍କା ରାହିଛି ସିସିଟିଭି ଗାଏବ୍ କରାଯାଇଛି। 

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ପୋଲିସ ୫ ଦିନର ରିମାଣ୍ଡରେ ବିଭବଙ୍କୁ ନେଇ ମୁମ୍ବାଇ ଯିବ। ଅଭିଯୋଗ ରହିଛି ସେଠାରେ ବିଭବ ନିଜର ଫୋନ ଫର୍ମାଟ କରିଛନ୍ତି। ପୋଲିସକୁ ଆଶା ରହିଛି ବୋଧହୁଏ ବିଭବ ଫର୍ମାଟ କରିବା ପୂର୍ବରୁ ଫୋନ୍‌ର ଡାଟା ଡମ୍ପ କରିଛନ୍ତି। ମୁମ୍ବାଇରେ ଯେଉଁ ସ୍ଥାନରେ ଫୋନ୍ ଫର୍ମାଟ କରାଯାଇଥିଲା, ସେଠାକୁ ଯିବା ପରେ  ନଷ୍ଟ କରାଯାଇଥିବା ଡାଟା ମିଳିପାରେ। ପୋଲିସର ସୂଚନା ଅନୁସାରେ, ଯଦି କିଛି ଲୁଚାଇବାର ଥା, ତେବେ ସାଧାରଣତଃ ଫୋନ୍ ଫର୍ମାଟ କରିବା ପୂର୍ବରୁ ଲୋକଙ୍କ ଡାଟା ସେଭ୍ କରନ୍ତି। ତେବେ ପୋଲିସ ଫରେନସିକ୍ ଏକ୍ସପର୍ଟଙ୍କ ସାହାଯ୍ୟରେ ଡାଟା ରିକଭର କରିବାର ଚେଷ୍ଟା କରିବ। ଏହାଛଡା ପୋଲିସ ବିଭବଙ୍କୁ କ୍ରାଇମ୍ ସ୍ପଷ୍ଟ ଅର୍ଥାତ ସିଏମ୍ ବାସଭବନ ନେଇଯିବ, ସେଠାରେ ମାରପିଟ୍‌ର କାରଣ ଜାଣିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.