ସଚିବାଳୟର ଅଧିକାରୀ କରୋନା ପଜିଟିଭ, ସିଲ୍ କରାଗଲା କାର୍ଯ୍ୟାଳୟ

ନୂଆଦିଲ୍ଲୀ,୩୦।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ କରୋନା ଜନିତ ୧୭ ହଜାରରୁ ଅଧିକ କେସ୍ ଥିବା ବେଳେ ୪୦୦ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଦିଲ୍ଲୀ ସଚିବାଳୟର ଜଣେ ଅଧିକାରୀ ଏବେ କରୋନା ପଜିଟିଭ ବୋଲି ଜଣାପଡିଛନ୍ତି। ଅଧିକାରୀ ଦିଲ୍ଳୀ ସଚିବାଳୟରେ ସାଧାରଣ ପ୍ରଶାସନ ବିଭାଗ(ଜିଏଡି)ରେ କାର୍ଯ୍ୟରତ। ସେ କରୋନା ସଂକ୍ରମିତ ଜଣାପଡିବା ପରେ ତାଙ୍କର କାର୍ଯ୍ୟାଳୟକୁ ସିଲ୍ କରିଦିଆଯାଇଛି।

ଉଲ୍ଲେଖନୀୟ ଯେ, ଦିଲ୍ଲୀରେ ପ୍ରତିଦିନ କରୋନାରେ ୧ ହଜାରରୁ ଅଧିକ ମାମଲା ସାମନାକୁ ଆସୁଛି। ମୃତକଙ୍କ ସଂଖ୍ୟାରେ ଲଗାତାର ଭାବରେ ବୃଦ୍ଧି ଘଟୁଛି। ଅନ୍ୟପକ୍ଷେ କରୋନାର ବଢୁଥିବା ବିପଦ ଦେଖି ଦିଲ୍ଲୀ ସରକାର ମଧ୍ୟ ନିଜର ପ୍ରସ୍ତୁତି ଯୋରଦାର ଭାବରେ ବଢାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଛନ୍ତି, ସବୁ କିଛି ବନ୍ଦ କରିବା ଦ୍ବାରା କରୋନା ଶେଷ ହେବ ନାହିଁ। କରୋନାର ଚିକିତ୍ସା କରିବା ଖୁବ୍ ଜରୁରୀ।

   ସମ୍ବନ୍ଧିତ ଖବର


ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି