ଦିଲ୍ଲୀ ହିଂସା: ମୃତକଙ୍କ ପିଛା ୧୦ ଲକ୍ଷ କ୍ଷତିପୂରଣ, ଆହତଙ୍କୁ ମାଗଣା ଚିକିତ୍ସା

ନୂଆଦିଲ୍ଲୀ, ୨୭|୦୨:  ଦିଲ୍ଲୀ ହିଂସାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ, ହିଂସାରେ ଉଭୟ ହିନ୍ଦୁ ଓ ମୁସଲିମ ଯୁବକଙ୍କ କ୍ଷତି ହୋଇଛି। ଏହାସହ ସେ କ୍ଷତିପୂରଣ ରାଶି ବାବଦରେ ମଧ୍ୟ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ, ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୁବକଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏବେ ବି ସେମାନଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କ ଲେଖାଁଏ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆହତଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଯେଉଁମାନଙ୍କ ଅଟୋ ରିକ୍ସା କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ୨୫ ହଜାର, ଇ ରିକ୍ସା ପାଇଁ ୫୦ ହଜାର ଓ ଘର ଓ ଦୋକାନ ପୋଡି ଯାଇଥିଲେ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ସେ ଆହୁରି କହିଛନ୍ତି ଯେ, ଯେଉଁମାନଙ୍କ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି ସେମାନଙ୍କୁ ପଶୁ ପିଛା ୫ହଜାର ଟଙ୍କା, ଆଧାର ଓ ଭୋଟର କାର୍ଡ ପୋଡିଯାଇଥିଲେ ପୁଣି ଥରେ ପ୍ରସ୍ତୁତ କରାଯିବ। ସେଥିପାଇଁ କ୍ୟାମ୍ପ୍ ବ୍ୟବସ୍ଥା କରାଯିବ। ଦଙ୍ଗା ପୀଡିତଙ୍କୁ ମାଗଣା ଖାଦ୍ୟ ପ୍ରଦାନ କରାଯିବା ସହ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି ହୋଇଛି।

   ସମ୍ବନ୍ଧିତ ଖବର


କେରଳରେ ମଦ ଦେକାନ ବନ୍ଦ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ବ୍ରେକ୍

ଆମେରିକାରେ କରୋନା ନେବ ଲକ୍ଷାଧିକ ପ୍ରାଣ, ଏବେ ଠାରୁ ୧ ଲକ୍ଷ ବଡିବ୍ୟାଗ୍‌ କିଣିବାକୁ ଅର୍ଡର ଦେଲା ଟ୍ରମ୍ପ ପ୍ରଶାସନ

କରୋନାରେ ଦୋକାନୀଙ୍କ ମୃତ୍ୟୁ, ଜିନିଷ କିଣିବାକୁ ଆସୁଥିଲେ ମରକଜର ଜମାତି, ଏବେ ବିପଦରେ ବସ୍ତି ଲୋକଙ୍କ ଜୀବନ

କରୋନା ଆଁରେ ମାଆ ଓ ଶିଶୁ, ସଂକ୍ରମିତ ରୋଗୀର ବେଡ୍‌ରେ ରଖିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