ସିନ୍ଧୁ ବର୍ଡରରେ କୃଷକ ଆନ୍ଦୋଳନ ବିରୋଧରେ ଏକାଠି ହେଲେ ଗାଁ ଲୋକ, ହାଇଓ୍ବେ ଖାଲି କରିବାକୁ ଦାବି

https://www.aajtak.in/
ନୂଆଦିଲ୍ଲୀ,୨୮।୧: ଗଣତନ୍ତ୍ର ଦିବସରେ କୃଷକଙ୍କ ପକ୍ଷରୁ ଟ୍ରାକ୍ଟର ପରେଡ୍ ବେଳେ ହୋଇଥିବା ହିଂସାକାଣ୍ଡକୁ ନେଇ ଏବେ ଦିଲ୍ଲୀ ପୋଲିସ ଆକ୍ସନରେ ରହିଛି। ଗୁରୁବାର ପୋଲିସ ସ୍ବାରା ବହୁ କୃଷକ ନେତାଙ୍କୁ ନୋଟିସ୍ ଦିଆଯାଇଛି। କିନ୍ତୁ ଏହା ଭିତରେ ଦିଲ୍ଲୀର ସିନ୍ଧୁ ବର୍ଡର ପାଖରେ ଆନ୍ଦୋଳନ କରୁଥିବା କୃଷକଙ୍କ ବିରୋଧରେ ଓହ୍ଲାଇଛନ୍ତି ସ୍ଥାନୀୟ ଗାଁ ଲୋକ। ଏହି ଘଟଣା ପରେ ଗାଁ ଲୋକମାନେ ଆନ୍ଦୋଳନ କରୁଥିବା କୃଷକଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହାଇଓ୍ବେକୁ ଖାଲି କରିବାକୁ ଦାବି କରିଛନ୍ତି।
#WATCH | Delhi: Group of people claiming to be locals gather at Singhu border demanding that the area be vacated.
— ANI (@ANI) January 28, 2021
Farmers have been camping at the site as part of their protest against #FarmLaws. pic.twitter.com/7jCjY0ME9Z
ଗାଁ ଲୋକଙ୍କ କହିବା ଅନୁସାରେ, ଲାଲକିଲ୍ଲାରେ ଯେଉଁଭଳି ଭାବରେ ତ୍ରିରଙ୍ଗାର ଅପମାନ ହୋଇଛି, ତାକୁ ଆମେ ସହିବୁନି। ହିନ୍ଦୁ ସେନା ସଂଗଠନ ସହିତ ଅନ୍ୟ ଗାଁ ଲୋକମାନେ ସେଠାରୁ ତୁରନ୍ତ ହାଇଓ୍ବେ ଖାଲି କରିବାକୁ ଦାବି କରିଛନ୍ତି। ରାଜଧାନୀ ଦିଲ୍ଲୀର ସିନ୍ଧୁ ବର୍ଡର ବ୍ୟତୀତ ରାଜସ୍ଥାନର ଶାହଜାହାଁପୁରରେ ମଧ୍ୟ କୃଷକଙ୍କ ସ୍ଲୋଗାନା ଆରମ୍ଭ ହୋଇସାରିଛି। ଏଠାରେ ୧୫ଟି ଗାଁରେ ମହାପଞ୍ଚାୟତ ଚାଳିଛି। ଲୋକମାନେ ଶାହଜାହାଁପୁରରେ କୃଷକଙ୍କ ଧାରଣାକୁ ବିରୋଧ କରୁଛନ୍ତି। ହାଇଓ୍ବେକୁ ଖାଲି କରିବା ପାଇଁ ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ କୃଷକମାନେ କହିଛନ୍ତି, ଯେ ତ୍ରିରଙ୍ଗାର ଅନମାନକୁ ଆମେ ବରଦାସ୍ତ କରିବୁନି।