ଲକ୍‌ଡାଉନ୍‌:ରାଜପଥର ପ୍ରତି ୨୦ କିଲୋମିଟରରେ ଖୋଲିବ ଢାବା ଓ ଗ୍ୟାରେଜ୍‌


ଭୁବନେଶ୍ୱର ମାର୍ଚ୍ଚ୨୭ – ଲକ୍‌ ଡାଉନ୍‌ ସମୟରେ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଣ ବନ୍ଦ ହେବ ନାହିଁ । ଏଥିପାଇଁ ଟ୍ରକ ଓ ଅନ୍ୟ ମାଲ୍‌ ପରିବହନ କରୁଥିବା ଗାଡି ଚଳାଚଳ କରିବ । ମାତ୍ର ଲକ୍‌ ଡାଉନ୍ ସମୟରେ ଢାବା , ଗ୍ୟାରେଜ୍‌ ଓ ଗାଡି ଯନ୍ତ୍ରାଶଂ ଦୋକାନ ବନ୍ଦ କରିଦିଆଯାଉଥିବାରୁ ମାଲ ପରିବହନ କରୁଥିବା ବିଭିନ୍ନ ଯାନବାହାନ ଏହାର ଡ୍ରାଇଭର ଓ ହେଲପର୍‌ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏବେ ଜାତୀୟ ଓ ରାଜ୍ୟ ରାଜପଥର ପ୍ରତି ୨୦ କିଲୋମିଟର ଦୂରରେ ଢାବା , ଗ୍ୟାରେଜ୍‌ ଓ ଗାଡି ଯନ୍ତ୍ରାଂଶ ଦୋକାନ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପତ୍ର ଲେଖିଛନ୍ତି ।

ମାଲ ଓ ଅତ୍ୟାବଶକୀୟ ସାମଗ୍ରୀ ପରିବହନ ପାଇଁ ପ୍ରତି ୨୦ କିଲୋମିଟରରେ ଯେପରି ଢାବା ଓ ଗ୍ୟାରେଜ୍‌ ଖୋଲା ରହି ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଢାବାରେ ଯେପରି ଗହଳି ନ ହେବ ଓ ମାଲ ପରିବହନ ସୁରୁଖୁରରେ ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ପତ୍ରରେ ଉଲ୍ଲେଖ କରାଯାଇଛି ।

ପ୍ରତି ୨୦ କିଲୋମିଟର ଭିତରେ କେଉଁ ଢାବା ଖୋଲିବ ତାହା ଆରଟିଓ ଓ ସିଏସଓଙ୍କ ମାଧ୍ୟମରେ ଚୟନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ନନ୍ଦନକାନନରେ ଶାଗୁଣା ମୃତ: ରଣପୁରରୁ ହୋଇଥିଲା ଉଦ୍ଧାର

ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ମାଗିଲେ ୯ ମିନିଟ… ସମର୍ଥନରେ ବଲିଉଡ୍‌ ସେଲିବ୍ରିଟି

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ବ୍ୟାଙ୍କ ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ମଦ କିଣା, ୧୯ ହଜାର ଠକିନେଲେ