ଭିଡିଓ କନ୍‌ଫରେନ୍ସିଂରେ ଡିଜିଙ୍କ କରୋନା ସମୀକ୍ଷା : ଚାଲିଚାଲି ଫେରୁଥିବା ପ୍ରବାସୀଙ୍କ ପାଇଁ ବସ୍‌ ବନ୍ଦୋବସ୍ତ କରିବ ପୁଲିସ୍

କଟକ,୧୩।୫: ବାହାର ରାଜ୍ୟରୁ ତଥା ଦୂରଦୂରାନ୍ତରୁ ଓଡ଼ିଶାକୁ ଚାଲିଚାଲି ଫେରୁଥିବା ଲୋକମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବସ୍‌ର ବନ୍ଦୋବସ୍ତ କରିବ ପୁଲିସ । ଏନେଇ ପୁଲିସ ଡିଜି ଶ୍ରୀ ଅଭୟ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରବାସୀଙ୍କ ପାଇଁ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟର ଏବଂ କରୋନା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍‌ କରିବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମଧ୍ୟ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ପ୍ରଭାବିତ ଜିଲ୍ଲାମାନଙ୍କରେ ସଂକ୍ରମଣଜନିତ ସ୍ଥିତିର ମୁକାବିଲା ସଂପର୍କରେ ଜିଲ୍ଲା ଏସ୍‌ପି ଏବଂ ଉପରିସ୍ଥ ଅଧିକାରୀମାନଙ୍କ ସହ ଡିଜି ଶ୍ରୀ ଅଭୟ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ଏହି ଅବସରରେ ଡିଜି କରେନା ସଂକ୍ରମଣ ସ୍ଥିତି ଓ ପୁଲିସ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ ସଂପର୍କରେ ସମୀକ୍ଷା କରିଥିଲେ । ବିଶେଷ କରି ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖିବା ଲାଗି ଡିଜି ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚାଲିଚାଲି ଆସୁଥିବା ପ୍ରବାସୀଙ୍କ ପାଇଁ ପୁଲିସ ବସ୍‌ ବନ୍ଦୋବସ୍ତ କରିବା ନେଇ ଆଲୋଚନା କରାଯାଇଥିଲା । ସେହିପରି ଲକ୍‌ଡାଉନ୍‌ କଟକଣା, କ୍ୱାରେଣ୍ଟାଇନ୍‌ରେ ଶୃଙ୍ଖଳା ରକ୍ଷା, ବଜାର ଘାଟରେ ସାମାଜିକ ଦୂରତା ରକ୍ଷା ଓ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଉପରେ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା ହୋଇଥିଲା ।

ଡିଜି ଶ୍ରୀ ଅଭୟଙ୍କ ଅଧ୍ୟକ୍ଷତାରେ ପୁଲିସ୍‌ ମୁଖ୍ୟାଳୟରେ ଆୟୋଜିତ ଏହି ଭିଡିଓ କନ୍‌ଫରେନ୍‌ସିଂରେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କୋଭିଡ୍‌-୧୯ ସମୀକ୍ଷା କରିଥିଲେ । ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ବ୍ରହ୍ମପୁର, ଗଞ୍ଜାମ, କୋରାପୁଟ, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ପୁଲିସ୍‌ ଜିଲ୍ଲାର ଏସ୍‌ପିଙ୍କ ସମେତ କେନ୍ଦ୍ରାଞ୍ଚଳ, ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ ଓ ଦକ୍ଷିଣ-ପଶ୍ଚିମାଞ୍ଚଳର ରେଞ୍ଜ ଆଇଜି, ଡିଆଇଜିମାନେ ମଧ୍ୟ ଏଥିରେ ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ ।

   ସମ୍ବନ୍ଧିତ ଖବର


ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…

ଓକିଲଗୁଡା ପଥର ଖାଦାନ ବିସ୍ଫୋରଣ ଘଟଣା : ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ ସସ୍‌ପେଣ୍ଡ

ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…

ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ରାସ୍ତାରେ ଝାଡୁମାରି ଚର୍ଚ୍ଚାରେ ଥିବା ଟ୍ରାଫିକ୍ କନେଷ୍ଟବଳଙ୍କୁ ସମ୍ବର୍ଦ୍ଦିତ କଲେ କମିଶନର…

ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ: ମୃତ୍ୟୁସଂଖ୍ୟା ୧୧୮୧କୁ ବୃଦ୍ଧି