PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ , ତାଙ୍କର ସହଯୋଗୀ ଓ ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ , ସହଯୋଗୀଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ , ବିଭିନ୍ନ କାଗଜପତ୍ର ମଧ୍ୟ ଜବତ କଲା ଭିଜିଲାନ୍ସ ଟିମ୍
  • ||
  • ଜମ୍ମୁ-କଶ୍ମୀରରେ ୨ ଅଣକାଶ୍ମୀରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ , ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର
  • ||
  • କଟକ ଜଗତପୁର ଶିଳ୍ପାଞ୍ଚଳରେ ଅଗରବତୀ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ , ଏସ୍ଏସ୍ ଏଣ୍ଟରପ୍ରାଇଜର୍ସ ନାମକ କାରଖାନାରେ ନିଆଁ , ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ , ଫ୍ୟାକ୍ଟ୍ରିରେ ତିଆରି ହେଉଥିଲା ମଙ୍ଗଲଦୀପ୍ ବ୍ରାଣ୍ଡର ଅଗରବତୀ
  • ||
  • ରାୟଗଡା ସହର ଉପକଣ୍ଠ ନାଗାବଳି ନଦୀରେ ପାରଳାଖେମୁଣ୍ଡି ସହରର ଦୁଇ ଜଣ ପର୍ଯ୍ୟଟକ ନିଖୋଜ ।
  • ||
  • ପାରଳାଖେମୁଣ୍ଡି : ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭରଙ୍କ ସମେତ ୫ ଆହତ
  • ||
  • ବ୍ରହ୍ମପୁର : ଗୋପାଳପୁର ବିଧାୟକ ଓ ସମର୍ଥକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ||
  • ଭୋଗରାଇ : ବେଳାଭୂମି ନିକଟ ହୋଟେଲରେ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍
  • ||
  • ଭୁବନେଶ୍ୱର : ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୨୮୫କୁ ବୃଦ୍ଧି
  • ||
  • ଚଣ୍ଡିଖୋଲ : ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୂ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବାଲିଗୁଡା : ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ତୁମୁଡିବନ୍ଧ ଠାରେ ଜାତୀୟ ରାଜପଥ ଅବରୋଧ, ମୁନିଗୁଡା ଓ ଭବାନୀପାଟନାକୁ ଯାତାୟତ ଠପ୍
