PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଓ ଯୋଜନା ପଣ୍ଡ, ରାସ୍ତାରୁ ପାଇପ୍ ବୋମା ଉଦ୍ଧାର
  • ||
  • ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୦୩୧ କରୋନା ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
  • ||
  • ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ଦିନକରେ ଚାଲିଗଲା ଆଉ ୪୩ ଜଣ ଆକ୍ରାନ୍ତଙ୍କ ଜୀବନ
  • ||
  • ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାହାଘର, ଶିଶୁପାଳଙ୍କୁ ହରାଇ ଋକ୍ମିଣୀଙ୍କୁ ହରଣ କରିବେ
  • ||
  • ଆଜିଠୁ କ୍ୟାମ୍ପେନ୍‌ ମୋଡରେ ହେବ ଟିକାକରଣ, ଦିନକୁ ୩ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା
  • ||
  • ଦେବସ୍ନାନ ପୂର୍ଣ୍ଣିମା: ଘରେ ପହଞ୍ଚିବ ଅବଢ଼ା
  • ||

ପ୍ରଡ୍ଯୁସରଙ୍କ ନାଁ ନେଇ ଝିଅଙ୍କୁ କରୁଥିଲା ଫୋନ୍, ଫିଲ୍ମରେ ରୋଲ୍ ଦେବ କହି ମାଗୁଥିଲା ଅଶ୍ଲୀଳ ଫଟୋ

ପଞ୍ଚକୁଲା ୯/୯: ଏକ ପଞ୍ଜାବୀ ଫିଲ୍ମର ପ୍ରଡ୍ଯୁସରଙ୍କ ନାମ ବ୍ୟବହାର କରି ଝିଅଙ୍କୁ ଫୋନ୍ କରି ସେମାନଙ୍କୁ ଫିଲ୍ମରେ କାମ ଦେବା ଏବଂ ମଡେଲ ହେବାର ଅଫର ଦେଇ ନ୍ଯୁଡ୍ ଫଟୋ ମାଗିବା ଭଳି ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ବ୍ୟକ୍ତି ଜଣକ ଝିଅମାନଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେଟଲ କରିବା ଲୋଭ ଦେଖାଇ ସେମାନଙ୍କଠାରୁ ଅଶ୍ଲୀଳ ଫଟୋ ମଗାଉଥିଲା । ଯେମିତି ପ୍ରଡ୍ଯୁସର ଏ ସମ୍ପର୍କରେ ଜାଣିବାକୁ ପାଇଲେ ସେ ତୁରନ୍ତ ଥାନାର ଏନେଇ ଅଭିଯୋଗ କଲେ । ଏହା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା ଏବଂ ଅଭିଯୁକ୍ତକୁ ଗିରଫ କଲା  । ଅଭିଯୁକ୍ତ ଦିଲ୍ଲୀ ନିବାସୀ ଓବେଦ ଅଫରିଦ୍ । ସେ ଜଣେ ଫଟୋଗ୍ରାଫର ବୋଲି କୁହାଯାଉଛି ।

ପୋଲିସ ସୂଚନା ଅନୁସାରେ ଗୁନବୀର ସିଂହଙ୍କ  ଅଭିଯୋଗ ପରେ ଓବେଦ ଅଫରିଦି ବିରୁଦ୍ଧରେ ଧାରା ୪୧୯, ୪୨୦ ଓ ଇନଫରମେସନ ଟେକ୍ନୋଲୋଜି ଆକ୍ଟ ଧାରା ୬୬ସି ଓ ୬୬ଡି ଅନୁସାରେ ମାମଲା ରୁଜୁ କରାଯାଇଛି । ପୋଲିସ ତାକୁ ଗିରଫ କରି କୋର୍ଟରେ ହାଜର କରାଇବା ପରେ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି । ଅଭିଯୁକ୍ତ କିଛି ଦିନ ଧରି ଭିନ୍ନ ଭିନ୍ନ ମୋବାଇଲ୍ ନମ୍ବରକୁ ପ୍ରଡ୍ଯୁସରଙ୍କ ନାଁ ବ୍ୟବହାର କରି ଫୋନ୍ କରୁଥିଲା । ସେ ଫିଲ୍ମ ଏବଂ ଗୀତରେ ମଡେଲ ଭାବେ ସେଟେଲ୍ କରିବା ଲୋଭ ଦେଖାଇ ସେମାନଙ୍କ ଅଶ୍ଲୀଳ ଅନ୍ଦାଜରେ ଫଟୋ ମଗାଉଥିଲା । ତେବେ ସେହି ନମ୍ବର ଓ ମୋବାଇଲକୁ ଜବତ କରିଛି ପୋଲିସ ।