PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

କରୋନା କାଳରେ ଚିନ୍ତା ବଢ଼ାଇଲା ଡେଙ୍ଗୁ, ପଟିଆରୁ କଳ୍ପନା ଯାଏ ମାଳ ମାଳ ଲୋକ ହେଲେଣି ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀରେ ବେକାବୁ ହେଲାଣି ଡେଙ୍ଗୁ । ପଟିଆରୁ କଳ୍ପନା ଛକ ଯାଏ ସହର ସାରା ମାଳ ମାଳ ଲୋକ ଡେଙ୍ଗୁ ଆକ୍ରାନ୍ତ ହେଲେଣି । ଶୁକ୍ରବାର ପୁଣି ୧୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଡେଙ୍ଗୁ ସଂଖା ୨୪୯ ଛୁଇଁଛି । ସେଥିରୁ କିଛି ହସ୍ପିଟାଲରେ ଆଉ କିଛି ଘରେ ରହି ଚିକିତ୍ସିତ ହେଉଛନ୍ତି । ହେଲେ ବିଏମସି ପାଖରେ ତଥ୍ୟ ନାହିଁ । ବିଶେଷ କରି ନୀଳାଦ୍ରିବିହାର ଓ ଶୈଳଶ୍ରୀବିହାର ଅଞ୍ଚଳ ଡେଙ୍ଗୁର ହଟସ୍ପଟ୍‌ ପାଲଟିଛି । କଳ୍ପନା,ଚନ୍ଦ୍ରଶେଖରପୁର ବିଡିଏ କଲୋନୀ, ପଦ୍ମାବତୀ ବିହାର ,ଚିନ୍ତାମଣିଶ୍ୱର ଓ ପୁରୁଣା ଭୁବନେଶ୍ୱରରେ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି ।

ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାରରେ ପରିବାର ପିଛା ୨ରୁ ୩ ଆକ୍ରାନ୍ତ ବାହାରୁଛନ୍ତି । କ୍ୟାପିଟାଲ ହସ୍ପିଟାଲ ଡେଙ୍ଗୁ ୱାର୍ଡରେ ଅଳ୍ପ ସଂଖ୍ୟକ ବେଡ୍‌ ରହୁଥିବାରୁ ଅନେକ ଆକ୍ରାନ୍ତ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି । ଏପଟେ କରୋନା ପ୍ରଭାବ ଥମିନଥିବା ବେଳେ ଜ୍ୱର ହେଲେ କରୋନା ନାଁ ଡେଙ୍ଗୁ ବୋଲି ଦ୍ୱନ୍ଦ ସୃଷ୍ଟି ହେଉଛି । ପରୀକ୍ଷା କରିବା ପରେ ଡେଙ୍ଗୁ ପଜିଟିଭ୍‌ ବାହାରୁଛି । ବିଏମସି ଆଖିଦୃଶିଆ ପଦକ୍ଷେପ ନନେବା ଡେଙ୍ଗୁ ବିଷୟରେ ସଚେତନତା ସୃଷ୍ଟି ହେଉନାହିଁ ।

ରାଜଧାନୀରେ ବିଭିନ୍ନ କଲୋନିରେ ପୁରୁଣା ଟାୟାର,ଫୁଲକୁଣ୍ଡ, ପ୍ଲ।।ଷ୍ଟିକ ଡବା, ବୋତଲ ଆଦି ଜମା ହୋଇରହିଛି । ବର୍ଷା ହେବା ଫଳରେ ସେଥିରୁ ଏଡିସ୍‌ ମଶା ବଂଶ ବୃଦ୍ଧି କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୨୪୯ରୁ ଉର୍ଦ୍ଧ ସଂକ୍ରମିତ ହୋଇଥିବା ସରକାରୀ ସ୍ତରରେ କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହାର ସଂଖ୍ୟା ଢେର ଅଧିକ । ଘରୋଇ ହସ୍ପିଟାଲରେ ଲୋକେ ଡେଙ୍ଗୁ ପରୀକ୍ଷା କରୁଥିବାରୁ ତାହା ଗ୍ରହଣ ହେଉନି । ଗତକାଲି ବିଏମ୍‌ସି ନିର୍ଦ୍ଦେଶାବଳୀ ଜାରି କରିଥିଲା । ଡେଙ୍ଗୁ ଖୋଜାଲୋଡ଼ା ଆରମ୍ଭ ହୋଇଛି । ଦିନେ ୨ ଦିନ ମଧ୍ୟରେ ବିଏମ୍‌ସି ସରକାରୀ, ବେସରକାରୀ ଦପ୍ତରରେ ଚଢଉ କରିବ ନେଇ ବିଏମ୍‌ସି ପକ୍ଷରୁ ସୂଚନା ରହିଛି ।

ସମ୍ବନ୍ଧିତ ଖବର