ରାଜନେତାଙ୍କ ନିବେଶ ପ୍ରୀତି; ୮ଜଣ ପ୍ରାର୍ଥୀଙ୍କ ନିବେଶ ସମ୍ପର୍କରେ ଏକ ବିଶେଷ ଉପସ୍ଥାପନା…

ସମ୍ପ୍ରତି ନିର୍ବାଚନ ମାହୋଲ। ଚର୍ଚ୍ଚାରେ ରାଜନେତା, ସେମାନଙ୍କ ସମ୍ପତ୍ତି ତାଲିକା ଆଉ ନିବେଶ ପୋର୍ଟଫୋଲିଓ। କିଏ ରିୟଲ ଇଷ୍ଟେଟ୍, କିଏ ଷ୍ଟକ୍ ଆଉ କିଏ ସ୍ଥାୟୀ ଜମାରେ ନିବେଶ କରିଛନ୍ତି। ସେ ଯାହା ବି ହେଉ ନିବେଶ ପ୍ରୀତି ସବୁ ରାଜନୀତିଜ୍ଞ ମଧ୍ୟରେ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୮ଜଣ ପ୍ରାର୍ଥୀଙ୍କ ନିବେଶ ପୋର୍ଟଫୋଲିଓକୁ ନେଇ ଏକ ବିଶେଷ ଉପସ୍ଥାପନା…

ଶଶି ଥରୁର (କଂଗ୍ରେସ), ନିର୍ବାଚନ କ୍ଷେତ୍ର:ଥିରୁଅନନ୍ଥପୁରମ(କେରଳ), ନେଟ୍‌ ସମ୍ପତ୍ତି:୩୫ କୋଟି
ଶଶି ଥରୁର୍‌ଙ୍କ ମୋଟ ସମ୍ପତ୍ତି ମଧ୍ୟରୁ ୧୫.୮%( ୫.୫୨ କୋଟି ଟଙ୍କା) ନଗଦ ଆକାରରେ ରହିଛି, ଯାହାକୁ ଆମେ ଏକ ବିଚାରହୀନ ନିଷ୍ପତ୍ତି କହିପାରିବା । ମୋଟ ସମ୍ପତ୍ତି ମଧ୍ୟରୁ ୩୬.୮%(୧୨.୮୭ କୋଟି ଟଙ୍କା) ମ୍ୟୁଚୁଆଲ ଫଣ୍ଡରେ ରହିଛି । ଏଠାରେ ବର୍ଣ୍ଣନା କରାଯାଇଥିବା ଅନ୍ୟ ରାଜନେତାଙ୍କ ତୁଳନାରେ ଏହା ନିଶ୍ଚିତ ଭାବେ ଅଧିକ । ରିୟଲ୍‌ ଇଷ୍ଟେଟ୍‌ରେ ତାଙ୍କର ନିବେଶ ପରିମାଣ ମାତ୍ର ୨.୮% (୧ କୋଟି ଟଙ୍କା)ରହିଛି । ଏହା ଅନ୍ୟମାନଙ୍କ ତୁଳନାରେ କମ୍‌ ।

ନକୁଳ ନାଥ (କଂଗ୍ରେସ), ନିର୍ବାଚନ କ୍ଷେତ୍ର:ଛିନ୍ଦୱାରା(ମଧ୍ୟ ପ୍ରଦେଶ), ନେଟ୍‌ ସମ୍ପତ୍ତି:୬୫୬.୮ କୋଟି
କଂଗ୍ରେସ ନେତା କମଳ ନାଥଙ୍କ ପୁଅ ନକୁଳ ନାଥଙ୍କ ସମ୍ପତ୍ତି ତାଲିକା ବଳିଷ୍ଠ ରହିଛି । ନେଟ୍‌ ସମ୍ପତ୍ତି ୬୫୬.୮ କୋଟି ଟଙ୍କା । ବିଭିନ୍ନ କମ୍ପାନିର ସେୟାର ରଖିଥିବା ଏକ ଟ୍ରଷ୍ଟର ସେ ଜଣେ ହିତାଧିକାରୀ । ରିୟଲ ଇଷ୍ଟେଟ୍‌ ଆକାରରେ ତାଙ୍କର ୬.୩%(୪୧.୭୭ କୋଟି ଟଙ୍କା) ସମ୍ପତ୍ତି ରହିଛି । ନଗଦ ପରିମାଣ ମାତ୍ର ୧.୪%(୮.୪୮ କୋଟି ଟଙ୍କା । ୭୮.୪୫ ଲକ୍ଷ ଟଙ୍କାର ସୁନା ସେ ରଖିଛନ୍ତି । ଇକ୍ୱିଟିରେ ୪.୩୯ କୋଟି ଟଙ୍କା ନିବେଶ କରିଛନ୍ତି ।

