ପ୍ରତି ମାସରେ ଜମା କରନ୍ତୁ ୨୧୦ଟଙ୍କା, ଏତିକି ବର୍ଷ ବୟସ ପରେ ପାଇବେ ବାର୍ଷିକ ୬୦ ହଜାର ଟଙ୍କା

ଚାକିରିଆ ଲୋକର ଯେମିତି ଯେମିତି ଅବସର ଗ୍ରହଣ କରିବାର ସମୟ ପାଖେଇ ଆସେ ସେମିତି ସେମିତି ଭବିଷ୍ୟତ ପାଇଁ କିଛି ଟଙ୍କା ଜମା କରିବା କଥା ମୁଣ୍ଡକୁ ଆସେ। ଯଦି ଆପଣ ବି ସେହି ଲୋକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଅବସର ଗ୍ରହଣ ପରେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି। ତେବେ ଖାସ୍ ସେମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଅଟଳ ପେନସନ ଯୋଜନା କାମରେ ଆସିପାରିବ।

ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ଏହି ଯୋଜନାରେ ପ୍ରାୟ ୧.୨୫ କୋଟି ଲୋକଙ୍କୁ ଲୋକ ଯୋଡ଼ି ସାରିଛନ୍ତି। କମ୍ ଆୟ ଥିବା ବର୍ଗର ଲୋକଙ୍କ ପାଇଁ ସରକାର ଏହି ଜନପ୍ରିୟ ସ୍କିମ ନୂଆ ଗ୍ୟାରେଣ୍ଟି ସହିତ ଏକ ଭଲ ବିକଳ୍ପ ଦେଉଛନ୍ତି।

ମୋଦି ସରକାରଙ୍କ ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ନ୍ୟୁନତମ ୧୮ ବର୍ଷ ହୋଇଥିବା ଦରକାର। ଯଦି ଆପଣ ଏହି ସ୍କିମର ଲାଭ ଉଠାଇବା ପାଇଁ ଚାହୁଁଛନ୍ତି ସେଥିପାଇଁ ଆପଣଙ୍କୁ ଏକ ଖାତା ଖୋଲିବାକୁ ପଡ଼ିବ। ଏହି ସ୍କିମ ଦ୍ବାରା ଆପଣଙ୍କୁ ୬୦ ହଜାର ଟଙ୍କା ବାର୍ଷିକ କିମ୍ବା ୫ହଜାର ଟଙ୍କା ପ୍ରତି ମାସରେ ପେନସନର ଗ୍ୟାରେଣ୍ଟି ମିଳୁଛି। ଏହି ସ୍କିମ ଦ୍ବାରା ଆପଣଙ୍କୁ ଆୟକର ଅଧିନିୟମ ଦ୍ବାରା ସେକ୍ସନ ୮୦ସି ଦ୍ବାରା ଟିକସ ଛାଡ଼ ର ମଧ୍ୟ ଲାଭ ମିଳିବ। ଏଥିପାଇଁ ସରକାରୀ ବ୍ୟାଙ୍କରେ ଆପଣଙ୍କୁ ଖାତା ଖୋଲିବାକୁ ପଡ଼ିବ। ଏହି ସ୍କିମର ଗୋଟିଏ ଖାସ କଥା ହେଲା କି ଯଦି ୬୦ବର୍ଷ ପୂର୍ବରୁ କିମ୍ବା ପରେ ହୋଲ୍ଡରଙ୍କ ମୃତ୍ୟୁ ହୋଇଯାଉଛି ତେବେ ପେନସନର ଟଙ୍କା ତାଙ୍କ ପତ୍ନୀଙ୍କୁ ମିଳିବ। ଯଦି ସ୍ବାମୀ ସ୍ତ୍ରୀ ଦୁହିଁଙ୍କ ମୃତ୍ୟୁ ହୋଇଯାଏ ତେବେ ନୋମିନୀଙ୍କୁ ମିଳିବ।

