ପତ୍ନୀଙ୍କୁ ନିସ୍ତୁକ ମାଡ଼ ମାରୁଥିବା ବେଳେ ଡିଜିଙ୍କ ଭିଡିଓ ଭାଇରାଲ, ଅନ୍ୟ ମହିଳା ସହ ସମ୍ପର୍କ ବେଳେ ଧରିଥିଲେ ସ୍ତ୍ରୀ

ଭୋପାଳ୨୮।୯: ବରିଷ୍ଠ ଆଇପିଏଏସ ଅଧିକାରୀ ପୁରୁଷତ୍ତୋମ ଶର୍ମା ପୁଣିଥରେ ବିବାଦରେ। ମଧ୍ୟ ପ୍ରଦେଶର ସ୍ବେଶାଲ ଡିଜି ପୁରୁଷୋତ୍ତମଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ପୁରୁଷୋତ୍ତମ ଶର୍ମା ଜଣେ ମହିଳାଙ୍କୁ ତଳେ ପକାଇ ନିସ୍ତୁକ ମାଡ ମାରୁଛନ୍ତି। ଏହା ସହିତ ଅତି ଖରାପ ଭାଷାରେ ଗାଳି ଗୁଲଜ କରୁଛନ୍ତି।  ତେବେ ଏହି ମହିଳା ଜଣକ ଆଉ କେହି ନୁହନ୍ତି, ସେ ହେଲେ ତାଙ୍କର ପତ୍ନୀ। ନିଜର ପତ୍ନୀଙ୍କୁ ଅତି ନିର୍ମମ ଭାବରେ ମାଡ ମାରୁଛନ୍ତି। କୁହାଯାଉଛି  ଯେ, ପୁରୁଷୋତ୍ତମଙ୍କୁ  ବାହାରେ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ପତ୍ନୀ ଆପତ୍ତିଜନକ ଅବସ୍ଥାରେ ଧରିନେଇଥିଲେ। ଘରୁ ଆସିବା ପରେ ଡିଜି ଓ ତାଙ୍କ ପତ୍ନୀଙ୍କ ଭିତରେ ବିବାଦ ହୋଇଥିଲା। ଏହାପରେ ରାଗରେ ଡିଜିପି ଜଣକ ନିଜ ପତ୍ନୀଙ୍କୁ ନିସ୍ତୁକ ମାଡ ମାରିଥିଲେ। ମାଡ ମାରିବା ଭିଡିଓ ସାମ୍ନାକୁ ଆସିବା ପରେ ଶିବରାଜ ସରକାର ସ୍ୱତନ୍ତ୍ର ଡିଜି ପୁରୁଷୋତ୍ତମ ଶର୍ମାଙ୍କୁ ପଦରୁ ହଟାଇ ଗୃହ ବିଭାଗ ସହିତ ଆଟାଚ୍ କରିଛନ୍ତି।

ଏ ସମ୍ପର୍କରେ ପୁରୁଷୋତ୍ତମ ଶର୍ମାଙ୍କ ପୁଅ ଡିଜିପିଙ୍କ ନିକଟରେ ଅଭିଯୋଗ କରିବା ସହ ଭାଇରାଲ ଭିଡିଓକୁ ତାଙ୍କ ନିକଟକୁ ପଠାଇଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି, ପାଖରେ ଥିବା କିଛି ଲୋକ ତାଙ୍କ ପତ୍ନୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଡିଜି କାହା କଥା ଶୁଣିନଥିଲେ। ଉଦ୍ଧାର କରୁଥିବା ସମସ୍ତ ଲୋକମାନେ ତାଙ୍କର ଘରର ଷ୍ଟାଫ୍। ଏହି ମାମଲା ପରେ ଡିଜିଙ୍କ ପୁଅ ପାର୍ଥ ଶର୍ମା ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର, ଡିଜିପି ଓ ଅନ୍ୟ ପୋଲିସ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି। ସେ ବଡ ଅଧିକାରୀଙ୍କୁ ମଧ୍ୟ ଏହି ଭିଡିଓ ରେକର୍ଡିଂ ପଠାଇଛନ୍ତି। ଉଲ୍ଲେଖନୀୟ ଯେ, ପାର୍ଥ ଶର୍ମା ମଧ୍ୟ ନିଜେ ଜଣେ ଆଇଆରଏସ୍ ଅଧିକାରୀ। ପୁରୁଷୋତ୍ତମ ନିଜ ସ୍ତ୍ରୀକୁ ମାଡ ମାରୁଥିବା କଥା ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି। ସେ କହିଛନ୍ତି ମୋ ପତ୍ନୀ ସବୁବେଳେ ମୋ ଉପରେ ନଜର ରଖୁଥିଲେ।

ଉଲ୍ଲେଖନୀୟ ଯେ, ଏହା ପ୍ରଥମ ଘଟଣା ନୁହେଁ, ଯେତେବେଳେ ଡିଜି ପୁରୁଷୋତ୍ତମ ବିବାଦର ପରିସରକୁ ଆସିଛନ୍ତି। ପୂର୍ବରୁ ସେ ହନିଟ୍ରାପ୍ ଅଭିଯୋଗରେ ଘେରି ହୋଇଥିଲେ। ସେତେବେଳେ ପୁରୁଷୋତ୍ତମ ଶର୍ମା ଏସଟଏଫର ଡିଜି ଥିଲେ। ହନିଟ୍ରାପରେ ତାଙ୍କ ନାଁ ବାହାରିବା ପରେ ପୁରୁଷତ୍ତୋମ ରାଜ୍ୟର ଡିଜିପି ଭିକେ ସିଂଙ୍କ ଉପରେ ଅଭିଯୋଗ ଲଗାଇଥିଲେ, ସେ ତାଙ୍କୁ ଏହି ମାମଲାରେ ଫଶାଉଛନ୍ତି। ପରେ ଦୁଇ ବରିଷ୍ଠ ଅଧିକାରୀଙ୍କ ବିବାଦ ଆହୁରି ବଢି ଯାଇଥିଲା।

   ସମ୍ବନ୍ଧିତ ଖବର


ଏଥର ଶୀତରେ ଥରିବ ଓଡ଼ିଶା, ଲା-ନିନା ପ୍ରଭାବରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ନେଇ ପ୍ରାକ୍‌ ଆକଳନ

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି