ଡିଜିପିଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଚିଠି, ନିର୍ବାଚନ ବେଳେ କୋଭିଡ୍ କଟକଣା ପାଳନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ଵର, ୨୦/୦୧ : ଡିଜିପିଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଚିଠି। ନିର୍ବାଚନ ବେଳେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ। ସବୁ ଜିଲ୍ଲାରେ ଡିଏସପି ରାଙ୍କ୍ ଅଫିସରଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ଵ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଆଗକୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଚଳଚଞ୍ଚଳ ହେଲାଣି ଗାଁ ଠୁ ସହର। କେତେକ ସ୍ଥାନରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ହେଉଛି। ଲୋକମାନେ ନିୟମ ନମାନି ସାଧାରଣ ସଭା କରୁଛନ୍ତି। ସେହିପରି ପ୍ରାର୍ଥୀମାନେ ମଧ୍ୟ ନିୟମ ନମାନି ଦଳଗତ ଭାବରେ ନିର୍ବାଚନ ପ୍ରଚାର କରୁଛନ୍ତି। ଯାହା ଫଳରେ ସଂକ୍ରମଣ ଆହୁରି ଅଧିକ ବଢିବା ସମ୍ଭାବନା ରହିଛି। ତେଣୁ ନିର୍ବାଚନ ସମୟରେ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ଡିଜିପିଙ୍କୁ ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।