ଅଜିତ ପାଓ୍ୱାର ସରକାର ଗଠନ ପାଇଁ ଆମ ସହ ଯୋଗାଯୋଗ କରିଥିଲେ: ଦେବେନ୍ଦ୍ର ଫଡନାବୀସ

ମୁମ୍ବାଇ, ୮|୧୨:  ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଏନସିପି ନେତା ଅଜିତ ପାଓ୍ୱାରଙ୍କ ସହ ହଠାତ ସରକାର ଗଠନ ବାବଦରେ ମୁହଁ ଖୋଲିଛନ୍ତି। ଏନସିପି ମୁଖ୍ୟ ଶରଦ ପାଓ୍ୱାରଙ୍କ ସହମତିରେ ଅଜିତ ସରକାର ଗଠନ କରିବା ପାଇଁ ବିଜେପି ସହ ଯୋଗାଯୋଗ କରିଥିଲେ ବୋଲି ଫଡନାବୀସ କହିଛନ୍ତି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫଡନାବୀସ କହିଛନ୍ତି ଯେ, ଅଜିତ ୫୪ଜଣ ବିଧାୟକଙ୍କ ସମର୍ଥନ ମିଳିବା ନେଇ ବିଜେପିକୁ କହିଥିଲେ। ଏପରି କେତେକ ବିଧାୟକ ଫୋନରେ କଥା ମଧ୍ୟ ହୋଇଥିଲେ। କିନ୍ତୁ ଏହା ବୁମେରାଂ ପାଲଟିଥିଲା। ଅଜିତ ପ୍ରଥମେ ଶିବସେନା ଓ କଂଗ୍ରେସ ସହ ସରକାର ଚଳାଇପାରିବେ ନାହିଁ ବୋଲି କହିଥିଲେ। ତେଣୁ ସେ ବିଜେପି ସହ ମିଳିତ ସରକାର ଗଠନ କରିବାକୁ ଚାହିଁଥିଲେ। ଏଥିପାଇଁ ଶରଦ ପାଓ୍ୱାରଙ୍କ ସହ ସମସ୍ତ ଆଲୋଚନା ହୋଇସାରିଛି ଓ ସେ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି ଅଜିତ କହିଥିଲେ। ତେବେ ଏହି ଭରସା ବିଜେପି ପାଇଁ ଭୁଲ ସାବ୍ୟସ୍ତ ହେଲା ବୋଲି ଫଡନାବୀସ ମାନିଛନ୍ତି।

ଶରଦ ପାଓ୍ୱାରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ମିଳିଥିବା ପ୍ରସ୍ତାବ ଉପରେ ସମୟ ଆସିଲେ ଜବାବ ଦେବେ ବୋଲି ଫଡନାବୀସ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜେପି କାହା ସହ ଡିଲ୍ କରେ ନାହିଁ। ଯଦି ଏପରି ହୋଇଥାନ୍ତା ତେବେ କୌଣସି ଦଳ ସହ ଅଢେଇ ବର୍ଷ ସରକାର ଗଠନ କରିବାକୁ ଦଳ ରାଜି ହୋଇଥାନ୍ତା। ତେବେ ଉଦ୍ଧବ ଠାକରେଙ୍କ ସହ ତାଙ୍କର ପୂର୍ବଭଳି ବ୍ୟକ୍ତିଗତ ସମ୍ପର୍କ ଭଲଥିବା ସେ କହିଛନ୍ତି।

   ସମ୍ବନ୍ଧିତ ଖବର


ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ୟୁପିର କାନପୁରରେ ପ୍ରସ୍ତୁତ ହେବ ଯବାନଙ୍କ ପାଇଁ ନାଇଟ୍ ଭିଜନ ଉପକରଣ