ରାଜଧାନୀରେ ୭ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ, ୨୯ ମୃତ

pic- amarujala.com
ନୂଆଦିଲ୍ଲୀ,୨୬/୦୧: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ କମୁଥିବା ବେଳେ ବୁଧାବାର ବଢ଼ିଛି କଣ୍ଟେନମେଟ ଜୋନ୍। ଦିଲ୍ଲୀରେ କରୋନା ପରୀକ୍ଷା ବଢ଼ାଜିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ହେଲେ ସଂକ୍ରମାଣ ହାର ସାମାନ୍ୟ କମିଛି। ବୁଧବାର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ଯେ ଗତ ୨୪ଘଣ୍ଟାରେ ୭ ହଜାର ୪୯୮ ଲୋକ କରୋନା ସଂକ୍ରମିତ ହୋଇଥିଲେ। ଏତିକି ବେଳେ ୧୧ ହଜାର ୧୬୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ୨୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ମଧ୍ୟ କରୋନାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିଲା।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମୋଟ ୭୦୮୦ ନମୁନା ପରୀକ୍ଷା କରାଯାଇଥିଲା ଏଥିରୁ ୧୦.୫୯ ପ୍ରତିଶତ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମଙ୍ଗଲବାର ୫ ଲକ୍ଷ ୭ ହଜାର ୧୩୨ ନମୁନା ପରୀକ୍ଷା କରାଯାଇଥିଲା। ଏଥିରରେ ୧୦.୫୪ ପ୍ରତିଶତ ସଂକ୍ରମିତ ହାର ରହିଥିଲା। ବର୍ତ୍ତମାନ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ପାର୍ ହୋଇଛି।
ସୂଚନାଥାଉକି, ୨୦୨୦ ମାର୍ଚ୍ଚରେ ରାଜଧାନୀରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଲକ୍ଷ ୧୦ ହାଜର ୯୯୭ ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୧୭ ଲକ୍ଷ ୪୬ ହଜର ୯୭୨ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ହେଲେ ୨୫ ହଜାର ୭୧୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।