କାନିମୋଝି କରୁଣାନିଧି (ଡିଏମ୍‌କେ), ନିର୍ବାଚନ କ୍ଷେତ୍ର:ଥୁଥୁକୁଡି(ତାମିଲନାଡୁ), ନେଟ୍‌ ସମ୍ପତ୍ତି:୨୮.୧୫ କୋଟି
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧିଙ୍କ ଝିଅ କାନିମୋଝି ରିୟଲ୍‌ ଇଷ୍ଟେଟ୍‌ରେ ମୋଟ ସମ୍ପତ୍ତିର ୨୯.୬%(୮.୯୨ କୋଟି ଟଙ୍କା) ନିବେଶ କରିଛନ୍ତି । ଇକ୍ୱିଟିରେ ନିବେଶ ପରିମାଣ ମାତ୍ର ୨.୧ କୋଟି ଟଙ୍କା ରହିଛି । ନଗଦ ଆକାରରେ ସେ ୧.୧୮ କୋଟି ଟଙ୍କା ରଖିଛନ୍ତି ।

ରାହୁଲ ଗାନ୍ଧୀ (କଂଗ୍ରେସ), ନିର୍ବାଚନ କ୍ଷେତ୍ର:ଆମେଥି (ଉତ୍ତରପ୍ରଦେଶ), ୱାୟନାଡ(କେରଳ), ନେଟ୍‌ ସମ୍ପତ୍ତି:୧୫.୧୬ କୋଟି
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିବେଶ କ୍ଷେତ୍ରରେ ଇକ୍ୱିଟି ଏବଂ ରିୟଲ ଇଷ୍ଟେଟ୍‌କୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ତାଙ୍କର ମୋଟ ସମ୍ପତ୍ତି ମଧ୍ୟରୁ ରିୟଲ ଇଷ୍ଟେଟ୍‌ର ଭାଗ ସର୍ବାଧିକ ୬୩.୪% ରହିଛି । ଏହା ପଛକୁ ୩୩% ସେ ଇକ୍ୱିଟିରେ ନିବେଶ କରିଛନ୍ତି । ୫.୧୯ କୋଟି ଟଙ୍କା ସେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଛନ୍ତି । ତାଙ୍କର ମୋଟ୍‌ ସମ୍ପତ୍ତି ମଧ୍ୟରୁ ୦.୭% (୧୧.୩୩ ଲକ୍ଷ ଟଙ୍କା )ସେ ନଗଦ ଆକାରରେ ରଖିଛନ୍ତି । ୦.୧%(୨.୯୧ କୋଟି ଟଙ୍କା) ସୁନା ଗହଣାରେ ସେ ନିବେଶ କରିଥିବା ତାଙ୍କ ଘୋଷଣାପତ୍ରରୁ ଜଣାଯାଇଛି । ଏଠାରେ ବିବରଣୀ ପ୍ରଦାନ କରାଯିବାକୁ ଥିବା ଅନ୍ୟ ପ୍ରାର୍ଥୀମାନଙ୍କ ତୁଳନାରେ ଗାନ୍ଧିଙ୍କ ନେଟ୍‌ ସମ୍ପତ୍ତି ଯଥେଷ୍ଟ କମ୍‌ । ତାଙ୍କର ଋଣ ପରିମାଣ ୭୨.୦୧ ଲକ୍ଷ ଟଙ୍କା । ଏଥିମଧ୍ୟରୁ ୩୯.୮ ଲକ୍ଷ ଟଙ୍କାର ଋଣ ସେ ପିପିଏଫ୍‌ ଆକାଉଣ୍ଟ ଜରିଆରେ ନେଇଛନ୍ତି ।

ହେମା ମାଳିନୀ (ଭାଜପା), ନିର୍ବାଚନ କ୍ଷେତ୍ର: ମଥୁରା (ଉତ୍ତରପ୍ରଦେଶ), ନେଟ୍ ସମ୍ପତ୍ତି: ୧୦୮.୫୯ କୋଟିଡ୍ରିମ୍‌ ଗାର୍ଲ ହେମାଙ୍କ ସମ୍ପତ୍ତି ପୋର୍ଟଫୋଲିଓ ମଜଭୂତ ରହିଛି । ତାଙ୍କର ନେଟ୍‌ ସମ୍ପତ୍ତି ପରିମାଣ ହେଉଛି ୧୦୮.୫୯ କୋଟି ଟଙ୍କା । ଏଥିମଧ୍ୟରୁ ରିୟଲ ଇଷ୍ଟେଟ୍‌ ଭାଗ ସର୍ବାଧିକ ୮୮.୪%(ପାଖାପାଖି ୧୦୧ କୋଟି ଟଙ୍କା) ରହିଛି । ମୋଟ୍‌ ସମ୍ପତ୍ତି ମଧ୍ୟରୁ ତାଙ୍କର ଇକ୍ୱିଟି ପୋର୍ଟଫୋଲିଓ ମାତ୍ର ୦.୨%(୨୬.୩୯ ଲକ୍ଷ ଟଙ୍କା) ରହିଛି । ୨.୯୧ କୋଟି ଟଙ୍କାର ସୁନା ହେମାଙ୍କ ପାଖରେ ଅଛି । ନଗଦ ଆକାରରେ ହେମା ୭୮.୮୩ ଲକ୍ଷ ଟଙ୍କା ରଖିଛନ୍ତି । ଋଣ ପରିମାଣ ୫.୭୫ କୋଟି ଟଙ୍କା ରହିଛି ।

