ମହିଳାଙ୍କୁ ଦେଖି ପ୍ୟାଣ୍ଟ ଖୋଲି – ଖରାପ କାମ କରିଥିବା ପୁଲିସ ଅଧିକାରୀ ଦିଲ୍ଲୀରୁ ଗିରଫ

ନୂଆଦିଲ୍ଲୀ – ଏକ ବାଲେନୋ ଗାଡି ଚଳାଉଥିବା ଜଣେ ପୁରୁଷ ଲୋକ ସାଇକେଲିଂ କରୁଥିବା ମହିଳାଙ୍କୁ ଦେଖି ପ୍ୟାଣ୍ଟର ଜିପ୍‌ ଖୋଲି ଖରାପ କାମ କରିଥିଲେ । ମହିଳା ଜଣଙ୍କ ଏହା ବିରୋଧରେ ସ୍ୱର ଉତ୍ତୋଳନ କରି ଏଙାର ଭଡିଓ ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରିଥିଲେ । ଏହା ଭାଇରାଲ୍‌ ହୋଇଥିଲା । ପରେ ଦିଲ୍ଲୀ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ବ୍ୟକ୍ତି ଜଣଙ୍କ ଦିଲ୍ଲୀ ପୁଲିସ୍‌ର ୩୫ ବର୍ଷିୟ ସବ୍‌ ଇନିସ୍‌ପେକ୍ଟର ପୁନିତ ଗେରଓ୍ୱାଲ ବୋଲି ଜଣା ପଡିଥିଲା । ସେ ପୁଲିସ୍‌ର ସ୍ପେଶାଲ୍‌ ସ୍କାଡରେ କାମ କରୁଥିଲେ । ଏହି ଘଟଣା ସମୟରେ ସେହି ସ୍ଥାନରେ ୪ ଜଣ ମହିଳା ଏବଂ ଜଣେ ଛୋଟପିଲା ଉପସ୍ଥିତ ଥିଲେ । ପରେ ପୁଲିସ ଭାରତୀୟ ପିଙ୍ଗଳଧାରା ୩୫୪, ୩୫୪ ଏବଂ ଶିଶୁଙ୍କ ବିରୋଧରେ ଯୌନ ଉତ୍ପିଡନ ଆଇନ ଅନୁସାରେ ମାମଲା ରୁଜୁ କରୁଥିଲା । ସମ୍ପୃକ୍ତ ସବ୍‌ଇନିସ୍‌ ପେକ୍ଟରଙ୍କୁ ନିଲମ୍ବିତ କରାଯିବ ସହ ଗିରଫ କରାଯାଇଛି ।

Also read –ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

ପୁନିତଙ୍କୁ ଗିରଫ କରାଯିବା ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ତାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ପୁଲିସ ପାଇଛି । ଦିଲ୍ଲୀର ଏକ ଅଦାଲତରେ ତାଙ୍କୁ ହାଜର କରାଯିବ ସହ ଜେଲ୍‌କୁ ପଠାଇଯାଇଛି । ତାଙ୍କୁ ଚିହ୍ନଟ କରାଯିବା ପାଇଁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଟିଆଇ ପ୍ୟାରେଡ୍‌ କରାଯାଇଥିଲା ।

ALso Read – ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ମହିଳା ଜଣଙ୍କ ସାଇକେଲିଂ କରୁଥିବା ବେଳେ କେହି ଜଣେ ତାଙ୍କୁ କାର୍‌ରେ ପିଛା କରୁଥିବା ଦେଖିଥିଲେ । ସେ ଅଟକିବାରୁ କାରର ବ୍ୟକ୍ତି ପାଖକୁ ଆସି ରାସ୍ତା ପଚାରିଥିଲେ । ଏହାପରେ ସେ ପ୍ୟାଣ୍ଟ ଜିପ୍‌ ଖୋଲି ଖରାପ କଥା କହିଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ପୁଲିସ ଏହାର ପ୍ରମାଣ ପାଇବା ପରେ ଏସ୍‌ଆଇଙ୍କୁ ଗିରଫ କରିଛି ।

   ସମ୍ବନ୍ଧିତ ଖବର


ମାରାଡୋନାଙ୍କୁ କରାଯାଇଥାଇ ପାରେ ହତ୍ୟା- ଆର୍ଜେଣ୍ଟିନାରେ ପୁଲିସ ଏ ଦିଗରେ କରୁଛି ତଦନ୍ତ

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

କରୋନା ଭୟ, ମାସ୍କ ପିନ୍ଧି ଭୋଜିରେ ଖାଉଛନ୍ତି ବ୍ୟକ୍ତି- ଦେଖନ୍ତୁ ଭିଡିଓ

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ

୩ଟି ପୁଅର ମା’କୁ ପ୍ରେମରେ ଫସାଇ ଶାରୀରିକ ଶୋଷଣ କଲେ ପ୍ରତାରକ ପ୍ରେମିକ, ପତ୍ନୀର ମାନ୍ୟତା ଦେଲେ କିନ୍ତୁ ଘରକୁ ନ ନେଇ ହତ୍ୟାଧମକ ଦେଇ ବନ୍ଧା ହେଲେ ଡିଇଓ

ଯୁବତୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡିଲା, ଝିଅର ପରିବାର ଲୋକ ଅଭିଯୁକ୍ତ ଯୁବକକୁ ଧରି ନିସ୍ତୁକ ମାଡ଼ ମାରିବା ପରେ ମଳ ଖୁଆଇଲେ