ଥାନା ସାମ୍ନାରେ ମହିଳାଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ଥାନା ଘେରାଉ

ସମ୍ବଲପୁର, ୨୦।୧ କିସିଣ୍ଡା ଥାନା ସାମ୍ନାରେ ଜଣେ ମହିଳାଙ୍କୁ ହତ୍ୟା ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନି। ଏହାର ପ୍ରତିବାଦରେ ଟାୟାର ଜାଳି ଥାନା ଘେରାଉ କରିଛନ୍ତି ଲୋଇସିଂ ଗ୍ରାମବାସୀ ଓ ପରିବାର ଲୋକେ | ଖବର ପାଇ ରେଢାଖୋଲ ଏସଡିପିଓ ଥାନା ସାମ୍ନାକୁ ପହଂଚି ବୁଝାସୁଝା କରୁଛନ୍ତି |
ଲୋଇସିଂ ଗ୍ରାମର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର ଓ ତାଙ୍କ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ପୂର୍ବରୁ କଳହ ଲାଗିଥିଲା। ଏ ସମ୍ପର୍କରେ କୁମାରୀ ମେହେର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ତେବେ ଅଭିଯୁକ୍ତ ଜଣକ ଥାନା ଆଗରେ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା।