ପ୍ରିୟଙ୍କା ଗାନ୍ଧିଙ୍କ ସ୍ଥାନରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ କହିଲେ ଏହି କଂଗ୍ରେସ ନେତା, ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡିଆରେ ହେଲେ ଟ୍ରୋଲ

ନୂଆଦିଲ୍ଲୀ,୨।୧୨: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଯୋରଦାର ଭାବରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ କଂଗ୍ରେସ ନେତା  ଦିଲ୍ଲୀରେ ଆୟୋଜିକ   ଜନସଭାରେ ପ୍ରିୟଙ୍କା ଗାନ୍ଧି ଜିନ୍ଦାବାଦ୍ ସ୍ଲୋଗାନ ଦେବା ବଦଳରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ ସ୍ଲୋଗାନ ଦେଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି।

ଭିଡିଓରେ ପୂର୍ବତନ    ବିଧାୟକ ସୁରେନ୍ଦ୍ର କୁମାର ଭାଷଣ ଦେବାବେଳେ କଂଗ୍ରେସ ନେତାମାନଙ୍କ ନାଁରେ  ସ୍ଲୋଗାନ ଦେଥ ଜିନ୍ଦାବାଦ କହୁଥିଲେ.. ସୋନିଆ ଗାନ୍ଧି…ଜିନ୍ଦାବାଦ, ରାହୁଲ ଗାନ୍ଧି ଜିନ୍ଦାବାଦ,  କଂଗ୍ରେସ ପାର୍ଟି ଜିନ୍ଦାବାଦ ’ ।  ତେବେ ଯେତେବେଳେ   ସେ   ପ୍ରିୟଙ୍କା ଗାନ୍ଧି ଜିନ୍ଦାବାଦ ସ୍ଲୋଗାନ ଦେବା ବଦଳରେ    ଭୁଲରେ   ‘ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ’ କହିଥିଲେ।

ଏହାକୁ ନେଇ ସଭାରେ ଥିବା ଲୋକମାନେ ମଧ୍ୟ ଖୁବ୍ ହସିଥିଲେ। ଏପରିକି ମଞ୍ଚରେ ଥିବା ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ସୁଭାଷ ଚୋପ୍ରା ଓ ଅନ୍ୟ ନେତାମାନେ ଆଶ୍ଜର୍ଯ୍ୟ ହୋଇଯାଇଥିଲେ। ତେବେ ପରେ ସୁରେନ୍ଦ୍ର କୁମାର ନିଜର ତ୍ରୁଟି ସୁଧାରି ନେଇଥିଲେ।ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ  ତାଙ୍କୁ ଏବଂ କଂଗ୍ରେସକୁ ମଧ୍ୟ ଖୁବ୍  ଟ୍ରୋଲ କରାଯାଉଛି ।  

   ସମ୍ବନ୍ଧିତ ଖବର


ଦେଖନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ରୋଷଇ ଘର, ସେଠାରେ କିପରି ପ୍ରସ୍ତୁତ କରାଯାଏ ଖାଦ୍ୟ?

“ମୁଁ ବି ଜଣେ କୃଷକର ପୁଅ, ମୁଁ ବି ମଇଁଷି ଚରେଇଛି” କୃଷକଙ୍କୁ କାହିଁକି ଏମିତି କହିଲେ ପୋଲିସ ଅଧିକାରୀ…

ଆକାଶଙ୍କ ପ୍ରେମିକାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ସେପଟେ କଂଗ୍ରେସ ପଚାରିଲା- ପାଠକଙ୍କ ସହ କେଉଁ ବିଧାୟକଙ୍କ ରହିଛି ସମ୍ପର୍କ ?

କୃଷକ ଆନ୍ଦୋଳନ; ଦିଲ୍ଲୀ ପୋଲିସକୁ କେଜ୍ରିଓ୍ବାଲ ସରକାରଙ୍କ ବଡଝଟକା, ଷ୍ଟାଡିୟମରେ ତିଆରି ହେବନି ଅସ୍ଥାୟୀ ଜେଲ୍…

ଅନ୍ନଦାତା ମେଣ୍ଟାଇଲେ କ୍ଷୁଧା: ଆନ୍ଦୋଳନକାରୀ କୃଷକ ପୋଲିସକୁ ପିଆଇଲେ ପାଣି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଲୋମଟାଙ୍କୁରା ଦୃଶ୍ୟ : ଷ୍ଟ୍ରେଚରରେ ରଖାଯାଇଥିବା ଶିଶୁର ମୃତଦେହକୁ ଖାଉଛି କୁକୁର, ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଏହି ‌ଭିଡ଼ିଓ