ଦିଲ୍ଲୀ ହିଂସା : ଦେବଦୂତ ସାଜିଲେ ହିନ୍ଦୁ ଯୁବକ , ମୁସଲମାନ ପରିବାରର ୬ଜଣଙ୍କୁ ନିଆଁ ଘେରରୁ ଉଦ୍ଧାର କଲେ

ନୂଆଦିଲ୍ଲୀ  ୨୮/ ୦୨: ହିନ୍ଦୁ – ମୁସଲମାନ ଭାତୃଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଯାହା କି ବିପଦ ବେଳେ ଦେବଦୂତ ସାଜିଛନ୍ତି ଜଣେ ହିନ୍ଦୁ ଯୁବକ । ଏମିତି ଏକ ଘଟଣା ଥିଲା ସୋମବାର ଉତ୍ତର –ପୂର୍ବ ଦିଲ୍ଲୀ ଅଂଚଳରେ । ନାଗରିକତା  ସଂଶୋଧନ ଆଇନ୍‌ (CAA) କୁ  ନେଇ ଆରମ୍ଭ ହୋଇଥିବା ହିଂସାକାଣ୍ଡ  ହଠାତ୍‌  ଏକ ବଡ଼଼ ଦଙ୍ଗାରେ ପରିଣତ ହୋଇଯାଇଥିଲା ।

ଖବର ମୁତାବକ , ଯେତେବେଳେ ଉତ୍ତର- ପୂର୍ବ ଦିଲ୍ଲୀର କେତେକ ଅଂଚଳରେ ଦଙ୍ଗାକାରୀ ହଙ୍ଗାମା କରିବା ସହ ଲୋକଙ୍କ ଘରେ ନିଆଁ ଲଗାଇ ଦେଉଥିଲେ ଏବଂ ଲୋକଙ୍କୁ ନୃଶଂସ ଭାବେ ପିଟାପିଟି କରୁଥିଲେ । ସେତେବେଳେ ଏମିତି ଏକ ମାନବିକତାର ଘଟଣା ସାମନାକୁ ଆସିଥିଲା , ଯାହାକି ଦଙ୍ଗାକାରୀଙ୍କୁ ଲଜ୍ଜାଜନକ ଥିଲା।

ଦିଲ୍ଲୀର ଶିବ ବିହାର  ଅଂଚଳରେ ଦଙ୍ଗାକାରୀ ଏକ ମୁସଲିମ୍‌ ପରିବାରର ଘରେ ପଶି ନିଆଁ ଲଗାଇ ହେଲେ । ଚାହୁଁ ଚାହୁଁ ନିଆଁରେ ପୁରା ଘର ଜଳିବାକୁ ଲାଗିଲା  ଏବଂ ସେହି ମୁସଲିମ୍‌ ପରିବାର ୬ଜଣ ସଦସ୍ୟ ନିଆଁ ଘେରରେ ରହିଯାଇଥିଲେ । ଜୀବନ ବଂଚାଇବାକୁ ବାଟ ପାଉନଥିଲେ। 

ଏହି ସମୟରେ ପଡ଼ୋଶୀ ଘରେ ରହୁଥିବା ପ୍ରେମକାନ୍ତ  ନାମକ ହିନ୍ଦୁ ଯୁବକ  ଏହା ଦେଖି  ବିପଦରେ ପଡ଼ିଥିବା ନିଜର ପଡ଼ୋଶୀଙ୍କୁ ବଂଚାଇବା ପାଇଁ ନିଆଁ ଭିତରକୁ ପଶିଗଲେ । ଜଳୁଥିବା ଘରେ ପଶି ଜଣେ ପରେ ଜଣେ ମୁସଲିମ ପରିବାରର ୬ଜଣ ସଦସ୍ୟଙ୍କୁ ନିଆଁ ଭିତରୁ ଜୀବନ୍ତ ଉଦ୍ଧାର କଲେ  । ଏହା ଦେଖି ଦଙ୍ଗାକାରୀ  ସେଠାରୁ ପଳାଇଥିଲେ । ତାଙ୍କୁ ନିଆଁରୁ ବାହାରି କରିବା ବେଳେ  ଏହି ଯୁବକଙ୍କ ଶରୀର ମଧ୍ୟ ନିଆଁରେ ଜଳି ଯାଇଥିଲା ।

କିନ୍ତୁ ସବୁଠୁ ଶେଷରେ ପ୍ରେମକାନ୍ତ ନିଜର ସେହି ପଡ଼ୋଶୀଙ୍କ ଜଣେ ବୃଦ୍ଧାଙ୍କୁ ନିଆଁ ଭିତରୁ ବାହାରି କରିବାକୁ ଗଲା ବେଳେ ଅତ୍ୟଧିକ ପୋଡ଼ି ହୋଇଯାଇଥିଲେ ପ୍ରେମକାନ୍ତ।  ତାଙ୍କ ଶରୀରର ୭୦ ଭାଗ  ଜଳି ଯାଇଥିଲା ଏବଂ  ପଡୋଶୀ ଲୋକ ଆମ୍ବୁଲାନ୍ସକୁ କଲ୍‌ କରିଥିଲେ । ଦଙ୍ଗା କାରଣରୁ ଆମ୍ବୁଲାନ୍ସ ମଧ୍ୟ ଠିକରେ ପହଁଞ୍ଚି ପାରିନଥିଲା । ପ୍ରେମକାନ୍ତ ନିଆଁରେ ଜଳିଯାଇ ବହୁତ କଷ୍ଟ ପାଉଥିଲେ । ଚିକିତ୍ସା ପାଇଁ ତାଙ୍କୁ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ସୂଚନା ଅନୁଯାୟୀ ପ୍ରେମକାନ୍ତଙ୍କ ଅବସ୍ଥା ବହୁତ ଗୁରୁତର ଅଛି ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…