PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

କେମିତି ମରିଛନ୍ତି ଆଦିତ୍ୟ ? ଏବେ ଏକ୍ସପର୍ଟ ଟିମ୍‌ କ୍ରାଇମ୍‌ ସିମୁଲେସନ୍‌ କରିବେ ତର୍ଜମା, ଷ୍ଟେସନରେ କରାଯିବ ଡେମୋ

ଭୁବନେଶ୍ୱର ୧୦।୮: ସମାଜସେବୀ ଆଦିତ୍ୟ ଦାଶ୍ ମୃତ୍ୟୁ ଘଟଣାରେ ଏପର୍ଯ୍ୟନ୍ତ ହଟିପାରିନି ପରଦା। ହତ୍ୟା ନା ଆତ୍ମହତ୍ୟା ତାହା ଏବେବି ସସପେନ୍ସ ଘେରରେ ରହିଛି । ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ଏକମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତଦନ୍ତକାରୀ ଟିମ୍‌ର ହାତ ଖାଲି । ଘଟଣାରୁ ପରଦା ହଟାଇବା ପାଇଁ ଖୁବ ଶୀଘ୍ର ହେବ କ୍ରାଇମ ସିମୁଲେସନ ।

ଆଦିତ୍ୟ ମୃତ୍ୟ ଘଟଣା ଉପରୁ ପରଦା ଉଠାଇବା ପାଇଁ ହେବ କ୍ରାଇମ ସିମୁଲେସନ । ଏକ୍ସପୋର୍ଟ ଟିମକୁ ଘଟଣାସ୍ଥଳ ଡକାଯାଇ କ୍ରାଇମ ସିମୁଲେସନ କରାଯିବ ବୋଲି ସୂଚନା ରହିଛି । ଆଦିତ୍ୟ ଟ୍ରେନ ସାମ୍ନାରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଟ୍ରେନ ଟ୍ରାକରେ ଫିଙ୍ଗି ଦିଆଯାଇଛି। ଏସବୁ ଘଟଣାରୁ ପରଦା ହଟିବ ।  ଲିଙ୍ଗରାଜ ଷ୍ଟେସନରେ ତଦନ୍ତକାରୀ ଟିମ ଦ୍ୱାରା ଏକ ପ୍ରତୀକାତ୍ମକ ଚିତ୍ର କିମ୍ବା ଡେମୋ କରାଯିବ । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ସହ ରେଳବାଇ ବିଭାଗର କିଛି ଅଭିଜ୍ଞ ଯନ୍ତ୍ରୀ, ଲୋକ ପାଇଲଟ ଏହି ଘଟଣା ସ୍ଥଳରେ ଯାଂଚ କରିବେ ।

ଘଟଣା ଘଟିବା ଦିନ କଣ ହୋଇଥାଇ ପାରେ ତାକୁ ନେଇ ସେଠାରେ ଏକ ପ୍ରତୀକାତ୍ମକ ନାଟ୍ୟ ରୂପ ପ୍ରସ୍ତୁତ କରିବେ । ଏହାକୁ ତଦନ୍ତକାରୀ ଏକ୍ସପୋର୍ଟ ଟିମ ତର୍ଜମା କରିବ। ଫଳରେ ଆଦିତ୍ୟଙ୍କ ମୃତ୍ୟୁ କିପରି ହୋଇଥାଇପାରେ ତାହା ଜଣାପଡ଼ିବ । ଆଦିତ୍ୟଙ୍କ ଶରୀରରେ ଥିବା ଆଘାତ ଟ୍ରେନ ଦ୍ୱାରା ହୋଇଛି କି ନାହିଁ। ତାଙ୍କୁ କେହି ଠେଲି ଦେଇଛି କି ? ଏ ସବୁ ଅସମାହିତ ପ୍ରଶ୍ନର ଉତ୍ତର କିଛି ଅଂଶରେ ମିଳିପାରେ ବୋଲି ଅନୁମାନ କରାଯାଉଛି । କ୍ରାଇମ ସିମୁଲେସନ ଦ୍ୱାରା କିଛି ତଥ୍ୟ ସାମ୍ନାକୁ ଆସିପାରେ । ସେହିପରି ପୁର୍ବରୁ ଅନେକ ଅପରାଧିକ ମାମଲାର ରହସ୍ୟ ଖୋଲିବାର ନଜିର ରହିଛି ।

ସମ୍ବନ୍ଧିତ ଖବର