ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଏବେ ଆତଙ୍କବାଦୀଙ୍କ ସାହାଯ୍ୟ ନେଉଛି ଚୀନ, ଦିଲ୍ଲୀରୁ ଗିରଫ ହୋଇଥିବା ଆତଙ୍କୀ କଲେ ବଡଖୁଲାସା...

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଗିରଫ ହୋଇଥିବା ଜୈସ-ଏ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କ ଠିକଣା ଚୀନ ସୀମାରୁ ମିଳିଥିଲା । ଯାହାପରେ ଦିଲ୍ଲୀ ପୋଲିସର ସ୍ପାଶାଲ ସେଲ ଚୀନ୍ କର୍ତ୍ତୃପକ୍ଷଙ୍କ ସହ ଆତଙ୍କବାଦୀଙ୍କ ସଂଯୋଗ ସମ୍ପର୍କରେ ଯାଞ୍ଚ କରିଛି ।

ଏଠାରେ ସୂଚନା ଥାଉକି ଦିଲ୍ଲୀରୁ ଗିରଫ ହୋଇଥିବା ଦୁଇ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଶୁକ୍ରବାର ଦିନ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ଏହି ସମୟ ମଧ୍ୟରେ କୋର୍ଟ ଉଭୟ ଆତଙ୍କବାଦୀଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ପଠାଇଥିଲେ । ଆତଙ୍କବାଦୀଙ୍କୁ ପଠାଇବା ସମୟରେ ପୋଲିସ କହିଛି ଯେ ବିଭାଗକୁ ସେମାନଙ୍କ ଫୋନର ତଥ୍ୟ ବାହାରକୁ କରିବାକୁ ପଡିବ । ଯାହା ଫଳରେ ଦିଲ୍ଲୀରେ ଲୁଚି ରହିଥିବା ଏମାନଙ୍କର ତୃତୀୟ ସାଥି ଗିରଫ ହୋଇପାରିବ ।

ଜୈସ-ଏ-ମହମ୍ମଦର ଦୁଇ ଆତଙ୍କବାଦୀ ଲତିଫ ଏବଂ ଆସରଫକୁ ନଭେମ୍ବର ୧୬ରେ ଦିଲ୍ଲୀର ମିଲେନିୟମ ପାର୍କ ପାଖରୁ ଗିରଫ କରାଯାଇଥିଲା । ଦୁଇ ଆତଙ୍କବାଦୀ ଦିଲ୍ଲୀର କୌଣସି ଏକ ସ୍ଥାନରେ ହମଲା କରିବାର ଯୋଜନା କରୁଥିଲେ । ଏମାନଙ୍କ ଟାର୍ଗେଟରେ କିଛି ଭିଭିଆଇପି ରହିଥିଲେ । ଦୁଇଜଣଙ୍କ ଗୋଟିଏ ହ୍ବାଟସଆପ ଗୁପ ରହିଥିବା ପୋଲିସ କହିଛି । ଏମାନଙ୍କ ସହ ଜଣେ ପାକିସ୍ତାନୀ ମଧ୍ୟ ରହିଥିଲା, ଯିଏକି ଏମାନଙ୍କୁ ନିର୍ଦ୍ଦେଶ ଦେଉଥିଲା ।

ତୃତୀୟ ଆତଙ୍କବାଦୀକୁ ଧରିବା ପାଇଁ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ ବିଭିନ୍ନ ସ୍ଥାନରେ ଛାନଭିନ କରୁଛି । ଜୈସ-ଏ-ମହମ୍ମଦର ଆତଙ୍କୀଙ୍କ ଦେବବନ୍ଦ ସହ ସଯୋଗ ରହିଛି । ଯେଉଁମାନେକି ଜେହାଦ ହ୍ବାଟସଆପ ଗୃପ ସହ ଯୋଡି ହୋଇ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.