PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ୧୩୦ କୋଟି ବ୍ୟୟ ହେବ
  • ||
  • ଗଞ୍ଜାମ ପୁରୁଷୋତ୍ତମପୁର- ପ୍ରେମିକାକୁ ଜୀଅନ୍ତା ଜାଳିଦେବା ଘଟଣାରେ ଅଭିଯୁକ୍ତ ଯୁବକ ଗିରଫ
  • ||
  • ଭୁବନେଶ୍ଵର : ଅଗଷ୍ଟ ପ୍ରଥମ ସପ୍ତାହରୁ +୨ ନାମଲେଖା ପ୍ରକ୍ରିୟା, ଜୁଲାଇ ଶେଷ ସୁଦ୍ଧା ବିସ୍ତୃତ ତଥ୍ୟ ଅପଡେଟ୍‌ ପାଇଁ ଜୁନିୟର୍‌ କଲେଜଗୁଡ଼ିକୁ ନିର୍ଦ୍ଦେଶ
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ୍, ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ଘରେ ଟିକା ଦେବା ମାମଲା : ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ କୌଣସି ପରିଚୟ ପତ୍ର ନଥିବା ଲୋକଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦେଶ
  • ||
  • ବଲାଙ୍ଗିର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୟୁଜିସି ମାନ୍ୟତା ନମିଳିବା ପ୍ରସଙ୍ଗ, ଭିସିଙ୍କୁ ଭେଟି ଆଲୋଚନା କଲା ଛାତ୍ର କଂଗ୍ରେସ
  • ||
  • ରାଜ୍ୟରେ ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିବ ତୃତୀୟ ଲହରୀ : ବିଜୟ ମହାପାତ୍ର
  • ||
  • ନୀଳଗିରି : ନୀଳଗିରି ନିକଟ ଆମ୍ବଡିହା ଛକରେ ଦୁର୍ଘଟଣା, ମେଡ଼ିକାଲକୁ ବିଲେଇ କାମୁଡ଼ା ଇଞ୍ଜେକ୍ସନ୍ ନେବାକୁ ଆସୁଥିବା ବେଳେ ବାଇକ୍ ଦୁର୍ଘଟଣାରେ ମହିଳା ମୃତ, ମୃତ ମହିଳା ହେଲେ ଖନ୍ତାପଡା ଥାନା ବରୁଣସିଂ ଗ୍ରାମର ଭିକା ଦାସଙ୍କ ସ୍ତ୍ରୀ ତୁଳସୀ
  • ||
  • କଟକ : ଚୌଦ୍ଵାର କଲେଜ ପଛପଟ ସାହିରେ ଲୁଟ୍, ଘରେ କେହି ନଥିବାର ସୁଯୋଗ ନେଇ ଲୁଟି ନେଲେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା
  • ||
  • ରାଇରଙ୍ଗପୁର : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ନୁରୁବାଦଡା ଗ୍ରାମରେ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତ
  • ||
  • ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାର ଚାଲିଛି ଅଡିଟ୍, ଶେଷ ହେବାକୁ ଆଉ ୧୦ ରୁ ୧୫ ଦିନ ସମୟ ଲାଗିବ : ଡିଏମଇଟି
  • ||
  • କେସିଙ୍ଗା : କେସିଙ୍ଗା ପରିଦର୍ଶନ ସହ ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କଲେ ପିଡି ଡିଆରଡିଏ
  • ||
  • ନୂଆଦିଲ୍ଲୀ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ||
  • ଭୁବନେଶ୍ଵର : ଦିଲ୍ଲୀରୁ ଚୋରି ଭୁବନେଶ୍ଵରରେ ଗିରଫ, କୋଟିଏ ଟଙ୍କାର ଅଳଙ୍କାର ଚୋରି କରି ଚମ୍ପଟ ମାରିଥିଲା ଚୂନଲଗା ଚାକରାଣୀ, ସାଲିହାସାହିରୁ ଧରିଲା ପୋଲିସ
  • ||
  • ଜଗତସିଂହପୁର : ରାତି ଅଧରେ ଧାରଣାରତ ମହିଳାଙ୍କ ଉପରେ ଆକ୍ରମଣ, ମାଡ଼ ମାରି ଗାଳିଗୁଲଜ କଲେ ୫ରୁ ଉର୍ଦ୍ଧ୍ଵ ଦୁର୍ବୃତ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୭୦୩ ଜଣ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ, ଜୀବନ ସହ ଖେଳୁଛି ବିଏମ୍‌ସି, ମାଡ଼ିଚାଲିଛି ଏଡିସ୍‌ ମଶା ବଂଶ
  • ||

ଢାଙ୍କିଦେଲା କୁହୁଡ଼ି

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ଚାରିଆଡ଼ ଧୂଆଁ ଧୂଆଁ । ଯେମିତି ଧଳା ଚାଦର ଘୋଡ଼ାଇ ଦେଇଛି ଚତୁର୍ଦ୍ଦିଗକୁ । ଷ୍ଟ୍ରିଟ୍‌ ଲାଇଟ୍‌ ହେଉ କି ଗାଡ଼ି ଲାଇଟ୍‌, କିଛି କାଟୁ କରୁନଥିଲା । କୁହୁଡ଼ି ଏମିତି ମାଡ଼ିଗଲା ଯେ ୧୦ ମିଟର ଦୂରତା ବି ଦିଶିଲାନି । ଶୁକ୍ରବାର ରାତିରୁ ଏମିତି କୁହୁଡ଼ି ଆଚ୍ଛାଦିତ କରିଥିଲା ଉପକୂଳ ଓଡ଼ିଶାକୁ । ଭୋରୁ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା । ସକାଳ ୯ଟା ଯାଏଁ ନାକେଦମ୍‌ କରିଥିଲା ଜନଜୀବନକୁ ।
ପାଣିପାଗ ପୂର୍ବାନୁମାନ, ଶନିବାର ରାତି ଓ ରବିବାର ସକାଳେ ବି ଉପକୂଳ ଓଡ଼ିଶାକୁ କୁହୁଡ଼ି ଘେରିବ । ମଧ୍ୟମ ଧରଣ କିମ୍ବା ଘନ କୁହୁଡ଼ି ଆଚ୍ଛାଦିତ କରିବ । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ସମ୍ଭାବନା ରହିଛି ।
ଶୁକ୍ରବାର ରାତିରୁ ଘନ କୁହୁଡ଼ି ଘେରିଥିଲା ଉପକୂଳ ଓଡ଼ିଶାକୁ । କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ନୟାଗଡ଼, ଭଦ୍ରକ ଜିଲ୍ଲାରେ ଭୀଷଣ କୁହୁଡ଼ି ଆଚ୍ଛାଦିତ କରିଥିଲା । ଘନ କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଟ୍ରକ୍‌, କାର୍‌ ସମେତ ବହୁ ସଂଖ୍ୟକ ଗାଡ଼ିମୋଟର ଜାତୀୟ ରାଜପଥରେ ଅଟକିବାକୁ ବାଧ୍ୟ ହୋଇଥିଲେ । କେତେକ ଜାଗାରେ ଛୋଟ ଛୋଟ ଦୁର୍ଘଟଣା ବି ଘଟିଥିଲା । କଟକ-ଭୁବନେଶ୍ୱର ରାସ୍ତାର ବହୁ ଜାଗାରେ ଗାଡ଼ିମୋଟର ଫସି ରହିଥିଲେ ।
ଘନ କୁହୁଡ଼ି ଯୋଗୁ ବିମାନ ସେବା ବି ପ୍ରଭାବିତ ହୋଇଥିଲା । ଭୋର ୪ଟା ୩୭ରେ ପହଞ୍ଚିଥିବାକୁ ଥିବା ଦିଲ୍ଲୀ (ଇଣ୍ଡିଗୋ ୨୨୧୪) ବିମାନ ଭୁବନେଶ୍ୱରରେ ଅବତରଣ କରିପାରିନଥିଲା । କୁହୁଡ଼ି ଯୋଗୁ ବିମାନଟି କୋଲକାତାକୁ ଡାଇଭର୍ଟ ହୋଇଯାଇଥିଲା । ପାଗ ସୁଧୁରିବା ପରେ ବିମାନ ପୁଣି ଭୁବନେଶ୍ୱର ମୁହାଁ ହୋଇଥିଲା । ସକାଳ ୯ଟା ୧୦ରେ ଏହି ବିମାନ ଭୁବନେଶ୍ୱରରେ ଓହ୍ଲାଇଥିଲା । ସେହିପରି ଏୟାର ଏସି÷ଆର କୋଲକାତା-ଭୁବନେଶ୍ୱର ବିମାନ (୫୩୫) ଭୋର୍‌ ୩ଟା ୧୪ରେ ପହଞ୍ଚିବାର ଥିଲା । ମାତ୍ର ଏହା ରୁଟ୍‌ ବଦଳାଇ ଭାଇଜାକକୁ ଡାଇଭାର୍ଟ ହୋଇଥିଲା । ଦିନ ୧୧ଟା ୧୯ରେ ଏହା ଭୁବନେଶ୍ୱର ଆସିଥିଲା । ସେହିପରି କୁହୁଡ଼ି ଯୋଗୁ କୋଲକାତା, ଦିଲ୍ଲୀ, ବେଙ୍ଗାଲୁରୁରୁ ଆସିବାକୁ ଥିବା ୧୦ଟି ବିମାନ ବିଳମ୍ବରେ ଆସି ପହଞ୍ଚିଥିଲା । ଭୁବନେଶ୍ୱରରୁ ଦିଲ୍ଲୀ, କୋଲକାତା, ମୁମ୍ବାଇ, ବେଙ୍ଗାଲୁରୁ, ଗୌହ୍ୱାଟି, ହାଇଦ୍ରାବାଦ ଯିବାକୁ ପ୍ରାୟ ୧୫ଟି ବିମାନ ନିର୍ଦ୍ଧାରିତ ସମୟରୁ ବିଳମ୍ବରେ ଉଡ଼ାଣ ଭରିଥିଲା ।
ପାଣିପାଗ ବିଭାଗ କହିଛି, ଶନିବାର ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ନୟାଗଡ଼, ଭଦ୍ରକ ଜିଲ୍ଲାରେ ମଧ୍ୟମରୁ ଘନ କୁହୁଡ଼ି ଘେରିବ । ଆସନ୍ତାକାଲି ରାତିରେ ବି ଉପକୂଳ ଓଡ଼ିଶାରେ କୁହୁଡ଼ି ସମ୍ଭାବନା ଅଛି । ୨୨ ତାରିଖରେ ଉତ୍ତର ଓଡ଼ିଶା ଓ ୨୩ରେ ଉପକୂଳ ଓଡ଼ିଶାରେ କୁହୁଡ଼ି ହୋଇପାରେ । ଆସନ୍ତା ୨ ଦିନ କେତେକ ସ୍ଥାନରେ ପାରଦ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍‌ ରହିବ । ଦୁଇଦିନ ପରେ କ୍ରମଶଃ ରାତି ତାପମାତ୍ରା ବଢ଼ିବ ।