ଡେପୁଟି କଲେକ୍ଟରଙ୍କ ବିରୋଧରେ

ଝାରସୁଗୁଡ଼ା : ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଶରତ କୁମାର ବାଗଙ୍କ ବିରୋଧରେ ପତ୍ନୀ ଡୋଲିଆ ଦେବନାଥ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ସେ ଏନେଇ ଗତ ଶନିବାର ଝାରସୁଗୁଡ଼ା ବିଟିଏମ୍‌ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଡେପୁଟି କଲେକ୍ଟର୍‌ ଶରତ ବାଗ ମାଡ଼ପିଟ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଡୋଲିଆ ଅଭିଯୋଗରେ ଦର୍ଶାଇଛନ୍ତି ।

ଡୋଲିଆଙ୍କ ଅଭିଯୋଗ ମତେ ସ୍ୱାମୀ ଶରତ ତାଙ୍କୁ ମାଡ଼ପିଟ କରିବା ସହ ଅନ୍ୟ ଏକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି । ଗତ ଶନିବାର ଅପରାହ୍ନରେ ଶରତ, ଭାଇ ସୁରେଶ ବାଗ, ସାଙ୍ଗ ଅଞ୍ଜଳି ବାଗ ଓ ମନୋଜ ବିଶି ଏକ ଗାଡ଼ିରେ କୁଆଡ଼େ ଯାଉଥିବା ଡୋଲିଆ ଖବର ପାଇଥିଲେ । ଫଳରେ ସେମାନଙ୍କୁ ଡୋଲିଆ ପିଛା କରିଥିଲେ । ଶରତ ଓ ତାଙ୍କ ସାଙ୍ଗମାନେ ଏକ ମଦ ଦୋକାନରୁ ମଦ ଓ ଏକ ଢାବାରୁ ଖାଇବା ସାମଗ୍ରୀ ନେଇ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ସମ୍ମୁଖରେ ଥିବା ଏକ ଘରକୁ ଯାଇଥିଲେ । ସେଠାରେ ସେମାନେ ମଦ୍ୟପାନ କରୁଥିବା ସମୟରେ ଡୋଲିଆ ହଠାତ୍‌ ଘର ଭିତରକୁ ପଶିବା ପରେ ସ୍ୱାମୀ ଶରତ, ଅଞ୍ଜଳି, ସୁରେଶ ଓ ମନୋଜ ତାଙ୍କୁ ମାଡ଼ପିଟ କରିଥିଲେ । ସେମାନେ ଲୁହା ରଡ଼ରେ ମାରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏହାସହ ଅଞ୍ଜଳି ଏକ ବନ୍ଧୁକ ବାହାର କରି ଜୀବନରେ ମାରିଦେବି ବୋଲି କହିଥିଲେ । କୌଶଳକ୍ରମେ  ଡୋଲିଆ ସେଠାରୁ ଖସି ଆସିବା ସହ ବିଟିଏମ୍‌ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଏହାସହ ସେ ଆଜି ଏସ୍‌ପିଙ୍କୁ ଦେଖା କରିବା ପାଇଁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ।

ଡୋଲିଆ କହିଛନ୍ତି ଶରତଙ୍କ ସହ ତାଙ୍କର ବଲାଙ୍ଗୀର କୋର୍ଟରେ ୨୦୦୬ ମସିହା ମାର୍ଚ୍ଚ ମାସ ୬ ତାରିଖ ବିବାହ ହୋଇଥିଲା । ତାଙ୍କର ତିନୋଟି କନ୍ୟା ସନ୍ତାନ ଥିବାବେଳେ ସ୍ୱାମୀ ଅନ୍ୟ ମହିଳା ସହ ଅନୈତିକ ସମ୍ପର୍କ ରଖିବା ସହ ମଦ୍ୟପାନ କରି ତାଙ୍କୁ ମାଡ଼ପିଟ କରୁଛନ୍ତି । ଫଳରେ ତାଙ୍କ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି । ଏନେଇ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ପଚାରିବାରୁ ତାଙ୍କ ପତ୍ନୀ ଏମିତି ଅନେକ ଥର ମିଥ୍ୟା ଅଭିଯୋଗ କରି ଆସିଛନ୍ତି । ଏବେ ତାଙ୍କ ଉପରେ କରୁଥିବା ଅଭିଯୋଗ ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ଏହାତ ତଦନ୍ତ ହେଲେ ସବୁ ଜଣାପଡ଼ିବ ଓ ଏହାର ତଦନ୍ତ କରାଯାଉ ବୋଲି ଶ୍ରୀ ବାଗ ଗଣମାଧ୍ୟମକୁ ଜଣାଇଛନ୍ତି । ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

   ସମ୍ବନ୍ଧିତ ଖବର


ବିଶ୍ୱ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରିଙ୍କୁ, ଯୋଗାସନରେ କଲେ ନୂଆ ରେକର୍ଡ

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ପିଟି ହୋଇ ବାଇକ ଆରୋହୀ ମୃତ…

ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ଭଗାମୁଣ୍ଡାରେ କଣ୍ଟେନର ସହ ଟ୍ରକ ମୁହାଁ-ମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କରୋନା