PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଆତଙ୍କରାଜ, ବାପାର ଅପରାଧ ସାମ୍ରାଜ୍ୟ ସମ୍ଭାଳିଲା ପୁଅ, ନାବାଳକଙ୍କ ଛୁରୀ ମାଡ଼ରେ ଯୁବକ ଗୁରୁତର
  • ||
  • ଭୁବନେଶ୍ଵର : ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଖୋଲିବାକୁ ଅନୁମତି
  • ||
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଗତକାଲି ବିଳମ୍ବିତ ରାତିରେ ଛୁରାମାଡ, ଜଣେ ଗୁରୁତର, ପୁଲିସ କବ୍ଜାରେ ଅଭିଯୁକ୍ତ ନାବାଳକ
  • ||
  • ଛତ୍ରପୁର : ଆର୍ଜିପଲ୍ଲୀ ଗ୍ରାମରେ ସୈତାନ ସାଜିଲା ସ୍ୱାମୀ, କିରୋସିନ ଢାଳି ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ
  • ||
  • ବରଗଡ଼ : ଭିଜିଲାନ୍ସ ଜାଲରେ ବରଗଡ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ, ଏକକାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ବଲାଙ୍ଗୀର : ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5Tସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • Tokyo Olympics: ଜାଭେଲିନ୍‌ରେ ନୀରଜଙ୍କ ଦମଦାର ପ୍ରଦର୍ଶନ, ୮୬.୬୫ ମି. ଥ୍ରୋ କରି ଫାଇନାଲରେ କଲେ ଏଣ୍ଟ୍ରି
  • ||
  • ଅନୁଗୁଳ : ବ୍ରାହ୍ମଣୀ ନଦୀରେ ବଢୁଛି ଜଳସ୍ତର, ରେଙ୍ଗାଳି ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୩୧୫ ଜଣ କୋଭିଡ ପଜିଟିଭ୍
  • ||
  • ଭୁବନେଶ୍ଵର : ‘ପିଏମ୍‌ ଆବାସ’ରେ ପୁଳାପୁଳା ଦୁର୍ନୀତି, ସଂସଦରେ ମନ୍ତ୍ରୀଙ୍କ ଉତ୍ତର-ଓଡ଼ିଶାରେ ୮୫% ଅଯୋଗ୍ୟ ହିତାଧିକାରୀ
  • ||
  • ରାମପୁର : କଳାହାଣ୍ଡି ଜିଲ୍ଳା ଅନ୍ତର୍ଗମ ମ.ରାମପୁର ଥାନା ପାଜିବାହାଲି ଛକ ନିକଟରୁ ନିଖୋଜ ୨ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା : କୋଭିଡ୍ କଟକଣା ମଧ୍ୟରେ ଖୋଲିଲା ତୁଳସୀକ୍ଷେତ୍ର, ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିରେ ବେଆଇନ୍ ଗୁଟଖା ୟୁନିଟ୍ ଉପରେ ଚଢାଉ, ୨ ଗିରଫ
  • ||

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ଦେବରିଆ,୩୦।୧୦: ନାଁ ‘ଅର୍ଥି ବାବା’ କାମ ନିର୍ବାଚନ ଲଢିବା। କୋକେଇରେ ବସି କରୁଛନ୍ତି ନିର୍ବାଚନ ପ୍ରଚାର। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ପୂର୍ବ ଉତ୍ତର ପ୍ରଦେଶର ଦେଭାରିୟାର ‘ଅର୍ଥୀ ବାବା’ ଓରଫ୍ ରାଜେଶ ଯାଦବ। ୧୧ ଥର ହାରିବା ପରେ ସେ ପୁଣିଥରେ ନିର୍ବାଚନୀ ରଣଭୂମିକୁ ଓହ୍ଲାଇଛନ୍ତି। ଦେବରିଆ ଆସନରୁ ହେଉଥିବା ଉପ-ନିର୍ବାଚନରେ ସେ କୋକେଇରେ ବସି ନାମାଙ୍କନ ପତ୍ର ଦାଖଲ କରିବାକୁ ପହଁଞ୍ଚିଥାନ୍ତି। ତାଙ୍କୁ ଦେଖିବାକୁ ଚାରିଆଡୁ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥାଏ।

ଏଥର ୧୧ ଥର ନିର୍ବାଚନ ଲଢି ସାରିଥିବା ଅର୍ଥି ବାବା ‘ରାମ ନାମ ସତ୍ୟ ହେ…’ ସ୍ଳୋଗାନ ଦେଇ ନାମାଙ୍କନ ପତ୍ର ଦାଖଲ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ। ସେ କୋକେଇରେ ବସିଥିବା ବେଳେ ତାଙ୍କର ସମର୍ଥକ ତାଙ୍କୁ କାନ୍ଧରେ ବସାଇ ସ୍ଲୋଗାନ ଦେଉଛନ୍ତି। ସେ କୋକେଇରେ ବସି ଗାଁରେ ବୁଲି ବୁଲି ଲୋକଙ୍କୁ ଭୋଟ ମାଗନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।

ଏ ବିଷୟରେ ଯେତେବେଳେ ‘ଅର୍ଥି ବାବା’ଙ୍କୁ ପଚରା ଯାଇଥିଲା ସେ କହିଥିଲେ, ଭୋଟର ଦେବତୁଲ୍ୟ ତେଣୁ ଭଗବାନ ଭାବି ତାଙ୍କର ପାଦ ଧୋଉଛି।  ସେ ଗାଁରେ ମହିଳା, ଦିବ୍ୟାଙ୍ଗ ଓ ଅନ୍ୟ ଲୋକଙ୍କ ଥାଳିରେ ପାଦ ଧୋଉଥିବାର ଦେଖିବାକୁ ମଧ୍ୟ ମିଳିଛନ୍ତି। ଉଲ୍ଲେଖନୀୟ ଯେ, ‘ଅର୍ଥି ବାବା’ ନାମରେ ପ୍ରସିଦ୍ଧ ରାଜେଶ ଯାଦବ ଦେଭାରିୟା ସଦରରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛନ୍ତି। ସେ ଏମବିଏ ମଧ୍ୟ ପଢିଛନ୍ତି।