ଏହି ସ୍କିମ୍ ଦ୍ବାରା ଯଦି ଆପଣ ୧୮ ବର୍ଷ ବୟସରେ ଖାତା ଖୋଲିବା ପରେ ପ୍ରତି ମାସ ୨୧୦ ଟଙ୍କା ଜମା କରୁଛନ୍ତି। ତେବେ ୨୧୦ ଟଙ୍କା ପ୍ରତି ମାସର କାର୍ଯ୍ୟକାଳ ଦେଖିବା ତ ଆପଣଙ୍କୁ ପ୍ରତି ବର୍ଷ ୨୫୨୦ ଟଙ୍କା ଜମା କରିବାକୁ ପଡ଼ିବ।  ଏହାର ମୂଲ୍ୟ ଆପଣଙ୍କୁ ୬୦ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସ ଜମା କରିବାକୁ ପଡ଼ିବ। ​‌ଯେମିତି ହିଁ ଆପଣ ୬୦ ବର୍ଷ ବୟସ ପାର କରିବେ ସେହି ସମୟରୁ ଆପଣଙ୍କ ଖାତାରେ ୫ହଜାର ଟଙ୍କା ପ୍ରତି ମାସ ପେସନସ ଆକାରରେ ଆସିବ। ବର୍ଷିକିଆ ହିସାବରେ ଦେଖିବାକୁ ଗଲେ ଏହି ମୂଲ୍ୟ ଅର୍ଥାତ୍ ୬୦ ହଜାର ଟଙ୍କା ଆପଣଙ୍କୁ ପେନସର ଜରିଆରେ ହିଁ ମିଳିବ। ଏହି ପ୍ରକାରରେ ଆପଣଙ୍କ ଠାରୁ ମୋଟ ୧.୦୫ ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ୍ କରାଯାଉଛି। ୬୦ ବର୍ଷ ପରେ ପୁରା ଜୀବନ ଅର୍ଥାତ୍ ପ୍ରତି ବ​‌ର୍ଷ ୬୦ହଜାର ଟଙ୍କା ପାଇବେ।

ଏହି ସ୍କିମ ଦ୍ବାରା ଆପଣଙ୍କ ପାଖରେ ଇନଭେଷ୍ଟମେଣ୍ଟ୍ କରିବାର ଦୁଇଟି ବିକଳ୍ପ ରହିଛି। ଆପଣଙ୍କ ପାଖରେ ତିନି ମାସ ଏବଂ ଛଅ ମାସ ହିସାବରେ ଇନଭେଷ୍ଟମେଣ୍ଟ୍ କରିବାର ବିକଳ୍ପ ରହିଛି। ଯଦି ଆପଣ ତିନି ମାସ ହିସାବରେ ଟଙ୍କା ଜମା କରୁଛନ୍ତି ତେବେ ଆପଣଙ୍କୁ ପ୍ରତି ତିନି ମାସରେ କେବଳ ୬୨୬ ଟଙ୍କା ଦେବାକୁ ପଡ଼ିବ। ସେହି ଛଅମାସ ହିସାବରେ ଆପଣଙ୍କୁ ପ୍ରତି ଛଅ ମାସରେ ୧୨୩୯ ଟଙ୍କା ଦେବାକୁ ପଡ଼ିବ। ୧୮ବର୍ଷ ଆରମ୍ଭରେ ହୋଇଥିବା ଇନଭେଷ୍ଟମେଣ୍ଟ୍ ହିସାବରେ ଆପଣଙ୍କୁ ୪୨ବର୍ଷ ପର୍ଯ୍ୟନ୍ତ ଇନଭେଷ୍ଟମେଣ୍ଟ୍ କରିବାକୁ ପଡ଼ିବ। ଯେଉଁଥିରେ ଆପଣଙ୍କୁ କେବଳ ୧.୦୫ ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ୍ କରିବାକୁ ପଡ଼ିବ। ଆପଣଙ୍କୁ ଏହି କଥା ଧ୍ୟାନରେ ରଖିବାକୁ ହେବ ଯେ,  ଆପଣ କେତେ ବର୍ଷ ବୟସରେ ଏହି ସ୍କିମ ଦ୍ବାରା ଇନଭେଷ୍ଟମେଣ୍ଟ୍ କରୁଛନ୍ତି। ଏହା ସହିତ ହିସାବ କରିବେ କି ଆପଣଙ୍କୁ ପ୍ରତି ମାସ କେତେ ଇନଭେଷ୍ଟମେଣ୍ଟ୍  କରିବାକୁ ପଡ଼ିବ। ଏହି ସ୍କିମ ବିଷୟରେ ଅଧିକ ଜାଣିବାକୁ ହେଲେ ଅଟଳ ପେନସନ ଯୋଜନା ଓ୍ବେବସାଇଟକୁ ଯାଇ ତଥ୍ୟ ସଂଗ୍ରହ କରିପାରିବେ।
 

 

   ସମ୍ବନ୍ଧିତ ଖବର


ଏଥର ଦୀପାବଳିରେ ବାଣ ଫୁଟିବ ତ ? ବାଣ ମଗାଇବେ କି’ ନାହିଁ ଦ୍ୱନ୍ଦ୍ୱରେ ହୋଲ୍‌ସେଲ୍‌ ବ୍ୟବସାୟୀ

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର

ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ସରକାର ଆଣୁଛନ୍ତି ଏହି ନୂଆ ଯୋଜନା

ବିଦେଶୀ କମ୍ପାନୀର ସେୟାରରେ ପଇସା ଲଗାଇବା ହେଲା ସହଜ, ଆଉ କରନ୍ତୁନି ବିଳମ୍ବ

ଶସ୍ତା ହେଲା ସୁନା-ରୂପା, ଜାଣନ୍ତୁ ନୂଆ ଦାମ୍

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