ମେହେବୁବା ମୁଫ୍‌ତି (ପିଡିପି), ନିର୍ବାଚନ କ୍ଷେତ୍ର:ଅନନ୍ତନାଗ(ଜମ୍ମୁ କାଶ୍ମୀର), ନେଟ୍‌ ସମ୍ପତ୍ତି:୮୮.୧୩ ଲକ୍ଷ
ପିଡିପି ସଭାପତି ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫ୍‌ତିଙ୍କ ସମ୍ପତ୍ତି ଏଠାରେ ଉଲ୍ଲେଖ କରାଯାଇଥିବା ସମସ୍ତ ରାଜନେତାଠାରୁ କମ୍‌ । ସମ୍ପତ୍ତିର ୬୨.୪%(୫୫ ଲକ୍ଷ ଟଙ୍କା) ସେ ରିୟଲ ଇଷ୍ଟେଟ୍‌ରେ ନିବେଶ କରିଛନ୍ତି । ନଗଦ ଆକାରରେ ତାଙ୍କ ପାଖରେ ୩୩.୧୩ ଲକ୍ଷ ଟଙ୍କା ରହିଛି । ବ୍ୟାଙ୍କରେ ଏସବୁ ନଗଦକୁ ଅଚଳ ଭାବରେ ପକାଇବା ଅପେକ୍ଷା ଏହାକୁ ସେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି ଭଲ ରିଟର୍ଣ୍ଣ ପାଇପାରିଥାନ୍ତେ ।

ଜୟପ୍ରଦା (ଭାଜପା), ନିର୍ବାଚନ କ୍ଷେତ୍ର:ରାମପୁର(ଉତ୍ତରପ୍ରଦେଶ), ନେଟ୍‌ ସମ୍ପତ୍ତି:୨୬.୨୧ କୋଟି
ଅଭିନେତ୍ରୀରୁ ରାଜନୀତିଜ୍ଞ ପାଲଟିଥିବା ଜୟପ୍ରଦା ନହତାଙ୍କ ମଧ୍ୟରେ ରିୟଲ ଇଷ୍ଟେଟ୍‌ ଏବଂ ନଗଦ ପ୍ରୀତି ରହିଛି । ରିୟଲ୍‌ ଇଷ୍ଟେଟ୍‌ ଆକାରରେ ତାଙ୍କର ୬୭%(୧୮.୬୫ କୋଟି ଟଙ୍କା)ସମ୍ପତ୍ତି ରହିଛି । ତାଙ୍କ ପାଖରେ ନଗଦ ପରିମାଣ ୫୬.୨୪ ଲକ୍ଷ ଟଙ୍କା ରହିଛି । ଏହାକୁ ଯଦି ସେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଥାନ୍ତେ ତା’ହେଲେ ଭଲ ରିଟର୍ଣ୍ଣ ପାଇଥାନ୍ତେ । ଇକ୍ୱିଟିରେ ତାଙ୍କର ନିବେଶ ପରିମାଣ ୩.୧%(୮୪.୮୨ ଲକ୍ଷ ଟଙ୍କା) ରହିଛି । ଜୟପ୍ରଦାଙ୍କ ଉପରେ ଋଣ ବୋଝ ୧.୭ କୋଟି ଟଙ୍କା ରହିଛି ।

ବୈଜୟନ୍ତ ପଣ୍ଡା (ଭାଜପା), ନିର୍ବାଚନ କ୍ଷେତ୍ର:କେନ୍ଦ୍ରାପଡ଼ା(ଓଡ଼ିଶା), ନେଟ୍‌ ସମ୍ପତ୍ତି:୪୭.୭୦ କୋଟି
ଓଡ଼ିଶାର ଏହି ପୁରୁଖା ରାଜନୀତିଜ୍ଞଙ୍କ ସମ୍ପତ୍ତି ତାଲିକା ଅତ୍ୟନ୍ତ ସନ୍ତୁଳିତ । ଆର୍ଥିକ ବଜାରରେ ନିବେଶ କରିବାରେ ସେ ରୁଚି ରଖନ୍ତି । ଇକ୍ୱିଟିରେ ତାଙ୍କର ନିବେଶ ପରିମାଣ ୨୭.୧୨ କୋଟି ଟଙ୍କା ରହିଛି । ଏହା ତାଙ୍କ ମୋଟ ସମ୍ପତ୍ତିର ୫୬.୮% । ରିୟଲ ଇଷ୍ଟେଟ୍‌ରେ ତାଙ୍କର ନିବେଶ ପରିମାଣ ୨୬.୨% ଅର୍ଥାତ ୧୨.୪୭ କୋଟି ଟଙ୍କା ରହିଛି । ମାତ୍ର ୦.୬%(୨୮.୯୧ ଲକ୍ଷ ଟଙ୍କା)ର ନଗଦ ଏବଂ ୦.୧%(୬.୪୬ ଲକ୍ଷ ଟଙ୍କା)ର ସୁନା ସେ ରଖିଛନ୍ତି ।

   ସମ୍ବନ୍ଧିତ ଖବର


ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା