ମୋଦି ସରକାର ଚୀନକୁ ଦେଇପାରନ୍ତି ଆଉ ଏକ ଝଟକା, ଉଠିଲା ଏହି ଦାବି

ନୂଆଦିଲ୍ଲୀ ୩୦/୬: ଭାରତରେ ୫୯ ଚାଇନିଜ୍ ଆପ୍ସ ବ୍ୟାନ୍ ହେବା ପରେ ଚୀନ୍ ଚିନ୍ତାରେ ପଡିଯାଇଛି । ଏହା ମଧ୍ୟରେ ଏବେ ଭାରତରେ ନେପାଳର ଚାଇନିଜ୍ ପାୱର ପ୍ରୋଜେକ୍ଟରୁ ବିଜୁଳି ନକିଣିବା ଦାବି ମଧ୍ୟ ଉଠିଛି । ଚୀନର ଅନେକ କମ୍ପାନୀମାନେ ନେପାଳରେ ପାୱର ସେକ୍ଟରରେ ଖୁବ୍ ନିବେଶ କରୁଛନ୍ତି ଏବଂ ଏହି କମ୍ପାନୀମାନଙ୍କଠାରୁ ବିଜୁଳି କ୍ରୟ କଲେ ଏହି ଚାଇନିଜ୍ କମ୍ପାନୀମାନଙ୍କୁ ବହୁତ ଫାଇଦା ହେଉଛି । ଗତ ଦିନମାନଙ୍କରେ ନେପାଳ ଚୀନ୍ ଇଶାରାରେ ଭାରତ ସହିତ ସୀମା ବିବାଦ ଉଠାଇଥିଲା । ଏହା ବ୍ୟତୀତ ଲିପୁଲେଖ ଓ କଳାପାଣି ସମେତ ଅନ୍ୟ ଅଞ୍ଚଳରେ ନିଜ ଦାବି ଜାହିର କରିଥିଲା ।

ଭାରତ ସରକାର ଚାଇନିଜ୍ ଆପ୍ସ ବ୍ୟାନ୍ କରିବା ଫଳରେ ଚୀନ୍ ଚିନ୍ତାରେ ଅଛି । ଚୀନର Weibo ସୋସିଆଲ ମିଡିଆରେ ଭାରତ ତରଫରୁ ଲଗାଯାଇଥିବା ବ୍ୟାନ୍ #Indiabans59Chineseapps ଟପ୍ ଟ୍ରେଣ୍ଡରେ ଅଛି । ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଆମେରିକା, କାନାଡା, ଅଷ୍ଟ୍ରେଲିଆଓ ୟୁରୋପର ଦେଶମାନେ ଚାଇନିଜ୍ ଆପ୍ସ ଉପରେ ବ୍ୟାନ୍ ଲଗାଇବା ପାଇଁ ଦାବି କରୁଛନ୍ତି ।

ଚୀନ୍ ଲୋକ ଏନେଇ ଚିନ୍ତାରେ ଅଛନ୍ତି ଯେ ଭାରତର ନିଷ୍ପତ୍ତି ପରେ ଚୀନ୍ କମ୍ପାନୀମାନଙ୍କ ଉପରେ ବଡ ପ୍ରଭାବ ପଡିବ ଏବଂ ଏହା ଫଳରେ ଚୀନରେ ବେରୋଜଗାରୀ ବଢିବ । ସୋସିଆଲ ମିଡିଆରେ ୟୁଜର୍ସ ଭାରତ ତରଫରୁ ଚୀନକୁ ପଠାଯାଇଥିବା କ୍ୟାନ୍ସର ମେଡିସିନକୁ ନେଇ ନିଜ ପ୍ରତିକ୍ରିୟା ଦେଉଛି । ୟୁଜର୍ସଙ୍କ କହିବାନୁସାରେ ଯଦି ଭାରତରୁ କ୍ୟାନ୍ସର ସହିତ ଜଡିତ ମୁଖ୍ୟ ମେଡିସିନ୍ ଚାଇନା ଆସିବା ବନ୍ଦ ହୋଇଯିବ ତେବେ ଚାଇନାରେ ଲୋକଙ୍କ ଚିନ୍ତା ଆହୁରି ବଢିଯିବ ।

ଭାରତର ନିଷ୍ପତିକୁ ପ୍ରଶଂସା
ଚାଇନିଜ୍ ଆପ୍ସ ବ୍ୟାନ୍ ହେବା ପରେ ଭାରତର ନିଷ୍ପତ୍ତିକୁ ନେଇ ଅନେକ ଦେଶ ପ୍ରଶଂସା କରୁଛନ୍ତି । ଆମେରିକା ସିନେଟର ମାର୍କୋ ଋବିୟା ଭାରତର ପ୍ରଶଂସା କରୁଛନ୍ତି । ସୂଚନା ଅନୁସାରେ ଚାଇନାର ଅଧିକାଂଶ ଆପ୍ ଓ ଚାଇନିଜ୍ କମ୍ପାନୀମାନେ ଚୀନର କମ୍ୟୁନିଷ୍ଟ ପାର୍ଟି ପାଇଁ କାମ କରନ୍ତି । ଯାହା କି ଦେଶର ସୁରକ୍ଷା ପାଇଁ ବିପଦ । ଏହି ଚାଇନିଜ୍ ଆପ୍ ବନ୍ଦ ହେବା ପରେ ଭାରତ ସରକାର ବର୍ତ୍ତମାନ Huawei  ଏବଂ ZTE କମ୍ପାନୀ ବିରୁଦ୍ଧରେ ପ୍ରତିବନ୍ଧକ ଲଗାଇବା ଉଚିତ୍ ବୋଲି ଦେଶବାସୀ ଅପିଲ୍ କରୁଛନ୍ତି ।

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ! ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଅଭିଯୋଗ

ବିଶ୍ୱାସୀ ନୁହଁ ଡ୍ରାଗନ୍‌- ତୟାର ରହିଛନ୍ତି ଭରତୀୟ ଜବାନ୍‌: ବାୟୁସେନା ପକ୍ଷରୁ ଲଢୁଆ ବିମାନର ରାତ୍ରୀ କାଳିନ ପାଟ୍ରୋଲିଂ ଜାରି

ଖୁବ୍ ଶୀଘ୍ର ଲଞ୍ଚ୍ ହେବ ଇଲେକ୍ଟ୍ରିକ୍ ଭେଇକିଲ୍ Mahindra Atom, ଜାଣନ୍ତୁ ଦାମ୍ ଓ ଫିଚର୍ସ

ହୃଦୟ ବିଦାରକ ଦୃଶ୍ୟ: ଯନ୍ତାରେ ଭୋକିଲା ଶିଶୁକୁ ସାପ ଓ ୭୦୦ ଜୀବଙ୍କ ମଧ୍ୟରେ ରଖିଥିଲେ ମାଆ ଓ ସାବତବାପ- ପୁଲିସ କଲା ଉଦ୍ଧାର