PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଦିଲ୍ଲୀରେ ୧୯୦୧ ମସିହାର ରେକର୍ଡ ଭାଙ୍ଗିଛି ଶୀତ: ଉତ୍ତରଭାରତରେ ପ୍ରବଳ ଥଣ୍ଡାର ପ୍ରକୋପ, ୟୁପିରେ ୨୮ ମୃତ

ନୂଆଦିଲ୍ଲୀ ୨୯/୧୨: ପ୍ରଚଣ୍ଡ ଶୀତରେ ଥରୁଛି ସାରା ଉତ୍ତର ଭାରତ । ଲଦାଖଠାରୁ ଆରମ୍ଭ କରି ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ସବୁଠି ନାହିଁ ନଥିବା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଶନିବାର ଦିଲ୍ଲୀର ତାପମାତ୍ରା ୧.୭ ଡିଗ୍ରୀ ସେଲ୍‌ସିୟସକୁ ଖସିଆସିଥିଲା । ଅନ୍ୟପକ୍ଷରେ ରାଜସ୍ଥାନର ୫ଟି ସହରର ତାପମାତ୍ରା ଶୂନ ଠାରୁ ତଳେ ରହିଥିଲା । ଯାତାୟାତ ଉପରେ ମଧ୍ୟ ଶୀତ ଲହରୀର ପ୍ରଭାବ ପଡ଼ିଛି । ପ୍ରବଳ କୁହୁଡ଼ି ଯୋଗୁ ଶନିବାର ୧୯୪ଟି ଟ୍ରେନ ବିଳମ୍ବରେ ଚାଲିଥିଲା । ୪ଟି ବିମାନ ଏବଂ ୭୧ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ଉତ୍ତରପ୍ରଦେଶରେ ଥଣ୍ଡା ପ୍ରଭାବରେ ୨୮ଜଣଙ୍କର ପ୍ରାଣହାନି ଘଟିଛି ।

ଶନିବାର ରାଜଧାନୀ ଦିଲ୍ଲୀରେ ଚଳିତବର୍ଷର ସବୁଠାରୁ ଥଣ୍ଡା ଦିନ ରେକର୍ଡ କରାଯାଇଥିଲା । ଦିଲ୍ଲୀରେ ଯଦି ଏଭଳି ଶୀତଲହରୀ ଜାରି ରୁହେ ତେବେ ଏହା ୧୧୮ ବର୍ଷର ରେକର୍ଡ ଭାଙ୍ଗିପାରେ ବୋଲି ଅନୁମାନ କରାଯାଉଛି । ଶେଷ ଥର ପାଇଁ ୧୯୦୧ ମସିହାରେ ଡିସେମ୍ବର ମାସରେ ଏଭଳି ଶୀତ ଅନୁଭୁତ ହୋଇଥିଲା । ରାଜଧାନୀର ରାସ୍ତାଘାଟରେ କୁହୁଡ଼ି ଜମି ରହିଥିବାରୁ ଗାଡ଼ି ଚଳାଚଳ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ ହୋଇଥିଲା । ପାଲନ ବେଘଶାଲାରେ ଦୃଶ୍ୟତା ମାନ ଶୂନରେ ପହଞ୍ଚିଥିଲା । ଫଳରେ ଏଠାରେ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା ।

ଲଦାଖ ଅନ୍ତର୍ଗତ କରାଗିଲ ଜିଲ୍ଲାର ଦ୍ରାସରେ ଶନିବାର ତାପମାତ୍ରା -୨୦ ଡିଗ୍ରୀରେ ପହଞ୍ଚିଥିଲା । ରାଜସ୍ଥାନରେ ମଧ୍ୟ ଶୀତ ରେକର୍ଡ ଭାଙ୍ଗିଛି । ଶନିବାର ଶେଖାୱଟିରେ ତାପମାତ୍ରା -୪ ଡିଗ୍ରୀରେ ପହଞ୍ଚିଥିଲା । ୫ ବର୍ଷ ପରେ ଜୟପୁରରେ ତାପମାତ୍ରା ୪ ଡିଗ୍ରୀରୁ ତଳକୁ ଖସିଥିଲା ।

ଉତ୍ତରପ୍ରଦେଶରେ ଥଣ୍ଡା ପ୍ରଭାବରେ ୨୮ ଜଣଙ୍କର ପ୍ରାଣହାନି ଘଟିସାରିଲାଣି । ଲକ୍ଷ୍ନୌ ମୁଖ୍ୟ ଡାକ୍ତରାଖାନାରେ ଦୈନିକ ୫୦୦ରୁ ଊଦ୍ଧ୍ୱର୍ ଶିଶୁ ଭର୍ତ୍ତି ହେଉଛନ୍ତି । ବୁଲନ୍ଦଖଣ୍ଡରେ ଲଗାତର ୪ ଦିନ ହେବ ପ୍ରବଳ ଶୀତଲହରୀ ଜାରି ରହିଛି। ଶନିବାର ଏଠାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ପହଞ୍ଚିଥିଲା । ୟୁପିର ମଥୁରା ଜିଲ୍ଲାରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି ।

ହିମାଚଳପ୍ରଦେଶର କିଲୋଙ୍ଗରେ ତାପମାତ୍ରା -୧୧.୫ ଡିଗ୍ରୀରେ ପହଞ୍ଚିଛି । ଉତ୍ତରାଖଣ୍ଡର ବରଫପାତ ରେକର୍ଡ ଭାଙ୍ଗିଛି । ମଧ୍ୟପ୍ରଦେଶରେ ପଞ୍ଚମଢ଼ିରେ ତାପମାତ୍ରା ୧.୨ ଡିଗ୍ରୀରେ ପହଞ୍ଚିଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ପଞ୍ଜାବ, ହରିଆଣା, ଦିଲ୍ଲୀ, ଉତ୍ତର ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଶୀତପ୍ରକୋପ ଜାରି ରହିବ । ସେପଟେ ବିହାର ଏବଂ ପଶ୍ଚିମ-ମଧ୍ୟପ୍ରଦେଶରେ ‘ସିଭିୟର କୋଲ୍ଡ ଡେ’ ଚେତାବନି ଜାରି କରାଯାଇଛି । ଡିସେମ୍ବର ୩୦ ତାରିଖରୁ ଦେଶର ବିଭିନ୍ନ ଭାଗରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବ । ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୧ ତାରିଖ ମଧ୍ୟରେ ଉତ୍ତର-ପୂର୍ବ ଭାରତ ଏବଂ ମଧ୍ୟ ଭାରତର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପୂର୍ବ ଭାରତରେ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଏଭଳି ଶୀତ ଜାରି ରହିବ । ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ୮ଟି କୋଲ୍ଡ ଡେ ଏବଂ ୭ଟି ସିଭିୟର କୋଲ୍ଡ ଡେ ରେକର୍ଡ କରାଯାଇଛି ।

ସମ୍ବନ୍ଧିତ ଖବର