PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ବିଚାରପତିଙ୍କୁ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟ ଖୋଲୁଛି ଗୁମର, ଜାଣନ୍ତୁ କିପରି ହୋଇଥିଲା ମୃତ୍ୟୁ?

https://www.telegraphindia.com

ଧାନବାଦ,୪।୮: ଝାଡଖଣ୍ଡର ଧାନବାଦ ଜିଲ୍ଲା ଏବଂ ସ୍ବତନ୍ତ୍ର ବିଚାରପତି ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ମାମଲାର ଗୁମର ଏବେ ଧୀରେ ଧୀରେ ଫିଟୁଛି। ଏହା ଭିତରେ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଯେଉଁଥିରେ ବିଚାରପତିଙ୍କ ଦାନ୍ତର ମାଢି ଓ ମୁଣ୍ଡର ହାଡର ଭାଙ୍ଗିଯାଇଛି। ସେଭଳି ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ଏହାଛଡା ଶରୀରର ତିନୋଟି ସ୍ଥାନରେ ଆଘାତ ଓ ୭ଟି ସ୍ଥାନରେ ଆଭ୍ୟନ୍ତରୀଣ ଆଘାତ ଲାଗିଛି।

ପୋଲିସ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ସ୍ପଷ୍ଟ କରିଛି ଯେ, ବିଚାରପତିଙ୍କ ମୁଣ୍ଡରେ ଆଘାତ ଲାଗିବା କାରଣରୁ ସେ ପଡିଯାଇଥିଲେ। ବ୍ରେନ୍‌ରେ ଗମ୍ଭୀର ଆଘାତ ଲାଗିଥିଲା। ପୋଲିସର କହିବା ଅନୁସାରେ, ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଆଗକୁ ତଦନ୍ତ କରାଯିବ। ହସ୍ପିଟାଲ ପକ୍ଷରୁ ପୋଲିସ ବ୍ୟତୀତ ଧନବାଦ ଡିସି ଓ ଏସଡିଏମ୍‌ଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ଦିଆଯାଇଛି।

ବିଚାରପତିଙ୍କ ହତ୍ୟା ମାମଲାରେ ପୋଲିସକୁ କୋର୍ଟ ଅଟୋ ଚାଳକ ଲଖନ ବର୍ମା ଓ ରାହୁଲ ବର୍ମାଙ୍କ  ୪ ପ୍ରକାର ଟେଷ୍ଟ କରିବାକୁ ଅନୁମତି ଦେଇଛି। ଏବେ ପୋଲିସ ଗିରଫ ଅଭିଯୁକ୍ତଙ୍କ ବ୍ରେନ ମ୍ୟାପିଂ, ନାର୍କୋ ଟେଷ୍ଟ ସହିତ ୪ ପ୍ରକାର ଟେଷ୍ଟ କରିବ। ସେଭଳି ଧନବାଦର ଏସଏସପି ସଞ୍ଜୀବ କୁମାର କହିଛନ୍ତି, ପୋଲିସ ବିଚାରପତିଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କର ୪ଟି ଟେଷ୍ଟ କରିବ।

ସମ୍ବନ୍ଧିତ ଖବର