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୩ ଦିନ ବର୍ଷା, ଆସନ୍ତାକାଲି ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷବ
  • ||
  • ଭୁବନେଶ୍ୱର : ଆଜିଠୁ ଓଜେଇଇ କାଉନ୍‌ସିଲିଂ, ୫ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟ ଆଲର୍ଟମେଣ୍ଟ
  • ||
  • ଅଲ୍‌ ଅମିରତ୍‌ : ଆଜିଠୁ ଟି-୨୦ ବିଶ୍ବକପ୍, ସଙ୍ଘର୍ଷପୂର୍ଣ୍ଣ ହେବ ବାଂଲାଦେଶ-ସ୍କଟ୍‌ଲାଣ୍ଡ ମୁକାବିଲା
  • ||

ଗୋପରେ କାହ୍ନୁ, କୋପରେ ମାମୁଁ

ମଥୁରାନଗରୀ, ୧୨ା୧: ଜୀବନ ପ୍ରତି ବିପଦ ଆସିବା ପରେ ମହାରାଜ କଂସ ମଧ୍ୟ ଜଣେ ସାଧାରଣ ପ୍ରଜାଠାରୁ ହୀନ କାମ କରିବସନ୍ତି । ବ୍ୟାଘ୍ର ଭଳି ହିଂସ୍ର, ହାତୀ ଭଳି ପ୍ରତିଶୋଦ ପରାୟଣ ତଥା ସର୍ପ ଭଳି ଛକିକି ମାରିବା ଉଦ୍ୟମ କରିବାକୁ ମଧ୍ୟ ପଛାଇ ନଥିବା ତ୍ରିଭୁବନ ବିଜୟୀ କଂସର ପରାକ୍ରମ, ଠାଣି, ଦମ୍ଭର ବିପରୀତାତ୍ମକ ଭାବ ଦେଖିବାକୁ ମିଳିଛି ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ରଜନୀରେ । ନିଜ ସ୍ୱାର୍ଥ ସୁରକ୍ଷା ପାଇଁ ପିତା ଉଗ୍ରସେନଙ୍କୁ ରାଜ ସିଂହାସନରୁ ବେଦଖଲ କରି ମଥୁରା ସିଂହାସନ ଆରୋହଣ କରିଥିବା ଯୁବରାଜ କଂସ ନିଜକୁ ଚକ୍ରବର୍ତ୍ତୀ ସମ୍ରାଟ ଭାବେ ଆତ୍ମଘୋଷିତ କରି ପିତା ଉଗ୍ରସେନଙ୍କୁ ନଗ୍ରରକ୍ଷୀ କରିଛନ୍ତି । ଉପଯୁକ୍ତ ପରାମର୍ଶ ଦେଇଥିବା ମଥୁରାର ହିତାକାଂକ୍ଷୀ ବୃଦ୍ଧମନ୍ତ୍ରୀ ଅକ୍ରୂରଙ୍କୁ ଗୋଇଠା ମାରି ତଡ଼ି ନେଇଛନ୍ତି । ମଥୁରା ପ୍ରଜାଙ୍କ ଉପରେ ରାଗ ସୁଝାଇ ନିଜ ଭଉଣୀ ଭିଣୋଇଙ୍କୁ କାରାଗାରରେ ନିକ୍ଷେପ କରିଛନ୍ତି । ତଥାପି ମଧ୍ୟ ସରିନାହିଁ ତାଙ୍କ ରୋଷ । ନିଜ ଜୀବନ କଣ୍ଟାକୁ କାଢ଼ିବା ପାଇଁ ଗୋଟି ଗୋଟି କରି ଦେବକୀର ୬ଟି ଗର୍ଭକୁ ଉଜାଡ଼ିବାକୁ ପଶ୍ଚାତପଦ ହୋଇନାହାନ୍ତି । ଦେବତୂଲ୍ୟ ଭଣଜାମାନଙ୍କୁ ଶିଳାରେ କଚାଡ଼ି ପାଶବିକ ହତ୍ୟା କରିଛନ୍ତି । ନିରୀହ ମଥୁରାବାସୀଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାରରେ ଶିଶୁ ନାରୀ, ପୁରୁଷ କେହି ବର୍ତ୍ତି ନପାରି ତ୍ରାହି ତ୍ରାହି ଡ଼ାକ ଛାଡ଼ିଛନ୍ତି । ନିଜେ ନିଜ ରାଜ୍ୟାଭିଷେକ କରାଇ ସିଂହାସନ ମାଡ଼ିବସି କଂସରୁ କଂସାସୁରରେ ପରିଣତ ହୋଇଥିବା ମହାରାଜ କଂସ ଭଉଣୀ ଦେବକୀର ଅଷ୍ଟମ ଗର୍ଭରୁ ଜାତ ସନ୍ତାନ ହସ୍ତରେ ନିଜ ମୃତ୍ୟୁ ସୁନିଶ୍ଚିତ ଜାଣି ଭୟଭୀତ ହୋଇ ଉଠିଛନ୍ତି । ମହାରାଜ କଂସ ମଥୁରା ନଗରୀର ପ୍ରଜା ତଥା କାରାଗାରର ଅନ୍ଧ କାଳ କୋଠରୀରେ ବନ୍ଦୀ ଥିବା ଭଉଣୀ ଦେବକୀ ଓ ଭିଣୋଇ ବସୁେଦେବଙ୍କ ଉପରେ ସମସ୍ତ ରୋଷ ଉତାରିଛନ୍ତି, ଯାହାକି ଅସୁରକୁଳକୁ ମଧ୍ୟ ଭୟଭୀତ କରେଇଦେଇଛି । କଂସ ନା ଶୋଉଛନ୍ତି ନା କାହାରିକୁ ଶୋଇ ଦେଉଛନ୍ତି । ଅଷ୍ଟମ ଗର୍ଭକୁ ଅପେକ୍ଷା କରିଥିବା ଭଣଜାହନ୍ତା କଂସ କାରାରକ୍ଷୀର ସମ୍ବାଦକୁ ଅପେକ୍ଷା କରିଛନ୍ତି ।

ଅନ୍ୟ ପକ୍ଷରେ ଦେବକୀର ଅନ୍ତରର ବେଦନା ଓ ନିବେଦନକୁ ଆଉ ଟାଳି ନପାରି ଜଗତପାଳ ବିଷ୍ଣୁ ଯୋଗବଳରେ ଦେବକୀଙ୍କ ସପ୍ତମ ଗର୍ଭ ହରଣ କରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିଛନ୍ତି । ନିଜ ଆକର୍ଷଣ ବଳରେ ଗର୍ଭହରଣ କରିଥିବା ଶିଶୁଟି ସଙ୍କର୍ଷଣ ନାଁରେ ପରିଚିତି ଌାଇବା ସହିତ ପରବର୍ତ୍ତୀ ସମୟରେ ବଳରାମ ହୋଇଛନ୍ତି । ଏଭଳି ଶୂନ୍ୟେ ଶୂନ୍ୟେ ଉଡ଼ିଯାଇଥିବା ସପ୍ତମ ଗର୍ଭ ସମ୍ବା ପାଇ କଂସ ଚିନ୍ତାରେ ବୁଡ଼ିରହିଥିବା ବେଳେ ଦେବକୀଙ୍କ ଉଦୟ ହୋଇଛି ଅଷ୍ଟମଗର୍ଭ । ଖବରପାଇ କଂସାସୁର ବେଶ ସତର୍କତା ଅବଲମ୍ବନ କରିବା ପାଇଁ ରକ୍ଷୀଙ୍କୁ ଆଦେଶ ଦେଇ ବାରମ୍ବାର କାରଗାର ପରିଦର୍ଶନ କରିଛନ୍ତି । ମାତ୍ର ସୃଷ୍ଟି ନିୟନ୍ତାଙ୍କ ଅଦୃଷ୍ଟ ଶକ୍ତି ଆଗରେ ସବୁ ନ୍ୟୁନ । ସହସ୍ରାଧିକ ଜଗୁଆଳିଙ୍କ ଉପସ୍ଥିତିରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମଲାଭ ନେଇଛନ୍ତି ସୃଷ୍ଟିର ସତ୍ତା, ନ୍ୟାୟର ରକ୍ଷାକର୍ତ୍ତା ତଥା ସଂହାରକର୍ତ୍ତା ଭଗବାନ ଶ୍ରୀକୃଷ୍ଣ । ମଥୁରା କାରାଗାରର ଘନ ଅନ୍ଧାରେ ଆସିଥିବା କଳାକାହ୍ନୁଙ୍କ ଶରୀରରୁ ଫୁଟି ଉଠୁଥିବା ରୂପକାନ୍ତି ଓ ଆଭାରେ ଦେବକୀ ବସୁେଦେବଙ୍କ ମୁହଁରେ ଚେନାଏ ହସ ଫୁଟିଥିଲେ ମଧ୍ୟ ଭାଇ କଂସଙ୍କ ଆତଙ୍କ ଦୁହିଁଙ୍କ ହସ ଚୋରାଇ ନେଇଛି, ଭୟ ଜଡ଼ିଯାଇଛି । ଏ ଶିଶୁଟିକୁ ହରାଇବା ଆଶଙ୍କାରେ ଚିନ୍ତାଶୀଳ ଦେବକୀ ବସୁେଽବ ନାରାୟଣଙ୍କୁ ସ୍ମରଣ କଲାଌରେ ଜଗତକର୍ତ୍ତା ରଚିଛନ୍ତି ମାୟା । ସୃଷ୍ଟି ନିୟନ୍ତାଙ୍କ ମାୟାବଳରେ ବୁସୁେଽବଙ୍କ ଶରୀରରୁ ଶିକୁଳି ଖୋଲିଯାଇଛି, କାରାଗାରର ଶକ୍ତ ଦ୍ୱାର ଆପେ ଖୋଲିଯାଇଛି ଏବଂ ପ୍ରଭୁଙ୍କ ନିର୍ଦ୍ଦେଶକ୍ରମେ ବାସୁେଦୋବକୁ ନେଇ ବସୁେଦେବ ଗୋପ ଯାତ୍ରା କରିଛନ୍ତି । ନିଶାର୍ଦ୍ଧରେ ଯିବା ସମୟରେ ନଗର ସୀମାନ୍ତରେ ସୀମାନ୍ତରକ୍ଷୀ ଉଗ୍ରସେନ ତାଙ୍କ ବାଟ ଉଗାଳିଛନ୍ତି ।


କଂସ ଭୟରେ ରାତିରେ ସନ୍ଦେହ ଘେରରେ କୁଆଡ଼େ ଯାଉଥିବା ଜ୍ୱାଇଁଙ୍କୁ ମଧ୍ୟ ଛାଡ଼ିନାହାନ୍ତି, ମୁଣ୍ଡାଇଥିବା ଟୋକେଇ ନେଇ ପ୍ରଶ୍ନ କରିଛନ୍ତି । କଂସରାଜାଙ୍କ ବିନା ନିର୍ଦ୍ଦେଶରେ କାହାରିକୁ ଛାଡ଼ିବାକୁ ପ୍ରସ୍ତୁତ ନଥିବା ଉଗ୍ରସେନ ବସୁେଽବଙ୍କ ବିନତି ଌରେ ଟୋକେଇ ଯାଞ୍ଚ କରିଛନ୍ତି । ଶଙ୍ଖ, ଚକ୍ର, ଗଦା, ପଦ୍ମ ବିଭୂଷିତ ପରମ କାନ୍ତି ଦେଖି ବସୁେଦେବ ଜାଣି ଭାବବିହ୍ୱଳ ହୋଇଉଠିଛନ୍ତି ଆଉ ବସୁେଦେବଙ୍କୁ ବାଟ ଛାଡ଼ି ଦେଇଛନ୍ତି । ପ୍ରଭୁଙ୍କ ସ୍ପର୍ଶରେ ଉଛୁଳା ଯମୁନା ନଦୀ ବାଟ ଛାଡ଼ିବା ପରେ ବସୁେଦେବ ଗୋପରେ ପହଞ୍ଚିଛନ୍ତି । ନିୟନ୍ତା ଭି ଇଥିବା କୂଟ ଅନୁଯାୟୀ ନନ୍ଦରାଜାଙ୍କ ବାସଭବନରେ ପହଞ୍ଚି ନିଷ୍ୱତ୍ତି ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ତାଙ୍କ ନବଜନ୍ମିତା ଶିଶୁକନ୍ୟାକୁ ନେଇ ମଥୁରା କାରାଗାରକୁ ଫେରି ଦେବକୀଙ୍କ କତିରେ ଶୁଆଇ ଦେଇଛନ୍ତି ବସୁେଦେବ । ସେପଟେ ରାଜଦରବାରରେ ଦୁର୍ମିଳାସୁର ନିଜକୁ କଂସଙ୍କ ପିତା ବୋଲି କହିବାରୁ ଅସନ୍ତୋଷ ବ୍ୟକ୍ତ କରି କଂସ ଦୁର୍ମିଳାସୁରକୁ ବସ କରିଛନ୍ତି । ରାଷ୍ଟ୍ରର ନୁହେଁ ନିଜର ସୁରକ୍ଷା ପାଇଁ ମଲ୍ଲଯୋଦ୍ଧା ଚାଣୁର ଓ ମୁଷ୍ଟିକକୁ ଆହ୍ୱାନ ଦେଇଛନ୍ତି ପ୍ରବଳ ପ୍ରତାପି କଂସ।