ଦଳିତଙ୍କ ଶବକୁ ନିଜ ଜମି ବାଟେ ଯିବାକୁ ଦେଲେନି ଉଚ୍ଚଜାତିର ଲୋକେ,ବ୍ରିଜ ଉପରୁ ୨୦ ଫୁଟ୍ ତଳକୁ ରଶିରେ ଓହଳାଇ ନିଆଗଲା ଶ୍ମଶାନ

ଭେଲ୍ଲୋର,୨୨।୮: ଜାତିବାଦ ଏବେ ବି ଆମ ଦେଶରେ ବଡ ସମସ୍ୟା ହୋଇ ରହିଛି।  ଉଚ୍ଚ ଜାତିର ଲୋକେ ଏବେ ବି ଦଳିତଙ୍କୁ  ନିମ୍ନ ଆଖିରେ ଦେଖୁଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ଭେଲ୍ଲୋର ଜିଲ୍ଲା ଅନ୍ତର୍ଗତ ଭନିୟାମବାଡି ତାଲୁକରେ। ସେଠାରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଶୁଣିବା ପରେ ଆପଣମାନେ ନିହାତି ପକ୍ଷେ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଏକ ଦଳିତ ବ୍ୟକ୍ତିଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ନିଆଯିବା ସମୟରେ ଗାଁର ଉଚ୍ଚଜାତିର ଲୋକେ ତାଙ୍କ ଜମି ବାଟ ଦେଇ ଯିବାକୁ ମନା କରିଥିଲେ। ଯାହାଫଳରେ ଶବକୁ ୨୦ ଫୁଟ୍ ଉଚ୍ଚ ବ୍ରିଜ ଉପରୁ ରଶି ବାନ୍ଧି ତଳକୁ ନିଆଯାଇଥିଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଏହାପରେ ଏବେ ବିବାଦ ସୃଷ୍ଟି ହୋଇଛି। ଭେଲ୍ଲୋର ପୋଲିସ ଏହି ମାମଲାର ଯାଞ୍ଚ କରୁଛି।

ଉଲ୍ଲେଖନୀୟ ଯେ, ଗତ ଶନିବାର ଦିନ ୪୬ ବର୍ଷର  ଜଣେ ଦଳିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଗାଁରେ ଥିବା ପୁରୁଣା ଶ୍ମଶାନରେ ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର କରିବାକୁ ଚାହିଁଥିଲେ। ହେଲେ ଶ୍ମଶାନ ଘାଟକୁ ଯିବା ରାସ୍ତାରେ କିଛି ଉଚ୍ଚ ଜାତିର ଲୋକଙ୍କ ଜମି ପଡ଼ୁଥିବାରୁ ସେମାନେ ଏହି ବାଟରେ ଶବ ଶୋଭାଯାତ୍ରା କରିବାକୁ ଅନୁମତି ଦେଇ ନଥିଲେ। ଦଳିତ ବର୍ଗର ଲୋକମାନେ ଯିବାକୁ ଅନୁରୋଧ କରିଥିଲେ ମଧ୍ୟ  କିଛି କଥା ଶୁଣିନଥିଲେ।ଶେଷରେ ବାଧ୍ୟ ହୋଇ ଶ୍ମଶାନକୁ ଯିବା ପାଇଁ ପରିବାର ଲୋକେ  ଏକ ନଦୀ ଉପରେ ନିର୍ମାଣ ହୋଇଥିବା ପୋଲର ସହାୟତା ନେଇଥିଲେ। ଏହାପରେ ଶବଟିକୁ ଏକ ଦୌଡ଼ିରେ ବାନ୍ଧି ତଳକୁ ଖସା ଯାଇଥିଲା।

   ସମ୍ବନ୍ଧିତ ଖବର


ଚୀନ୍‌ରେ ପ୍ରଜନନ କ୍ଷମତା ହରାଇବେ ପୁରୁଷ – ବ୍ୟାପୁଛି ଆଉ ଏକ ମାରାତ୍ମକ ରୋଗ

ଆଉ ୪ଟି ଉପଗ୍ରହ ପଠାଇବ ଭାରତ

ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏନଆଇସି ଏବେ ସାଇବର ଆକ୍ରମଣର ଶିକାର

୫ ରାଜ୍ୟରୁ ୬୦% ସକ୍ରିୟ ରୋଗୀ କରୋନା କାୟା

ରୁଷ ଟିକାକୁ ନେଇ ଅନିଶ୍ଚିତତା- ପ୍ରତି ୭ଜଣରୁ ଜଣଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା

ପ୍ରଶାସନର ବଡ ନିଷ୍ପତ୍ତି : ଏଣିକି ବିନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କରିବାକୁ ପଡ଼ିବ କରୋନା ପରୀକ୍ଷା